ହେଡଲାଇନସ୍:

ଦିନେ ଯାଇନି, ଉଠିଲା ପିଚୁ : ଜିଲ୍ଲାପାଳଙ୍କ ଘର ଆଗରେ ଏମିତି ତ ଅନ୍ୟଠି କେମିତି !!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ସୁନ୍ଦରଗଡ଼ ପୂର୍ତ୍ତବିଭାଗର  ନିର୍ମାଣ କାର୍ଯ୍ୟ ଉପରେ ପ୍ରଶ୍ନବାଚି ସୃଷ୍ଟି 

  • ଭିଜିଲାନ୍ସ ତଦନ୍ତ ହେଲେ ଜଣାପଡିବ ଡିଭିଜନରେ ଚାଲିଥିବା କେଲେଙ୍କାରୀ

 

ସୁନ୍ଦରଗଡ଼:- ସୁନ୍ଦରଗଡ଼ ପୂର୍ତ୍ତ ବିଭାଗ କେଡେ ସ୍ଵଛ ଓ ତା ତତ୍ତ୍ୱବଧାନରେ କାମ କେତେ ମଜଭୁତ ତାହାକୁ ନେଇ ସୁନ୍ଦରଗଡ଼ ସହରେ ଏବେ ଚର୍ଚ୍ଚା ଜୋରଦାର ।  ସୁନ୍ଦରଗଡ଼ ପୂର୍ତ୍ତ ଡିଭିଜନରେ ବ୍ୟାପକ ଦୁର୍ନୀତି ଚାଲିଥିବା ଅଭିଯୋଗ ହେଉଥିବା ବେଳେ ତା ଦୁର୍ନୀତିର ଝଲକ ଦେଖିବାକୁ ମିଳିଛି ଖୋଦ ଜିଲ୍ଲାପାଳଙ୍କ ବାସଭବନ ଆଗରେ ।

