ହେଡଲାଇନସ୍:

ପଦ୍ମପୁର ସହରକୁ  ୬୫ ଘଣ୍ଟା ପାଇଁ ସଟ୍‌ଡାଉନ୍‌ ଘୋଷଣା କଲେ ଉପଜିଲ୍ଲାପାଳ 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଯଦି କେହି ଅମାନିଆ ହେବେ , ତେବେ କାର୍ଯ୍ୟାନୁଷ୍ଠାନ : ଶ୍ରୀ ଦରଓ୍ବାନ

ପଦ୍ମପୁର : ସହରରୁ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପଦକ୍ଷେପ ଗ୍ରହଣ କରାଯାଇଛି। ପଦ୍ମପୁର ସହରକୁ  ୬୫ ଘଣ୍ଟା ପାଇଁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ପଦ୍ମପୁର ସହରକୁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ଉପଜିଲ୍ଲାପାଳ ।ସୂଚନାଯୋଗ୍ୟ ଯେ, ପଦ୍ମପୁର ସହରରେ ପୁଣି ଦୁଇ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାପରେ  ପଦ୍ମପୁର ସହରକୁ   ୨୧ତାରିଖ ଅପରାହ୍ନ ୧ଟାରୁ ୨୪ତାରିଖ ସକାଳ ୬ ଘଣ୍ଟା ପର୍ଯ୍ୟନ୍ତ ଅର୍ଥାତ ୬୫ ଘଣ୍ଟା ପାଇଁ  ସଟ୍‌ଡାଉନ୍‌ ଘୋଷଣା କରାଯାଇଛି ।  ଉପଜିଲ୍ଲାପାଳ ପଦ୍ମପୁର ସହରକୁ ସଟଡାଉନ ଘୋଷଣା କରିଛନ୍ତି  । ଆଜି ଚିହ୍ନଟ ହୋଇଥିବା କରୋନା ରୋଗୀ ନିଜ ଘରେ ସଙ୍ଘରୋଧରେ ଥିବା କାରଣରୁ ସମ୍ପୄକ୍ତ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଭାବରେ ଘୋଷଣା କରିଛନ୍ତି । ଗତ ୧୪ ତାରିଖ ଦିନ ଜଣେ କରୋନା ରୋଗୀ ଚିହ୍ନଟ ହୋଇଥିଲେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ  ପଦ୍ମପୁର ସହରରେ ତିନିଜଣ ରୋଗୀ ଚିହ୍ନଟ ହୋଇସାରିଲେଣି । ସହରରେ କିପରି ସଂକ୍ରମଣ ନବ୍ୟାପିବ ସେଥିଲାଗି ଏ ନିଷ୍ପତ୍ତି ନିଆଯାଇଛି । ତେବେ ଏହି ସମୟରେ ସମସ୍ତଙ୍କୁ ନିୟମ ମାନିବାକୁ ପଡିବ । ଯଦି କେହି ଅମାନିଆ ହେବେ , ତେବେ ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରଓ୍ବାନ ସୂଚନା ଦେଇଛନ୍ତି ।

0
0
0
s2sdefault