ବାରିପଦା (ଦିଲ୍ଲୀପ ମହାନ୍ତି ) - ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ତଥା ବନ୍ୟା , ବାତ୍ୟା ଆଦିରୁ ରକ୍ଷା ପାଇବା ସହିତ ସଚେତନତାର ସହିତ କିଭଳି ପ୍ରପିଡିତ ଲୋକମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ପାରିବ ସେଥିନିମନ୍ତେ ଆଜି ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ଏକ ଅଭ୍ୟାସ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଳ, ଅନ୍ୟତମ ଅତିରିକ୍ତ ଜିଲ୍ଲାପାଳ ବିବେକାନନ୍ଦ ସାହୁ, ଜିଲ୍ଲା ଜରୁରୀ ଅଧିକାରୀ ସୁଜୟ କୁମାର ପତି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବିନ୍ଦ୍ର ନାୟକ, ବାରିପଦା ଅଗ୍ନିଶମ ସେବା କେନ୍ଦ୍ର ଓ ଓଡ୍ରାଫ ଟିମର ଅଧିକାରୀ ତଥା କର୍ମଚାରୀମାନେ ଯୋଗଦେଇ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କେବଳ ସଚେତନତାର ସହ କେତେକ ସରଳ କୌଶଳମାନ ଆପଣେଇ କିପରି ଧନଜୀବନ ଆଦିକୁ ରକ୍ଷା କରାଯାଇ ପାରିବ ସେ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବ୍ୟବହାର କରାଯାଉଥିବା ବିଭିନ୍ନ ଯନ୍ତ୍ରପାତିର ବ୍ୟବହାର ସହିତ ବିଭିନ୍ନ ପ୍ରକାର ଘୋରେଇ ସାଧାରଣ ଉପକରଣର ବ୍ୟବହାର ଏବଂ କୌଶଳଗୁଡିକ ସମ୍ବନ୍ଧରେ ଉପସ୍ଥିତ ସ୍ୱେଚ୍ଛାସେବୀ ମାନଙ୍କୁ ବିଭାଗୀୟ ଅଧିକାରୀ ମାନେ ଅବଗତ କରାଇଥିଲେ । ଆଗକୁ ମୌସୁମୀ ଆସୁଥିବାରୁ ସମ୍ଭାବ୍ୟ ବନ୍ୟା ବାତ୍ୟା ଆଦି ପ୍ରାକୃତ୍ତିକ ବିପର୍ଯ୍ୟୟକୁ ସଫଳ ଭାବରେ ମୁକାବିଲା କରିବା ନିମନ୍ତେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ମକଡ୍ରିଲ କାର୍ଯ୍ୟକ୍ରମ ଜିଲ୍ଲା ସ୍ତର, ବ୍ଲକ ସ୍ତର, ତଥା ସମସ୍ତ ବାତ୍ୟା ଆଶ୍ରୟସ୍ଥଳି ମାନଙ୍କରେ ଅନୁଷ୍ଠିତ ହେଉଥିବାର ଜଣାଯାଇଛି । ଏହି ସମୟରେ ବିଭିନ୍ନ ସ୍ୱେଚ୍ଚାସେବୀ ସଂଗଠନର କର୍ମକର୍ତ୍ତା , ସ୍ୱେଚ୍ଛାସେବୀ, ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗଦେଇ ପ୍ରଦର୍ଶୀତ କୌଶଳଗୁଡ଼ିକ ଉପରେ ଅବଗତ ହୋଇ ଥିଲେ ।
ରାଜ୍ୟ
ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇବା ନିମନ୍ତେ ମକଡ୍ରିଲ କାର୍ଯ୍ୟକ୍ରମ
- Hits: 278