ହେଡଲାଇନସ୍:

୩ ଦିନିଆ ସଟଡାଉନ୍ ସମୟରେ  କରୋନା ଲକ୍ଷଣ ଥିବା ତଥ୍ୟ ସଂଗ୍ରହ କରୁଛି ଜିଲ୍ଲା ସ୍ୱାସ୍ଥ୍ୟ ଟିମ୍ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗତ କିଛି ଦିନ ହେଲା ଗଜପତି ଜିଲ୍ଲାରେ କରୋନା ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ସବୁ ପଜିଟିଭ କେସ୍ ମୁଖ୍ୟତଃ ପାରଳାଖେମୁଣ୍ଡି ସମେତ ଗୋଷାଣୀ ବ୍ଲକ , ଗୁମ୍ମା ବ୍ଳକ ଓ କାଶୀନଗର ବ୍ଳକରାଣିପେଣ୍ଠ ପଞ୍ଚାୟତରୁ ଆସିଅଛି।

 କରୋନା ଭାଇରସ୍ ଯେମିତି ଅଧିକ ମାତ୍ରାରେ ନ ବ୍ୟାପିବ ସେଥିପାଇଁ ଏହାକୁ ଦୃଷ୍ଟିରେ ରଖି ୨୮ ଜୁନ ଠାରୁ ୩୦ ଜୁନ ୩ ଦିନ ପର୍ଯ୍ୟନ୍ତ ଗୋଷାଣୀ ବ୍ଲକ , ଗୁମ୍ମା ବ୍ଳକ , ପାରଳାଖେମୁଣ୍ଡି ସହର ଏବଂ କାଶୀନଗର ବ୍ଲକର ରାଣିପେଣ୍ଠ ପଞ୍ଚାୟତକୁ ସଟଡାଉନ୍ ଘୋଷଣା କରିଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା।

 ଜିଲ୍ଲାରେ ବର୍ତ୍ତମାନ କରୋନା ପଜିଟିଭ ଥିବା ଆକ୍ରାନ୍ତକାରୀଙ୍କ ସଂଖ୍ୟା ମୋଟ ୪୩୪ରେ ପହଞ୍ଚିଲାଣି।   ଏହି ପରିପ୍ରେକ୍ଷୀରେ ସମଗ୍ର ପାରଳାଖେମୁଣ୍ଡି ସହରରେ ସଟ-ଡାଉନକୁ କଡାକଡି କରିବା ଓ କରୋନା ଲକ୍ଷଣ ଥିବା ଲୋକଙ୍କୁ ଖୋଜି ବାହାର କରିବା ପାଇଁ  ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ କାର୍ଯ୍ୟକ୍ରମକୁ ଜୋରଦାର କରାଯାଇଛି । ପୋଲିସ ବିଭିନ୍ନ ସ୍ଥାନରେ ପଇଁତରା ମାରିବା ସହ ସଟ୍-ଡାଉନ୍ କଡାକଡି କରିଛି ।

  ସେହିଭଳି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପାରଳାଖେମୁଣ୍ଡି ଠାରେ ଗଠିତ ସ୍ୱାସ୍ଥ୍ୟ ଟିମ୍ ବିଭିନ୍ନ ସାହିବସ୍ତିରେ ଥିବା ପ୍ରତ୍ୟେକ ଘରକୁ ଘର ଯାଇ କରୋନ ଲକ୍ଷଣ ଯଥା -ଜ୍ୱର ,କାଶ , ଥଣ୍ଡା ,ଡାଇରିଆ , ନିଶ୍ବାସ-ପ୍ରଶ୍ୱାସ ନେବାରେ କୌଣସି ଅସୁବିଧା ହେଉଛି କି ବୋଲି ପଚାରିବୁଝି ନିର୍ଦ୍ଧାରିତ ଫର୍ମରେ ରିପୋର୍ଟ ପୁରଣ କରୁଛନ୍ତି ।

  ସ୍ୱାସ୍ଥ୍ୟ ବିଭାଗର ଏହି କରୋନା ଜନିତ ଲକ୍ଷଣ ଥିବା ଉପରେ ତଥ୍ୟ ସଂଗ୍ରହ କରୁଥିବା ଦଳରେ ଏଏନ୍ ଏମ୍ : କର୍ମୀଙ୍କ ସମେତ ଆଶା ଓ ଅଙ୍ଗନବାଡି କର୍ମୀ ଏବଂ ସ୍ୱଚ୍ଛ ସାଥି ରହିଛନ୍ତି ।    ଏତଦ୍ ବ୍ୟତୀତ ସେମାନେ ଲୋକଙ୍କୁ ସବୁବେଳେ ମାସ୍କ ପିନ୍ଧିବା ଏବଂ  ବାରମ୍ବାର ଧୋଇବା ଅଭ୍ୟାସ ଜାରି ରଖିବା ସହ ସାମାଜିକ ଦୂରତା ବଜାୟ ରଖିବା ପ୍ରତି ସଚେତନ ମଧ୍ୟ କରୁଛନ୍ତି ।  ଏଥି ସହିତ ସେମାନେ ପ୍ରତ୍ୟେକ ଘରର ଲୋକଙ୍କୁ କରୋନା ଭାଇରସ୍ ଠାରୁ ନିଜକୁ କିଭଳି ଦୁରେଇ ରଖିବାକୁ ହେବ , ସେଥିପାଇଁ ଏକ ସଚେତନତା ପ୍ରଚାର ପତ୍ର ମଧ୍ୟ ବଣ୍ଟନ କରୁଛନ୍ତି ।

0
0
0
s2sdefault