ଦିନକୁ ଦିନ ବଢ଼ି ଚାଲିଛି ସୁନ୍ଦରଗଡ଼ ପୁର୍ତ୍ତବିଭାଗର ଦୋମୁହାଁ ନୀତି | କେତେବେଳେ ଶୂନ୍ୟ ଶୂନ୍ୟରେ ପିଚୁ ପକାଇ ଶୂନ୍ୟଶୂନ୍ୟ ରେ କାଗଜପତ୍ର ହୋଇ ଵିଲ ହୋଇ ଯାଉଛି ତ କେତେବେଳେ  ଗୋଟିଏ ଦିନ ନଯାଉଣୁ ସମ୍ପୂର୍ଣ୍ଣ ପିଚୁ ରାସ୍ତାରୁ ଉଠି ଯାଉଛି  | ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଖୋଦ ଜିଲ୍ଲାପାଳଙ୍କ ବାସଭବନର ମୁଖ୍ୟ ଗେଟ ସାମନା ଦେଇ ତିଆରି ହେଉଥିବା ରାସ୍ତାରେ | ଯାହା ଜଣାପଡ଼ିଛି ଏହି ରାସ୍ତାଟି ତିଆରି କରିବା ପାଇଁ ଜିଲ୍ଲା ଖଣିଜ ସମ୍ପଦ ପାଣ୍ଠିରୁ  ଜୁନ ୨୦୧୮ ମସିହାରେ  ଏଷ୍ଟିମେଟ ତିଆରି ହୋଇ ନଭେମ୍ବର ମାସ ୨୦୧୮ ରେ ସୁନ୍ଦରଗଡ଼ ପୁର୍ତ୍ତବିଭାଗ ପକ୍ଷରୁ ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ଟେଣ୍ଡର ପ୍ରକ୍ରିୟା ହୋଇ କାର୍ୟ୍ଯ ଆରମ୍ଭ କରିବା ପାଇଁ ପୁର୍ତ୍ତ ବିଭାଗ ନିର୍ବାହି ଅଧିକାରୀ ଏବଂ କାର୍ୟ୍ଯ ପାଇଥିବା ଠିକାଦାରଙ୍କ  ମଧ୍ୟରେ ଆଗ୍ରିମେଣ୍ଟ ହୋଇଥିଲା | ଏହି ରାସ୍ତା ନିର୍ମାଣ କାର୍ଯ୍ୟ  ଜୁଲାଇ ୨୦୧୯ ମସିହାରେ ହିଁ ଶେଷ ହେବାର ଥିବା ସତ୍ତ୍ୱେ ଆଗ୍ରିମେଣ୍ଟ ହିସାବରେ ଗୋଟିଏ ବର୍ଷ ଅଧିକ ହୋଇଯାଇଥିବା ପରେ ମଧ୍ୟ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରୁନାହିଁ | ନିର୍ମାଣ  କାର୍ୟ୍ଯକୁ ତଦାରଖ କରୁଥିବା ସହକାରୀ ଯନ୍ତ୍ରୀ ଏବଂ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟଶ୍ୱଲି କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି | ଯାହା ଶୁଣିବା ପାଇଁ ମିଳୁଛି ଏହି ନିର୍ମାଣ ହେଉଥିବା ରାସ୍ତାକାର୍ୟ୍ଯ ଚାଲୁଥିବା ସମୟରେ ନାଁ ବିଭାଗୀୟ ଅଧିକାରୀ କିମ୍ବା ସହକାରୀ ଯନ୍ତ୍ରୀ କିମ୍ବା କନିଷ୍ଠ ଯନ୍ତ୍ରୀଙ୍କ ବିନା ଉପସ୍ଥିତି ରେ କାର୍ୟ୍ଯ ଚାଲୁଛି ନା ସେମାନେ ଉପସ୍ଥିତ ଥାଇ ରାସ୍ତା କାର୍ୟ୍ଯ ସମ୍ପୁର୍ଣ୍ଣ ନିମ୍ନ ମାନର ତିଆରି ହେଉଛି ତାହାକୁ ନେଇ ଜିଲ୍ଲା ବାସୀଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିବା ସ୍ଵାଭାବିକ  | ଅପରପକ୍ଷରେ ଦେଖିବା ପାଇଁ ଗଲେ ଜିଲ୍ଲା ଖଣିଜ ସମ୍ପଦ ପାଣ୍ଠିର୍ ଖୋଦ ଜିଲ୍ଲାପାଳ ଚେୟାର ପର୍ଶନ ହୋଇକି ତାଙ୍କ ଘର ସାମ୍ନା ଦେଇ ଯାଉଥିବା ରାସ୍ତାର ଅବସ୍ଥା ଯାହାକି ସେହି ଠିକାଦାର ମହାଶୟ ଅତି ଚତୁରତାର ସହିତ ବର୍ଷା ମାସକୁ ଅପେକ୍ଷା କରି ଥିଲେନା କଣ ରାତି ଅଧିଆ ପିଚୁ ଢ଼ାଳି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଜୋରସୋରରେ ପ୍ରୟାସ ଜାରି ରଖିଥିଲେ କିନ୍ତୁ ବିଧାତାର୍ ବିଡମ୍ବନା  ରାତିରେ ନିମ୍ନମାନର ପିଚୁମାରି ରାସ୍ତାଟି ଚକାଚକ କରିଦେଇଛୁ ଭାବି ଥିଲେ ସକାଳ ପାହିଲା କ୍ଷଣିକି ରାସ୍ତାରେ ଢ଼ାଳିଥିବା ପିଚୁ ପାପଡା ଛାଡି ଦେଇଛି | ତାପରେ କାଳେ ଚୋର ଧରା ପଡ଼ିଯିବୁ ଭାବି ପୁଣି ସେହି ରାସ୍ତାର ପିଚୁକୁ କାଢ଼ି ଜିଲ୍ଲାପାଳଙ୍କ ବାସଭବନ ପାଚେରୀ କୋଣରେ ଗଦା କରିଥିବା ଦେଖିବା ପାଇଁ ମିଳିଛି | ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସୁନ୍ଦରଗଡ଼ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଏହି ଜିଲ୍ଲାର ଜନସାଧାରଣଙ୍କ ଟଙ୍କାରେ ତିଆରି ହୋଇଛି ଜିଲ୍ଲା ଖଣିଜ ସମ୍ପଦ ପାଣ୍ଠି ଏବଂ ତାହାପାଇଁ ତିଆରି ହୋଇଛି ଗୋଟିଏ କୋଟି ରୁ ଉର୍ଦ୍ଧ୍ବ ଟଙ୍କାରେ ଖଣିଜ ସମ୍ପଦ ଅଫିସ  | ସେହି ଅଫିସ ତିଆରିରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ହେରଫେର ହୋଇଥିବା ଜିଲ୍ଲାରେ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଲାଗିରହିଥିବା ବେଳେ ଜିଲ୍ଲାର ଏତେବଡ ଖଣିଜ ସମ୍ପଦ ପାଣ୍ଠି କାର୍ଯ୍ୟାଳୟକୁ ଚଳାଉଥିବା ଜଣେ ଠିକାଦାରୀ ସଂସ୍ଥା ତରଫରୁ କାର୍ୟ୍ଯ କରୁଥିବା ବ୍ୟକ୍ତିଙ୍କୁ କେଉଁ ହିସାବରେ ଏବଂ ତାଙ୍କର କେଉଁ ଯୋଗ୍ୟତାକୁ ନେଇ ମୁଖ୍ୟ ପଦାଧିକାରୀ ପଦବୀ ଦିଆଯାଇଛି  ନା ରାଜ୍ୟ ସରକାରଙ୍କ ପକ୍ଷରୁ  ତାହାକୁ ମେନେଜର ପଦବୀ ଦେଇଛନ୍ତି ତାହାକୁ ନେଇ ଜିଲ୍ଲାବାସିଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି |

