ଭୁବନେଶ୍ୱର (ଶାସକ ପ୍ରଶାସକ) ଯୁବ ଆଇଏଏସ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କ ଉପରୁ ଉଠିଲା ନିଲମ୍ୱନ । ଆଉ ନିଲମ୍ବନ ପ୍ରତ୍ୟାହାର ହେବାପରେ ତାଙ୍କୁ ରାଜ୍ୟ ସରକାର ରାଜସ୍ବ ପର୍ଷଦର ସଚିବ ଭାବେ ଅବସ୍ଥାପିତ କରିଛନ୍ତି | ପୂର୍ବତନ ଉଦ୍ୟାନକୃଷି ନିର୍ଦ୍ଦେଶକ ଥିବା ଶ୍ରୀ ଉପାଧ୍ୟାୟ ଗତବର୍ଷ ଏକ ଭିଜିଲାନ୍ସ ମାମଲାରେ ଛନ୍ଦି ହୋଇପଡିଥିବା କାରଣରୁ ତାଙ୍କୁ ଡିସେମ୍ବର ୩୦ ତାଙ୍କୁ ନିଲମ୍ବିତ କରିଥିଲେ ରାଜ୍ୟ ସରକାର | ଏହା ଉଦ୍ଦେଶ୍ୟମୂଳକ ଭାବେ କରାଯାଇଛି ଓ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ଅଛି ବୋଲି ଶ୍ରୀ ଉପାଧ୍ୟାୟଙ୍କ ପତ୍ନୀ ଅଭିଯୋଗ କରିଥିଲେ | ସୂଚନାଯୋଗ୍ୟ ଯେ ଶ୍ରୀ ଉପାଧ୍ୟାୟଙ୍କ ନିଲମ୍ବନକୁ ଆଉ ୬ମାସ ବଢ଼ାଇବା ପାଇଁ ଗତ ୧୭ ତାରିଖରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପତ୍ରସଂଖ୍ୟା 14147/AIS dated 17.06. 2020 ବଳରେ ଆଦେଶ ବାହାରି ସାରିଥିବା ବେଲେ ଗତକାଲି ସେଇ ଆଦେଶକୁ ବାତିଲ କରି ଶ୍ରୀ ଉପାଧ୍ୟାୟଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯାଇ ତାଙ୍କୁ ପୁନଃଅବସ୍ଥାପିତ କରାଯାଇଛି |
ରାଜ୍ୟ
ଶେଷରେ ଆଇଏଏସ ବିଜୟ କେତନଙ୍କ ଉପରୁ ଉଠିଲା ନିଲମ୍ବନ
- Hits: 471