ବରଗଡ :- ବରଗଡ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ରଞ୍ଜନ ପ୍ରଧାନ ଓ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୁଆନ ଆଜି ପାଇକମାଲ ବ୍ଲକ ଲଖମରା ପଞ୍ଚାୟତର ବମରୀତ ନିବାସୀ କୁମାରୀ ସଞ୍ଚିତା ମହାନନ୍ଦଙ୍କର ଘରକୁ ଯାଇ ସଞ୍ଚିତା ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବୁଝିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ସଞ୍ଚିତା ଙ୍କର ହୃଦରୋଗ ଥିବା ଖବର କିଛି ଦିନ ତଳେ ସ୍ଥାନୀୟ ଗଣମାଧ୍ୟମ ରେ ପ୍ରକାଶିତ ହେଉଥିଲା । ପିଡିତା ସହିତ ପ୍ରତକ୍ଷ ଭାବରେ କଥାହେବା ସହିତ ତାର ଅନ୍ୟାନ୍ୟ ସମସ୍ୟା ବିଷୟ ଯଥା ରାସନ କାର୍ଡ ଘର ଇତ୍ୟାଦି ବାବଦରେ ଜିଲ୍ଲାପାଳ ପଚାରି ବୁଝିବା ସହିତ ସରକାର ଙ୍କର ନିୟମ ମୁତାବକ ପିଡିତାଙ୍କୁ ସମସ୍ତ ସାହାଯ୍ୟ ଓ ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଉପଜିଲ୍ଲାପାଳ ଆସନ୍ତା କାଲି ପିଡିତା ଙ୍କୁ ପଦ୍ମପୁର ଆସିବା ପାଇଁ କହିଛନ୍ତି । ପଦ୍ମପୁର ରେ ପିଡିତା ଙ୍କର ସରକାରୀ ଡାକ୍ତରଖାନାରେ ସମସ୍ତ ଯାଞ୍ଚ କରାଯିବ , ଯାଞ୍ଚ ପରେ ପରବର୍ତ୍ତୀ କାର୍ଯପନ୍ଥା ସ୍ଥିର କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି ।
ଏପଟେ ଉପଜିଲ୍ଲାପାଳ ଆଜି ସକାଳୁ ପାଇକମାଲ ବ୍ଲକ ର କାଂଶଡ଼ା , ଭୁବନେଶ୍ୱରପୁର ସ୍ଥିତ ବିଭିନ୍ନ TMC କୁ ପହଂଚି ସେଠାରେ ପ୍ରବାସୀ ଶ୍ରମିକ ମାନଙ୍କର ବାବଦରେ ସରପଞ୍ଚ ମାନଙ୍କୁ ପଚାରି ବୁଝିଥିଲେ । ତୃଣମୂଳ ସ୍ଥାରରେ ସରପଞ୍ଚ ମାନଙ୍କର କାର୍ଯ୍ୟ ପ୍ରଶଂସନୀୟ । ନାନା ପ୍ରକାର ସମସ୍ୟାର ସମ୍ମୁଖୀନ ହେବା ପରେ ମଧ୍ୟ ଏହି ଦୁହି ପଞ୍ଚାୟତର ସରପଞ୍ଚମାନେ ପ୍ରଶଂସନୀୟ କାର୍ଯ୍ୟ କରିଥିବାରୁ ଉପଜିଲ୍ଲାପାଳ ସେମାନଙ୍କର ପ୍ରଶଂସା କରିବା ସହିତ ସରପଞ୍ଚ ମାନଙ୍କର ମନୋବଳ ବଢାଇଥିଲେ । ଏହାପରେ ଉପଜିଲ୍ଲାପାଳ ଝାରବନ୍ଧ ବ୍ଲକର ବିଳାଶପୁର ଓ ଅମଠି ପଞ୍ଚାୟତ TMC ବୁଲିବା ସହିତ ସେଠାରେ ପ୍ରସ୍ତୁତ ହେଉଥିବା ଖାଦ୍ୟର ମାନ ପରୀକ୍ଷା କରିଥିଲେ । ଶେଷରେ ଅମଠି ମାର୍କେଟ ୟାର୍ଡ଼ ବୁଲି ଦେଖି ସେଠି ଥିବା ସମସ୍ୟା ବାବଦରେ ଆଲୋଚନା କରିବା ସହିତ ସମସ୍ୟା ଗୁଡିକର ତୁରନ୍ତ ସମାଧାନ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ।