ବେଲଗାଁ, ଟିଟିଲାଗଡ (ଗୌରବ ଦର୍ଜି)- ଲଦାଖ ସୀମାନ୍ତ ଗଲୱ।ନ ଘାଟି ଠାରେ ଗତ ମଙ୍ଗଳବାର ଦିନ ଭାରତ ଓ ଚୀନ ସୈନିକ ଙ୍କ ମଧ୍ୟ ରେ ହୋଇଥିବା ସଂଗ୍ରାମ ରେ ୨୦ଜଣ ଭାରତୀୟ ସହିଦ ହୋଇଛନ୍ତି । ସେମାନ ଙ୍କୁ ସମଗ୍ର ଦେଶବାସୀ ଅନ୍ତରରୁ ସଲାମ ଜଣାଉଛନ୍ତି । ଏଥିରେ ଓଡିଶା ର ୨ଜଣ ସୈନିକ ସହିଦ ହୋଇ ଓଡିଶା ମାଟି କୁ ଗର୍ବିତ କରିଛନ୍ତି । ଆଜି ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ବ୍ଲକ ବେଲଗାଁ ଯୁବ ଗୋଷ୍ଠୀ ମାନେ ମହମ ବତୀ ଜଳାଇ ସହିଦ ଯବାନ ଙ୍କ ଶ୍ରଦ୍ଧାଞ୍ଜଳି ପ୍ରଦାନ କରଯାଇଥିଲା ।