ହେଡଲାଇନସ୍:

ମିଳିଲାନି ସଙ୍ଗରୋଧ କେନ୍ଦ୍ର ବାବଦ ସୂଚନା,ପ୍ରଥମ ଅପିଲ ଅଧିକାରୀଙ୍କ ନିକଟରେ ଆପିଲ କଲେ ଯୁବନେତା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ଼-ପ୍ରଶାସନ ସ୍ଥରରେ ସ୍ୱଚ୍ଛତା ରଖିବା ପାଇଁ ସରକାର ଏବେ ୫-ଟି ପ୍ରଣୟନ କରି ସବୁସ୍ତରରେ ସ୍ବଚ୍ଛତା ଅବଲମ୍ବନ କରିବା ପାଇଁ ସରକାରୀ କର୍ମଚାରୀ ଓ ଲୋକଙ୍କୁ ପରାମର୍ଶ ଦେଉଛନ୍ତି । ସରକାରୀ ଚାକିରିଆମାନେ ସାଧାରଣ ଲୋକଙ୍କ ସହିତ ପ୍ରତ୍ୟକ୍ଷ ଭାବେ ସମ୍ପର୍କ ସ୍ଥାପନ କରି ମୋ ସରକାର ଯୋଜନାରେ ସାଧାରଣ ଲୋକଙ୍କୁ ସରକାରୀ ସୁବିଧା ସୁଯୋଗ ପ୍ରଦାନ କରିବା ପାଇଁ ପରାମର୍ଶ ଦିଆଯାଉଛି । ବାହାରକୁ ଏହିସବୁ ବିଷୟ ବହୁତ ଭଲ ଲାଗୁ ଥିଲେ ମଧ୍ୟ ବାସ୍ତବରେ କିନ୍ତୁ ସରକାରୀ ଯୋଜନା

ସବୁ ଏବେ ସାଧାରଣ ଲୋକଙ୍କ ପାଖରେ କେତେ ପହଞ୍ଚୁଛି ଓ କେତେ କାମ ହେଉଛି ତାହାର ଉଚିତ୍ ହିସାବ ସାଧାରଣ ଲୋକେ ଜାଣିପାରୁ ନାହାନ୍ତି । ସରକାର ୨୦୦୫ ମସିହାରୁ ସୂଚନା ଅଧିକାର ଆଇନ ଲାଗୁ କରି ଲୋକଙ୍କ ପାଖରେ ସବୁ ବିଷୟ ଖୋଲାଖୋଲି ଜଣାଇବାର ବ୍ୟବସ୍ଥା କରିଛନ୍ତି । ମାତ୍ର ବିଜେପୁର ବ୍ଳକରେ ଏହି ଆଇନ ଏବେ ବାଟବଣା ହୋଇ ଯାଇଥିବା ଅଭିଯୋଗ ହୋଇଛି। କୌଣସି ବିଷୟରେ ସୂଚନା ଅଧିକାର ମାଧ୍ୟମରେ କିଛି ତଥ୍ୟ ମାଗିଲେ ତାହା ସାଧାରଣ ଲୋକଙ୍କୁ ମିଳୁ ନାହିଁ ବରଂ ତଥ୍ୟ ମାଗିଥିବା ବ୍ୟକ୍ତିଙ୍କୁ ବାହାରେ ଅପଦସ୍ତ ହେବାକୁ ପଡୁଛି। ସୂଚନା ଅନୁସାରେ ବିଜେପୁର ବ୍ଳକ ପଥର୍ଲା ଗ୍ରାମର  ଯୁବନେତା ଶ୍ରୀକାନ୍ତ ମିଶ୍ର ସରକାରଙ୍କ ନିର୍ଦ୍ଦେଶ ମୂତାବକ ସୂଚନା ଆଇନ ଅନୁଯାୟୀ ବିଜେପୁର ବ୍ଳକର ସୂଚନା ଅଧିକାରୀ ଠାରେ ଏକ ସୂଚନା ପାଇଁ  ୧୯/୦୫/୨୦୨୦ ତାରିଖ ଦିନ ଆବେଦନ କରିଥିଲେ। ଶ୍ରୀ ମିଶ୍ର ମାଗିଥିବା ତଥ୍ୟ ହେଲା ଯେ କୋରୋନା ମହାମାରୀ ସମୟରେ ରାସନକାର୍ଡ ହିତାଧିକାରୀଙ୍କୁ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଦତ୍ତ ୧୦୦୦ ଟଙ୍କାର ସବିଶେଷ ବିବରଣୀ, ବିଜେପୁର ବ୍ଳକର ଯେତେଗୋଟି କ୍ବାରାନଟାଇନ ସେଣ୍ଟର ଅଛି , ସେଠି ବ୍ୟବହୃତ ହୋଇଥିବା ସାମଗ୍ରୀର ମୂଲ୍ୟ ତଥା କ୍ବାରାନଟାଇନ ସେଣ୍ଟରରେ ପ୍ରତ୍ୟହ କେତେ ଟଙ୍କା ଖର୍ଚ୍ଚ ହେଉଛି ତାର ସବିଶେଷ ବିବରଣୀ । ସରକାରଙ୍କ ନିୟମ ଅନୁସାରେ ଏହି ତଥ୍ୟ ଆବେଦନର ୩୦ଦିନ ମଧ୍ୟରେ ଅର୍ଥାତ ୨୦/୦୬ /୨୦୨୦ ତାରିଖ ମଧ୍ୟରେ ପ୍ରଦାନ କରାଯିବ କଥା । ହେଲେ ବିଭାଗୀୟ ଅଧିକାରୀ  ସରକାରଙ୍କ ନିୟମକୁ ବେଖାତିର କରି ତଥ୍ୟ ପ୍ରଦାନ କଲେ ନାହିଁ । ତେଣୁ ଶ୍ରୀ ମିଶ୍ର ବାଧ୍ୟ ହୋଇ ଆଜି ପ୍ରଥମ ଅପିଲ ଅଧିକାରୀ ତଥା ବିଡ଼ିଓ ବିଜେପୁରଙ୍କ ଠାରେ ଅପିଲ କରିଥିବା ଶ୍ରୀକାନ୍ତ ମିଶ୍ର ପ୍ରକାଶ କରିଛନ୍ତି । ବିଜେପୁର ବ୍ଳକ ପ୍ରଶାସନ ସରକାରଙ୍କ ନିୟମକୁ ଅବମାନନା କରି ତଥ୍ୟ ପ୍ରଦାନ କରୁନାହାନ୍ତି କିମ୍ବା ଏହି ତଥ୍ୟ ଲୋକଙ୍କ ପାଖରେ ପହଞ୍ଚିଲେ ସେମାନଙ୍କ ଅସଲ ମୁଖା ଖୋଲିଯିବ ବୋଲି ଭାବି ତଥ୍ୟ ପ୍ରଦାନ କରୁନାହାନ୍ତି ବୋଲି ଯୁବନେତା ଶ୍ରୀକାନ୍ତ ମିଶ୍ର ଅଭିଯୋଗ କରିଛନ୍ତି ।

0
0
0
s2sdefault