ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ଭାରତ-ଚୀନ ସୀମାନ୍ତରେ ସହିଦ ହୋଇଥିବା ଭାରତର ୨୦ ଜଣ ବୀର ଯବାନଙ୍କୁ ଆଜି ସମ୍ବଲପୁର ଜ଼ିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଆଜି ସଂଧ୍ୟାରେ ସ୍ଥାନୀୟ ନେଲସନ ମଣ୍ଡେଲା ଶହୀଦ ଛକ ରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଜିଲା ବିଜେଡି ସଭାପତି ଇଂ. ସିଦ୍ଧାର୍ଥ ଦାସ ଙ୍କ ସମେତ ଦଳୀୟ କର୍ମକର୍ତ୍ତା ମାନେ କରୋନା କଟକଣା ସାମାଜିକ ଦୂରତ୍ୱ ଅବଲମ୍ବନ ପୂର୍ବକ ଉପସ୍ଥିତ ରହି କ୍ୟାଣ୍ଡେଲ ଜାଳି ସହୀଦ ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ଇଂ ସିଦ୍ଧାର୍ଥ ଦାସ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସମ୍ବଲପୁର ଜିଲ୍ଲା ବିଜେଡି ପାଇଁ ଦଳୀୟ ପର୍ଯ୍ୟବେକ୍ଷକ ଇଂ.ନଳିନୀ କାନ୍ତ ପ୍ରଧାନ ଯୋଗ ଦେଇ ସମସ୍ତ ଦଳୀୟ କର୍ମକର୍ତା ମାନଙ୍କୁ ଉତ୍ସାହିତ କରିଥିଲେ I ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ଯୁବ ବିଜୁ ଜନତା ଦଳ ର କାର୍ଯ୍ୟକାରୀ ସଭାପତି ସଂଜିତ ମହାନ୍ତି, ଉପ ସଭାପତି ଶୈଳେଶ ଦାନୀ, ବିଜୁ କୃଷକ ଜନତା ଦଳ ଜ଼ିଲ୍ଲା ସଭାପତି ଆନନ୍ଦ ଜେନା, ରାଜ୍ୟ ପରିଷଦ ସଭ୍ୟ ହିରା ଲାଲ ବେହେରା, ଦେବେନ ପତି, ବରିଷ୍ଠ ବିଜେଡି ନେତା ଗୋକୁଲ ମେହେର, ମୋତିଲାଲ ତନ୍ତୀ,ଅଶୋକ ସେନାପତି,କବିତା ପୁରୋହିତ,ରାଜ୍ୟ ମହିଳା ବିଜେଡି ସମ୍ପାଦିକା ଉଷା ପ୍ରଧାନ,ମହମ୍ମଦ ସନାଉଲ୍ଲା, ରାଜକିଶୋର ଦାସ, ସମାଜସେବି ନିହାଲ ସିଂ, ଫଣିନ୍ଦ୍ର ପଟନାୟକ, ଆଇନଜୀବୀ ଚିତ୍ତରଞ୍ଜନ ପଣ୍ଡା, ଅଶୋକ ମହାପାତ୍ର,ମନୋଜ ମହାପାତ୍ର, ଖରାଁଶୁ ଦେବ, ବିଜୟ ସ୍ୱାଇଁ, ନିଶାନ୍ତ ଦୀକ୍ଷିତ, ଅଶୋକ ମହାକୁର, ତାପସ ପଳାଇ, ଲିଙ୍ଗରାଜ ତ୍ରିପାଠୀ, ଦିଲୀପ ଦାଶ, ଆଶିଷ ମିଶ୍ର, ବିକାଶ ମିଶ୍ର,ଅନିଲ ଗୁପ୍ତା, ପ୍ରଦ୍ୟୋତ ଶର୍ମା,ନିଶିଥ ଆକାଶ, ଅମିତ ନାଥ,ଦୀନେଶ ସେଠ, ଶିଶିର ମହାନ୍ତି,ଲକ୍ଷ୍ମୀ ମହାପାତ୍ର, ପ୍ରଶାନ୍ତ ଥାପା,ସୁରେନ୍ଦ୍ର ଥାପା, ସୁଧୀର ପାଣିଗ୍ରାହୀ,ସୁବାଶିଷ ପଣ୍ଡା,ଶ୍ରୀମତୀ ସଂଗୀତା ସ୍ୱାଇଁ, ସୁଶୀଲ ମିଶ୍ର,ସଇରେନ୍ଦ୍ରୀ ନାୟକ, ସୁବର୍ନ ନାୟକ,ଅନୁପମା ନାଥ,ଅଞ୍ଜୁ ଶର୍ମା,ମିତାଲି ସାହୁ,ମମତା ପଣ୍ଡା, ପ୍ରଫୁଲ୍ଲ ପାଢ଼ୀ,ଜୟ ନାରାୟଣ ନାଗ, ବୃନ୍ଦାବନ ବେହେରା,ତାରାଚାନ୍ଦ ବାଗ, ଅଭିମନ୍ୟୁ ରାଉତ,ସନ୍ଦୀପ ଦେହୁରୀ, ସୂଂଧାଂଶୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ I ଏହି ଅବସରରେ ସେମାନେ ଚୀନ ସେନାର ବର୍ବରୋଚିତ କାଣ୍ଡକୁ ଦୃଢ ନିନ୍ଦା କରିବାସହ ଭାରତୀୟ ସେନାର ବଳିଦାନ ବ୍ୟର୍ଥ ହେବନାହିଁ ବୋଲି ପ୍ରକାଶ କରିଥିଲେ।
ରାଜ୍ୟ
ସମ୍ବଲପୁର ଜ଼ିଲ୍ଲା ବିଜେଡି ପକ୍ଷରୁ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି
- Hits: 285