ଲୋଇସିଂହା (ଶାସକ ପ୍ରଶାସକ) : ଗ୍ରାମକୁ ପ୍ରବାସୀ ଶ୍ରମିକ ଫେରିଲା ପରେ ବର୍ତମାନ କରୋନା ଭୁତାଣୁ ସଂକ୍ରମଣ ବଡିବାରେ ଲାଗିଛି ! ଗାଁରେ ଲୋକମାନଂକର ସଚେତନତା ଅଭାବ ଓ ପୋଲିସ କଟକଣା କମ ଥିବାରୁ ଲୋକ ବେଖାତିର କରୁଛନ୍ତି | ଗାଁର ସର୍ବସାଧାରଣ ସ୍ଥାନରେ ସରକାରଙ୍କର ତରଫରୁ ବିଶୋଧିତ କରାଯାଉ ନାହିଁ | ଫଳରେ କରୋ ନା ସଂକ୍ରମଣ ଆଶଙ୍କା ବଢ଼ିବାରେ ଲାଗିଛି | ଏହି ପରିପ୍ରେକ୍ଷୀରେ CRY କୋଲକାତା ସହାୟତାରେ ଓ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ନଅ ଗାଁ (ଖ ) ତରଫରୁ ମାନସ ବିହାର ରୁଗୁଦିଖାଲର ସପ୍ତାହିକ ବଜାରରେ ମାକ୍ସ ବଣ୍ଟନ ସାମାଜିକ ଦୂରତା , ହାତ ଧୋଇବା ଆଦି ଉପରେ ସଚେତନ କରାଯାଇଥିଲା ! ଏହି କାର୍ଯ୍ୟକ୍ରମରେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲୋକଙ୍କୁ ମାକ୍ସ ବଣ୍ଟନ କରିବା ସହିତ ସଚେତନ କରିଥିଲେ | ପଲ୍ଲୀ ଆଲୋକ ପାଠାଗାର ସମ୍ପାଦକ ପ୍ରଶାନ୍ତ କୁମାର ନାୟକ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ | ଗୋବିନ୍ଦ ଚନ୍ଦ୍ର ବିଶି, ପ୍ରଶାନ୍ତ କୁଅଁର, କରୁଣା ବିଶ୍ୱାଳ , ସୌମ୍ୟ ରଞ୍ଜନ ବିଶି ଓ ରଞ୍ଜନ ମାହାଲିଙ୍ଗ ' ପ୍ରମୁଖ ସହଯୋଗ କରିଥିଲେ |
ରାଜ୍ୟ
ଲୋଇସିଂହା ବିଧାୟକଙ୍କ ଦ୍ୱାରା ମାସ୍କ ବଣ୍ଟନ
- Hits: 265