ହେଡଲାଇନସ୍:

ଆଜି ରାଜ୍ୟରେ ରେକର୍ଡ : କରୋନା ଯୋଦ୍ଧାଙ୍କ ପାଇଁ ବଡ ସଫଳତା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗୋଟିଏ ଦିନରେ ସୁସ୍ଥ ହୋଇ ଘରକୁ ଫେରିଲେ ୨୩୭  ଜଣ 

 ଭୁବନେଶ୍ୱର :  କରୋନାରେ ରାଜ୍ୟରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ସର୍ବକାଳୀନ ରେକର୍ଡ ହୋଇଛି ରୋଗୀ ସୁସ୍ଥ ହେବାରେ | ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୨୩୭  ଜଣ | ଫଳରେ ରାଜ୍ୟରେ କରୋନାରେ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା  ପହଂଚିଛି ୩୫୩୪ରେ | ଆଜି ପ୍ରାଣ ହରାଇଥିବା ବ୍ୟକ୍ତି ଜଣକ ପୁରୀର | ତାଙ୍କ ବୟସ ୬୦ ବର୍ଷ | କରୋନା ପାଇଁ ସେ ଚିକିତ୍ସିତ ହେଉଥିବା ବେଳେ ଦୀର୍ଘଦିନ ଧରି ସେ ଅବଷ୍ଟ୍ରକ୍ଟିଭପାଲମୋନାରୀ ଡିଜିଜରେ ଆକ୍ରାନ୍ତ ଥିଲେ | ଫଳରେ ମୃତକଙ୍କ ସଂଖ୍ୟା ୧୨ରେ ପହଂଚିଛି | ଆଜି ସୁସ୍ଥ ହୋଇଥିବା ଲୋକଙ୍କ ମଧ୍ୟରେ କଟକରୁ ସର୍ବାଧିକ ୭୦ ଜଣ, 54  ଜଣ ଖୋର୍ଦ୍ଧାରେ, ୨୦ ଜଣ ଜଗତସିଂହପୁରରୁ, ୧୯ ଜଣ  କନ୍ଧମାଳ, ୧୭ ଜଣ ଗଂଜାମରୁ, ଭଦ୍ରକ  ଓ ମୟୁରଭଞ୍ଜରୁ ୯ ଜଣ ଲେଖାଏ, କେନ୍ଦୁଝର ୮ ଜଣ,  ଢେଙ୍କାନାଳ  ଓ ପୁରୀରୁ 7 ଜଣ ଲେଖାଏ , କେନ୍ଦ୍ରାପଡ଼ା  ଓ ନୟାଗଡରୁ ୪ ଜଣ ଲେଖାଏ,  କଳାହାଣ୍ଡି  ମାଲକାନଗିରି ଓ ସମ୍ବଲପୁରରୁ ୨ ଜଣ ଲେଖାଏ, ବୌଧ, ଝାରସୁଗୁଡା ଓ ସୁନ୍ଦେରଗଡରୁ ଜଣେ ଲେଖାଏ ଅନ୍ତର୍ଭୁକ୍ତ | 

0
0
0
s2sdefault