ହେଡଲାଇନସ୍:

ଜାଣିନାହାନ୍ତି ଆମ ଓଡିଶା ସରକାର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବର୍ଷକୁ ରାଜ୍ୟ  ପାଇଁ କେତେ ଡାଲି, ଲୁଣ, ତେଲ, ଚିନି, ଆଳୁ, ପିଆଜ ଦରକାର

ଭୁବନେଶ୍ୱର: ଓଡ଼ିଶା ପାଇଁ କେତେ ଡାଲି, ଲୁଣ, ତେଲ, ଚିନି, ଆଳୁ, ପିଆଜ ବର୍ଷକୁ ଦରକାର ସେ ସମ୍ପର୍କରେ ତଥ୍ୟ ଯୋଗାଣ ବିଭାଗରେ ନାହିଁ । ସେହିପରି ଓଡ଼ିଶାରେ ଥିବା କୃଷିଭିତ୍ତିକ ସମବାୟ ଶିଳ୍ପ ସଂକ୍ରାନ୍ତରେ ବି ସମବାୟ ବିଭାଗ ତଥ୍ୟ ଖୋଜୁଛି । ବିଧାୟକ ଦିଲିପ ରାୟଙ୍କ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତରରେ ସମବାୟ ଓ ଖାଦ୍ୟ ଯୋଗାଣ ତଥା ଖାଉଟି କଲ୍ୟାଣ ବିଭାଗ ଦାୟିତ୍ୱରେ ଥିବା ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି । 

ଓଡ଼ିଶାର ଆଭ୍ୟନ୍ତରୀଣ ଚାହିଦା ମେଣ୍ଟାଇବା ପାଇଁ ବାର୍ଷିକ କେତେ ପରିମାଣର ଆଳୁ, ପିଆଜ, ଚିନି, ତେଲ, କପଡ଼ା, ଲୁଣ ଓ ଡାଲି ଆବଶ୍ୟକ ଏବଂ ଏଥିରୁ କେତେ ବାହାରୁ ଆମଦାନୀ କରାଯାଉଛି ତାହାର ଗତ ୩ ବର୍ଷର ତଥ୍ୟ ପ୍ରଦାନ ସହିତ ଏ କ୍ଷେତ୍ରରେ ଓଡ଼ିଶାକୁ ସ୍ୱାବଲମ୍ବି କରିବା ପାଇଁ ସରକାରଙ୍କର କ'ଣ କାର୍ଯ୍ୟକ୍ରମ ରହିଛି ତାହା ବିଧାୟକ ଶ୍ରୀ ରାୟ ଏକ ତାରକା ଚିହ୍ନିତ ପ୍ରଶ୍ନ ଛଳରେ ଜାଣିବାକୁ ଚାହିଁଥିଲେ । ଏହାର ୩ ଶବ୍ଦ ବିଶିଷ୍ଟ ଉତ୍ତର ରଖି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି "ତଥ୍ୟ ସଂଗ୍ରହ କରାଯାଉଛି' । 

ସେହିପରି ଓଡ଼ିଶାରେ ଚିନି, ସୂତା, ବୟନ ସମେତ କେଉଁ କେଉଁ କୃଷିଭିତ୍ତିକ ସମବାୟ ଶିଳ୍ପର କେତୋଟି ୟୁନିଟ୍ ରହିଥିଲା ଓ ସେଥିରୁ କେଉଁ କେଉଁ ୟୁନିଟ୍ ବନ୍ଦ ହୋଇଛି ସେ ସମ୍ପର୍କରେ ବିଧାୟକ ଶ୍ରୀ ରାୟ ଅନ୍ୟ ଏକ ଅଣତାରକା ପ୍ରଶ୍ନ ପଚାରିବା ସହ ରାଜ୍ୟରେ କେଉଁସବୁ କୃଷିଭିତ୍ତିକ ସମବାୟ ଶିଳ୍ପ କାର୍ଯ୍ୟକ୍ଷମ ରହିଛି ଓ ସେଥିରୁ କିଏ କେତେ ଲାଭ ବା କ୍ଷତିରେ ଚାଲୁଛି ସେ ସମ୍ପର୍କରେ ଜାଣିବାକୁ ଚାହିଁଥିଲେ । ଏହାର ମଧ୍ୟ ତିନି ଶବ୍ଦ ବିଶିଷ୍ଟ ଉତ୍ତର ରଖି ମନ୍ତ୍ରୀ ଶ୍ରୀ ପାତ୍ର ଉଲ୍ଲେଖ କରିଛନ୍ତି "ତଥ୍ୟ ସଂଗ୍ରହ କରାଯାଉଅଛି' । 

ସମବାୟ ବିଭାଗ ନିକଟରେ ସମବାୟଭିତ୍ତିକ କୃଷି ଶିଳ୍ପର ତଥ୍ୟ ନ ଥିବା ଏବଂ ଏହି ସମବାୟ ଶିଳ୍ପରୁ କିଏ ଲାଭରେ ଓ କିଏ କ୍ଷତିରେ ଚାଲୁଛି ସେ ସମ୍ପର୍କରେ ସମବାୟ ବିଭାଗ ଓ ମନ୍ତ୍ରୀଙ୍କ ନିକଟରେ ତଥ୍ୟ ନ ଥିବା ଏହି ବିଭାଗର ନିଷ୍କି୍ରୟତାକୁ ପ୍ରତିପାଦିତ କରୁଛି ବୋଲି ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ କହିଛନ୍ତି । ସେହିପରି ଆଳୁ, ପିଆଜ, ଲୁଣ, ଡାଲି ଆଦି ଅତ୍ୟାବଶ୍ୟକୀୟ ଖାଦ୍ୟସାମଗ୍ରୀର ଆବଶ୍ୟକତା ଓ ଗତ ତିନି ବର୍ଷ ମଧ୍ୟରେ ଏହାର ଆମଦାନୀ ସଂକ୍ରାନ୍ତରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏଯାବତ୍ ତଥ୍ୟ ସଂଗ୍ରହ କରିପାରନଥିବା ବେଳେ ଏ କ୍ଷେତ୍ରରେ ଓଡ଼ିଶାକୁ କିପରି ସ୍ୱାବଲମ୍ବି କରାଯାଇପାରିବ ବୋଲି ଶ୍ରୀ ରାୟ ତାଙ୍କ ବିବୃତ୍ତିରେ ପ୍ରଶ୍ନ ଉଠାଇଛନ୍ତି । 

0
0
0
s2sdefault