ବିଶ୍ୱସ୍ତ ସୂତ୍ରରୁ ଆସିଥିବା ଅଭିଯୋଗ ଅନୁଯାୟୀ, ଠିକାଦାର ସଂସ୍ଥା ରୁ ଜିଲ୍ଲା ଖଣିଜ ସମ୍ପଦ ପାଣ୍ଠିରେ କାର୍ଯ୍ୟରତ ଥିବା ଏବଂ ମେନେଜର ପୋଷ୍ଟ ରେ ରହିଥିବା ଅଧିକାରୀ ଏବଂ ପୁର୍ତ୍ତ ବିଭାଗ ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ଏପରି ନିମ୍ନମାନର କାର୍ଯ୍ୟ ହୋଇଛି । ତେଣୁ ଏହି ଅଭିଯୋଗକୁ ନେଇ ଜିଲ୍ଲାରେ ଚର୍ଚ୍ଚାର ଜୋର ଧରିଥିବା ବେଳେ ଏହାର ନିରପେକ୍ଷ ତଦନ୍ତ ପାଇଁ ଜିଲ୍ଲାର ବରିଷ୍ଠ ନାଗରିକ ମଞ୍ଚଦାବୀ କରିଛନ୍ତି ।  ପୁର୍ତ୍ତବିଭାଗ ଦ୍ଵାରା  ତିଆରି ହେଉଥିବା ଡିଭିଜନ ଟେଣ୍ଡର ଠାରୁ ଆରମ୍ଭ କରି ଟେଣ୍ଡର କାର୍ୟ୍ଯର୍ ସମସ୍ତ ଗୋଟିଏ ଗୋଟିଏ ନିର୍ମାଣ କାର୍ଯ୍ୟ ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଭିଜିଲାନ୍ସ ଟିମ ପଠେଇ ତଦନ୍ତ କରାଗଲେ ୨୦୧୮-୧୮ଏବଂ ୨୦୧୯-୨୦ଭିତରେ ହୋଇଥିବା ଅନେକ ନିର୍ମାଣ କାର୍ଯ୍ୟରେ କେମିତି ସବୁକିଛିର ପର୍ଦ୍ଦାଫାସ ହେବ ବୋଲି ଜନସାଧାରଣ ଦାବି କରିଛନ୍ତି। 

0
0
0
s2sdefault