ହେଡଲାଇନସ୍:

ସୁସ୍ଥ ହୋଇ ଫେରିଲେ କରୋନା ଆକ୍ରାନ୍ତ କରୋନା ଯୋଦ୍ଧା

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ପାଇକମାଲ :-ଗତ ୧୯ ତାରିଖରେ କରୋନା ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କରୋନା ଯୋଦ୍ଧା ଡ଼ଃ ବୁଲୁ ବାରିକ ଆଜି ଫେରିଛନ୍ତି ସୁସ୍ଥ ହୋଇ । ପାଇକମାଲରେ ପହଂଚିବା ପରେ ସ୍ଥାନୀୟ ଲୋକ ଭବ୍ୟ ସ୍ୱାଗତ କରିଛନ୍ତି । 

ଗତ 19 ତାରିଖରେ ପାଇକମାଲ ଅଂଚଳରେ ଜଣେ   ସଂକ୍ରମିତ ହେବାର ଖବର ସମସ୍ତଙ୍କୁ ଦୁଖୀ କରିଦେଇଥିଲା । ଜଣେ ଆଗ ଧାଡ଼ିର କୋରୋନା ଯୋଦ୍ଧା ଏହି ମହାମାରୀର ଶିକାର ହେଇଥିଲେ । ସେହି ଦିନ ତାଙ୍କୁ ତୁରନ୍ତ ବରଗଡ଼ କୋବିଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ଓ ପରେ ପାଇକମାଲକୁ 72 ଘଣ୍ଟା ପାଇଁ ସଟଡାଉନ ଘୋଷଣା କରାଯିବା ସହିତ ସଂକ୍ରମିତ ବ୍ୟକ୍ତି ଙ୍କର ଘର ଅଂଚଳକୁ କଣ୍ଟେନମେଣ୍ଟ ଯୋନ ଘୋଷଣା କରାଯାଇଥିଲା । 

ଖୁସିର ବିଷୟ ଆଜି ଉକ୍ତ ସେଇ କୋରୋନା ସଂକ୍ରମିତ କୋରୋନା ଯୋଦ୍ଧା ସମ୍ପୂର୍ଣ୍ଣ ଭାବରେ ସ୍ଵସ୍ଥ ହୋଇ ନିଜର ଘରକୁ ଫେରିଛନ୍ତି । ଡାକ୍ତର ବୁଲୁ ବାରିକଙ୍କୁ ସ୍ୱାଗତ ଜଣାଇବା ପାଇଁ ପାଇକମାଲ ଛକ ଠାରେ ନାଗରିକ କମିଟିର ସଭ୍ୟ , ସ୍ଥାନୀୟ ବଣିକ ସଙ୍ଘର କର୍ମକର୍ତ୍ତା , ସାମ୍ବାଦିକ , ସ୍ବେଚ୍ଛାସେବୀ ବନ୍ଧୁ ମାନେ  ଏକତ୍ରିତ ହୋଇ କୋରୋନା ଯୋଦ୍ଧାଙ୍କୁ  କ୍ରମାଗତ କରତାଲି ଦେଇ ସ୍ୱାଗତ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ଗତ ତିନିଦିନ ତଳେ ଡାକ୍ତର ବୁଲୁ ବାରିକଙ୍କୁ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀ ଙ୍କର ଅଫିସରୁ ଫୋନ ଆସିଥିଲା ,  ଅଧିକାରୀ ମାନେ ବୁଲୁଙ୍କୁ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହିତ ତାଙ୍କର ମନୋବଳ ମଧ୍ୟ ବଢାଇଥିଲେ । ତେବେ ଆଜି କୋରୋନା ଭଳି ମହାମରୀକୁ ପରାସ୍ତ କରି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଥିବା କୋରୋନା ଯୋଦ୍ଧା ଡାକ୍ତର ବୁଲୁ ବାରିକଙ୍କୁ ନାଗରିକ କମିଟିର ସଭାପତି ଶ୍ରୀ ମନୋଜ ତ୍ରିବେଦୀ , ବଣିକ ସଙ୍ଘର ସଭାପତି ଶ୍ରୀ ଯୁଗଳ କିଶୋର ମେହେର , କଳାକାର ସଙ୍ଘର ସଭାପତି ଶ୍ରୀ ପ୍ରେମ ସାଗର ଫୌଜଦାର , ଯୁବ ସମାଜସେବୀ ସୁମିତ ଅଗ୍ରୱାଲ ପ୍ରମୁଖ ଶୁଭକାମନା ଜଣାଇଛନ୍ତି । ଶାସକ ପ୍ରଶାସକର ପୁରା ପରିବାର ତରଫରୁ କୋରୋନା ଯୋଦ୍ଧା ଡାକ୍ତର ବୁଲୁ ବାରିକ ଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।

0
0
0
s2sdefault