ହେଡଲାଇନସ୍:

ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 à¬†à¬‡à¬¨à­ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ଯାଜପୁର(ଜୟଶଙ୍କର ଦାଶ)  – ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବୁଧବାର ପୂର୍ବାହ୍ନରେ ଶିଶୁସୁରକ୍ଷା ଘରୋଇ ହିଂସା ଓ ନାରୀ ନିର୍ଯ୍ୟାତନା ବିରୋଧ, ଜଙ୍ଗଲ ସୁରକ୍ଷା, ଶିକ୍ଷା ଅଧିକାର ଆଇନ ସଂପର୍କରେ  କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଥିଲା । ଜିଲ୍ଲାସ୍କୁଲଠାରେ ଓଡିଆ ବକୃତା, ପ୍ରବନ୍ଧ ଓ ଚିତ୍ରାଙ୍କନ ମାଧ୍ୟମରେ ବିଭିନ୍ନ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସେମାନଙ୍କର ଅଭିବ୍ୟକ୍ତି ଓ ଆଇନର ବ୍ୟବସ୍ଥା ସଂପର୍କରେ ଉପସ୍ଥାପନ କରିଥିବାବେଳେ ଗୌତମ ବୁଦ୍ଧ ସଂସ୍କୃତି ଭବନଠାରେ ଏକାଙ୍କିକା ମାଧ୍ୟମରେ ସୁନ୍ଦର ଭାବେ ସଚେତନତା ବାର୍ତାକୁ ପ୍ରଦର୍ଶିତ କରିଥିଲେ । ପରେ ମୁଖ୍ୟ ଅତିଥିଭାବେ ଆଇନ ସେବା ପ୍ରାଧିକରଣର  ସଂପାଦକ ଶର୍ମିଷ୍ଠା  ଦାଶ ଯୋଗଦେଇ ଶ୍ରେଷ୍ଠ ବିବେଚିତ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଛାତ୍ରାବସ୍ଥାରୁ ଆଇନର ବ୍ୟବସ୍ଥା, ଶିଶୁ, ନାରୀ ଓ ସାଧାରଣ ଲୋକମାନେ ସେମାନଙ୍କ ଅଧିକାର ସଂର୍ପର୍କରେ ସଚେତନତା ସୃଷ୍ଟି ପାଇଁ ଆଇନ ସେବା ପ୍ରାଧିକରଣର ଉଦ୍ୟମ ପ୍ରଂଶସନୀୟ ବୋଲି କହିଥିଲେ । ଜଣେ ସଚେତନତ ହେଲେ ହିଁ ତାହାର ଅଧିକାର ସୁରକ୍ଷିତ ରହିବ । ତେଣୁ ଏହି ସଚେତନତା ବାର୍ତାକୁ ଘରେ ଘରେ ପହଂଚାଇବାକୁ ଏହି ଉଦ୍ୟମ ସଫଳ ହେବ ବୋଲି ଶ୍ରୀ ସେଠୀ ଆଶାବ୍ୟକ୍ତ କରିଥିଲେ । ଆଇନଜୀବି ଅଖିଳ ମୋହନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଳାସଂସ୍କୃତି ସଂଘର ଉପସଭାପତି ଅନିରୁଦ୍ଧ ପରିଡା, ଶିକ୍ଷାବିତ୍ ବିଶ୍ୱମ୍ବର ମିଶ୍ର, ରବିପ୍ରସାଦ ସାମଲ, ଡଃ ବିଜୟ ମୋହନ ରାୟ, ଅନିଲ ଜେନା, ବିପିନ ବେହେରା ଓ ଅଜୟ କୁମାର ନନ୍ଦ ପ୍ରମୁଖ ବିଚାରକ ଭାବେ ଯୋଗଦେଇଥିଲେ । ପ୍ରାଧିକରଣର କର୍ମଚାରୀ ଗୋଲକ ବିହାରୀ କରଣ, ସୌମେନ୍ଦ୍ର ଦାଶ ପ୍ରମୁଖ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ । 

0
0
0
s2sdefault