ବଲାଙ୍ଗୀର(ନିରୋଜ ମିଶ୍ର) : ବଲାଙ୍ଗୀର ର ଜଣା ଶୁଣା ସମାଜସେବି ସଂଗଠନ "ବିଙ୍ଗ ହିଊମାନ" ଅନେକ ବର୍ଷ ହେଲା ବଲାଙ୍ଗୀରରେ ଲୋକଙ୍କ ସେବା କରି ଆସୁଛି l ଏହି ଅନୁଷ୍ଠାନ ପକ୍ଷରୁ ଆଜି ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ନିଆ ଯାଇଛି l ଆଜି ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଏକ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି l ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ ଉପରେ ବଲାଙ୍ଗୀର ସହିତ ଆଖପାଖ ପାଞ୍ଚଟି ଜିଲ୍ଲାର ଲୋକ ନିର୍ଭର କରନ୍ତି l ଏହି ସମାଜସେବୀ ସଂଗଠନ ଚାରି ବର୍ଷ ହେଲା ହସ୍ପିଟାଲରେ ରୋଗୀ ମାନଙ୍କୁ ବିଭିନ୍ନ ସାହାଯ୍ୟ ସହଯୋଗ କରି ଆସୁଛି l ହେଲେ ସମସ୍ତ ରୋଗୀଙ୍କ ପାଖକୁ ତାହା ପହଞ୍ଚି ପାରୁ ନ ଥିବାରୁ ଆଜି ବିଙ୍ଗ ହିଊମାନ ଏକ ହେଲ୍ପ ଲାଇନ ନମ୍ବର ଜାରି କରିଛି ବୋଲି ଅନୁଷ୍ଠାନର ସମ୍ପାଦକ ବିବେକାନନ୍ଦ ପଟେଲ କହିଛନ୍ତି l ଏହି ହେଲ୍ପ ଲାଇନ ନମ୍ବର ହସ୍ପିଟାଲର ପ୍ରତିଟି ୱାର୍ଡରେ ଲଗାଯିବ ଏବଂ ଅସହାୟ ରୋଗୀ ମାନଙ୍କର ଚିକିତ୍ସା, ଶବସତ୍କାର, ଅସହାୟ ରୋଗୀଙ୍କୁ ରକ୍ତଦାନ ଏହିପରି ଭାବରେ ରୋଗୀ ଏହି ହେଲ୍ପ ଲାଇନ ନମ୍ବରରେ ଫୋନ କରି ରୋଗୀ ସାହାଯ୍ୟ ପାଇପାରିବେ ବୋଲି ଅନୁଷ୍ଠାନର ସଭାପତି ସୋମନାଥ ମିଶ୍ର କହିଛନ୍ତି l ଏହି ହେଲ୍ପ ଲାଇନ ନମ୍ବରକୁ ବଲାଙ୍ଗୀର ବିଧାୟକ ଶ୍ରୀଯୁକ୍ତ ନରସିଂହ ମିଶ୍ର, ବଲାଙ୍ଗୀର ଜିଲ୍ଲାପାଳ ଅରିନ୍ଦମ ଡାକୁଆ, ଆରକ୍ଷୀ ଅଧିକ୍ଷକ ସମ୍ପଦ ମାଦକର, BBMCH ର ସୁପରିଟେଣ୍ଡେଣ୍ଟ ମହେନ୍ଦ୍ର କୁମାର ନାଏକ, ହସ୍ପିଟାଲ ମେନେଜର ସୁଦିପ ଦୀପ ସହ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଲଳିତ କୁମାର ନାଏକ ଉନ୍ମୋଚନ କରିଛନ୍ତି I