ହେଡଲାଇନସ୍:

ରଥଯାତ୍ରା ନେଇ ଅଦାଲତକୁ ଭୂଲ ତଥ୍ୟ ଦେଇଥିବାରୁ ମୁଖ୍ୟମନ୍ତ୍ରୀ, ସାଲଭେ, ଆଇନମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ନାଁରେ ଯୁବ କଂଗ୍ରେସର ଏତଲା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପୁରୀ(ଅନିମେଶ ପଟ୍ଟନାୟକ) :  ରାଜ୍ୟ ସରକାର  ମାନ୍ୟବର ଅଦାଲତଙ୍କୁ ଭୁଲ ତଥ୍ୟ ଦେଇଛନ୍ତି।  ସରକାରଙ୍କ ତରଫରୁ ହରିଶ ସାଲଭେ ରଥଯାତ୍ରା ହେଲେ ୧୦ରୁ୧୨ ଲକ୍ଷ ଲୋକ ହେବେ ବୋଲି ଏକ ଭିତ୍ତିହୀନ ତଥ୍ୟ ଉପସ୍ଥାପନ କରିଥିଲେ ବୋଲି ଅଭିଯୋଗ ଆଣିଛି ଯୁବ କଂଗ୍ରେସ । ଏ ନେଇ ଯୁବ କଂଗ୍ରେସ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆଇନଜୀବୀ ହରିଶ ସାଲଭେ, ଆଇନ ମନ୍ତ୍ରୀ ପ୍ରତାପ ଜେନା ଓ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ବିରୁଦ୍ଧରେ ଏତଲା ଦିଆଯାଇଛି । ଟାଉନ ଥାନାରେ ଏନେଇ ଯୁବ କଂଗ୍ରେସର ସାଧାରଣ ସଂପାଦକ ବିଶ୍ୱନାଥ ଦାଶଙ୍କ ନେତୃତ୍ବରେ ଏତଲା ଦାଏର କରାଯାଇଛି।  

ସୂଚନା ଥାଉକି, ଗତକାଲି ଛତିସା ନିଯୋଗ ବୈଠକ ପରେ ଗଜପତି ସିଧାସଳଖ ଗଣମାଧ୍ୟମକୁ ବିବୃତି ଦେଇ କହିଥିଲେ ଯେ ସରକାରଙ୍କ ପକ୍ଷରୁ ସଠିକ ଭାବେ ରଥଯାତ୍ରାକୁ ନେଇ ପକ୍ଷ ରଖାଯାଇନାହିଁ । ଯାହା ସରକାରଙ୍କୁ ଘେରିବାକୁ ବିରୋଧୀଙ୍କୁ ଖୋରାକ ଯୋଗାଇଛି ।  ଅନ୍ୟ ପକ୍ଷରେ ଶ୍ରୀ ମନ୍ଦିର ପରଚାଳନା ପରିଷଦରେ ବିନା ଭକ୍ତରେ ରଥଯାତ୍ରା ହେବା ସପକ୍ଷରେ ପ୍ରସ୍ତାବ ଦିଆଯାଇଥିଲା କେଉଁ ପରିସ୍ଥିତିରେ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ଆଇନଜୀବୀ ହରିଶ ସାଲଭେ ରଥଯାତ୍ରା ସଂପର୍କରେ ଏପରି ଭୁଲ ତଥ୍ୟ ଉପସ୍ଥାପନ କଲେ ସେ ନେଇ ମାନ୍ୟବର ସୁପ୍ରିମକୋର୍ଟଙ୍କ ଆଦେଶ ର ପୁନର୍ବାର ବିଚାର କରିବାପାଇଁ ସ୍ବୟଂ ଗୋବର୍ଧନ ପୀଠାଧୀଶ  ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ନିଜ ମତ ପୋଷଣ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ପୁରୀ ଲୋକସଭା ଯୁବ କଂଗ୍ରେସ ସାଧାରଣ ସଂପାଦକ ବିଶ୍ବନାଥ ଦାଶ, ସ୍ବାଧୀନ କୁମାର ପଣ୍ଡା, ଶିବାନନ୍ଦ ପାତ୍ର ଏବଂ ଏଆଇସିସି ସଭ୍ୟ ସୁଜିତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault