ଭୁବନେଶ୍ବର / ପାରଳାଖେମୁଣ୍ଡି : ବିଶିଷ୍ଟ ଓଡିଶୀ ସଂଗୀତଜ୍ଞ ତଥା ଓଡିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ଏବଂ ଦୂରଦର୍ଶନ ଓ ଆକାଶବାଣୀର ସ୍ବୀକୃତିପ୍ରାପ୍ତ ସଂଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ପଣ୍ଡିତ ରଘୁନାଥ ପାତ୍ରଙ୍କ ଦିଗଦର୍ଶନରେ ଗଠିତ ଭକ୍ତି ନୈବେଦ୍ୟ ଅନୁଷ୍ଠାନ ପକ୍ଷରୁ ଜୟଦେବ ଭବନ ଠାରେ ଅନୁଷ୍ଠିତ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ 'ଭିନ୍ନ ଋତୁ'ରେ ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଯୋଗଦେଇ ପାରଳାଖେମୁଣ୍ଡି ଭଳି ଉପାନ୍ତ ଅଞ୍ଚଳରେ ଜନ୍ମ ଗ୍ରହଣ କରିଥିବା ପଣ୍ଡିତ ରଘୁନାଥ ପାତ୍ରଙ୍କ ସଂଗୀତ ସାଧନାର ଉଚ୍ଚ ପ୍ରଶଂସା କରିବା ସହ ଓଡିଶୀ ସଂଗୀତରେ ପାରଳା ଘାରାନାକୁ ବଜାୟ ରଖିବାରେ ତାଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ।
ସମ୍ମାନିତ ଅତିଥି ଭାବେ ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ସହ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅକ୍ଷୟ କୁମାର ସେଠୀ , କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ ଓଡିଶୀ କଣ୍ଠଶିଳ୍ପୀ ଡଃ.ସଂଗୀତା ଗୋସାଇଁ ପ୍ରମୁଖ ଯୋଗଦେଇ ରଘୁନାଥଙ୍କ ଜୀବନ ବ୍ୟାପି ଓଡିଶୀ ସଂଗୀତ ସାଧାନା ବିଶେଷ କରି ବିନା ଶୁଳ୍କରେ ଉପାନ୍ତ ଅଞ୍ଚଳରେ ସଂଗୀତ ଶିକ୍ଷା ପ୍ରଦାନ କରି ଅନେକ ଛାତ୍ରଛାତ୍ରୀଙ୍କୁ ସୃଷ୍ଟି କରିବା ସହ ତାଙ୍କ ଦ୍ବାରା ସ୍ୱର ସଂଯୋଜିତ ତଥା ନିର୍ଦ୍ଦେଶନାରେ ସୃଷ୍ଟି ହୋଇଥିବା କାଳଜୟୀ ଲଘୁ ସଂଗୀତ ପାଇଁ ସେ ସବୁବେଳେ ଅନ୍ୟମାନଙ୍କ ପାଇଁ ଆଦର୍ଶ ହୋଇ ରହିବେ ବୋଲି କହିବା ସହ ତାଙ୍କ ମାନସପୁତ୍ର ଭକ୍ତି ନୈବେଦ୍ୟ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ଅନୁଷ୍ଠାନର ସଭାପତି ନୃସିଂହ ଚରଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡିଶା ସଂଗୀତ ନାୟକ ଏକାଡେମୀ ଦ୍ୱାରା ପୁରସ୍କୃତ ଯୁବ ମଞ୍ଚ ଅଭିନେତା ଆଦର୍ଶ ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ରୂପେଶ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନର ଆବାହକ ଡ.ଚନ୍ଦନ ଗନ୍ତାୟତ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଏହି କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ମଧୁମିତା ମହାନ୍ତିଙ୍କ ଉପସ୍ଥାପନା ଏବଂ ଭକ୍ତି ନୈବେଦ୍ୟ ଅନୁଷ୍ଠାନର କଳାକାରମାନେ ପଣ୍ଡିତ ରଘୁନାଥଙ୍କ ଦ୍ବାରା ସ୍ବର ସଂଯୋଜିତ ତଥା ନିର୍ଦ୍ଦେଶିତ ବିଭିନ୍ନ ସଂଗୀତ ପରିବେଷଣ କରିଥିଲେ , ଯାହା ଉପସ୍ଥିତ ଶ୍ରୋତାଙ୍କୁ ଅନେକ ରାତି ଯାଏଁ ବାନ୍ଧି ରଖିଥିଲା।
କଣ୍ଠଶିଳ୍ପୀ ଡଃ.ସଂଗୀତା ଗୋଷାଇଁ , ପଣ୍ଡିତ ରଘୁନାଥ ପାତ୍ର , ଶ୍ରୀମତି ସର୍ମିଳା ସାମନ୍ତରାୟ , ଡ.ଆଦ୍ୟାଶା ଦାଶ , ଡ.ଚନ୍ଦନ ଗନ୍ତାୟତ , ସୁଶ୍ରୀ ବୈଷ୍ଣବୀ ଘୋଷ - ଶୋବାର ଲୌହି ଦିଲ୍ ସେ (ହିନ୍ଦୀ ଗଜଲ) , ଶ୍ରୀ ପ୍ରଭାତ ପାତ୍ର , ଶ୍ରୀ ଶିବ ଷଡଙ୍ଗୀ , ସୁଶ୍ରୀ ଅଞ୍ଜଳୀ ପାତ୍ର ଓ ଅସିତ କୁମାର ନନ୍ଦ ସଂଗୀତ ପରିବେଷଣ କରିଥିବା ବେଳେ ବାଦ୍ୟ ଯନ୍ତ୍ରାଂଶରେ ଇଂ.ଅଭୟେନ୍ଦୁ ( ତବଲା) , ବିକାଶ ପାତ୍ର ( ଢୋଲକ) , ଶ୍ୟାମ ଭାଇ ( ସେକ୍ସୋଫୋନ୍ , ବଂଶୀ ) , ବିଶ୍ବଭୂଷଣ ( କି-ବୋର୍ଡ) , ଉମା ମହେଶ (ପ୍ୟାଡ)ରେ ରହିଥିଲେ।
ରାଜ୍ୟ
ଜୟଦେବ ଭବନ ଠାରେ ସଂଗୀତର 'ଭିନ୍ନ ଋତୁ' କାର୍ଯ୍ୟକ୍ରମ ଅନୁଷ୍ଠିତ
- Hits: 16







