ହେଡଲାଇନସ୍:

ସରିଲା ଛତିସା ନିଯୋଗ ବୈଠକ, ଝୁଲିଲା ନିଷ୍ପତ୍ତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅଦାଲତଙ୍କ ନିଷ୍ପତ୍ତିକୁ ଅପେକ୍ଷା , ରାଜ୍ୟ ସରକାରଙ୍କୁ ବି ଅନୁରୋଧ

ସମସ୍ତଙ୍କ ଗୋଟିଏ କଥା "ଜଗନ୍ନାଥଙ୍କ ରଥ ଗଡୁ" 

ପୁରୀ(ଅନିମେଶ ପଟ୍ଟନାୟକ) :  ଶେଷ ହେଲା ଛତିସା ନିଯୋଗ ବୈଠକ।  ପୁଣି ଝୁଲିଲା ନିଷ୍ପତ୍ତି । ସୁପ୍ରିମକୋର୍ଟଙ୍କ ଗତକାଲିର ରାୟ ଓ ରାଜ୍ୟ ସରକାରଙ୍କ କ୍ୟାବିନେଟ ନିଷ୍ପତ୍ତି ପରିପ୍ରେକ୍ଷୀରେ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ପାଇଁ ଆଜି ବସିଥିଲା ଗୁରୁତ୍ୱପୂର୍ଣ ଛତିଶା ନିଯୋଗ ବୈଠକରେ ସାଢେ ତିନି ଘଣ୍ଟାର ମାନସ ମନ୍ଥନ | ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ଆଜି ଛତିଶା ନିଯୋଗ ବୈଠକରେ  ସେବାୟତଙ୍କ ମନ ଉଣା ଓ ଅସନ୍ତୋଷ ପ୍ରତିଫଳିତ ହୋଇଥିଲା ବୈଠକରେ | ସମସ୍ତଙ୍କ ମତ ଜଗନ୍ନାଥଙ୍କ ରଥ ଗଡୁ | ରଥଯାତ୍ରା କରିବା ପାଇଁ ହୋଇଥିବା ଆବେଦନର ଭଲ ଦଳକୁ ସମସ୍ତେ ଆଶା କରି ବସିଥିବା ବେଳେ ନିଷ୍ପତ୍ତିର ପୁନର୍ବିଚାର କରି ରଥଯାତ୍ରା କରିବା ପାଇଁ ପୁଣିଥରେ ଅନୁରୋଧ କାରାଯାଇଛି ଏହି ବୈଠକରେ | ଅଦାଲତଙ୍କ ନିଷ୍ପତ୍ତ ଓ ସରକାରଙ୍କ ପଦକ୍ଷେପକୁ ଅପେକ୍ଷା କରିବା ଛାଡ  କୌଣସି ନିଷ୍ପତ୍ତି ହୋଇପାରିନି ଏହି ବୈଠକରେ | 

 ବୈଠକ ପରେ ଗଜପତି ଦିବ୍ୟସିଂହ ଦେବ କହିଛନ୍ତି ଯେ, ସାନି ଆବେଦନର ଫଳାଫଳକୁ ଅପେକ୍ଷା କରାଯିବ | ସଂଶୋଧନ ପିଟିସନର ଫଳାଫଳ ଆସିବା ପରେ ରୂପରେଖ ଚୁଡାନ୍ତ ହେବ ହେବ | ସରକାରଙ୍କ ଓକିଲ ଯୁକ୍ତି ଯୁକ୍ତ ତଥ୍ୟ ସର୍ବୋଚ୍ଚ ନ୍ୟାୟାଳୟରେ ଦେଇ ନାହାନ୍ତି।  ତେଣୁ ଆଉଥରେ ସରକାରଙ୍କୁ ରଥଯାତ୍ରା ନିଷ୍ପତ୍ତି ଉପରେ ନିବେଦନ କରାଯିବ । ବିଭିନ୍ନ ସଂସ୍ଥା ପକ୍ଷରୁ ସାନି ଆବେଦନ କରାଯାଇଥିବାରୁ ସୋମବାର ଫଳାଫଳକୁ ଅପେକ୍ଷା କରିବାକୁ ପଡିବ । ତାପରେ ଯାଇ  ବିକଳ୍ପ ବ୍ୟବସ୍ଥା କଣ ହୋଇପାରେ ତାହା ଆଲୋଚନା କରାଯିବ ବୋଲି କହିଛନ୍ତି ଗଜପତି ।

0
0
0
s2sdefault