ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଗ୍ରସ୍ତରେ ଆସି ପହଞ୍ଚି ଥିଲେ। ଏହି ଅବସରରେ ଉପସ୍ଥିତ ଥିବା ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଥିଲେ ଯେ ଆସନ୍ତା ୨୬ତାରିଖରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ସେଥିରେ ମୁଁ ଜଣେ ସଭ୍ୟ ଅଛି।ଗଜପତି ଜିଲ୍ଲାରେ ତିତିଲି ପରେ ଗୁଡାଏ କାର୍ଯ୍ୟକ୍ରମ ହୋଇଛି। ଆହୁରି କିଛି କାର୍ଯ୍ୟକ୍ରମ ବାକି ରହିଯାଇଛି। ସେ ଉପରେ କିଛି ତଥ୍ୟ ନେବାର ଥିଲା। ସେହିପରି ବ୍ରହ୍ମପୁର ଆଇଟିଆଇ କୁ ଯାଇଥିଲି ବୁଲିବା ପାଇଁ , ସେଠି ପିଲା ମାନେ ସୁନ୍ଦର ମାସ୍କ ତିଆରି କରୁଥିଲେ।ମୋତେ ଭଲ ଲାଗିଥିଲା। ନିଜ ଉଦ୍ୟମରେ ସେଠାରୁ କିଛି ମାସ୍କ ଆଣିଥିଲି। ସରକାରୀ କର୍ମଚାରୀ ଓ ଉପସ୍ଥିତ ସାମ୍ବାଦିକଙ୍କୁ ବଣ୍ଟନ କରିଥିଲେ।
ଦେଶରେ , ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇଛି। ଗଜପତି ଜିଲ୍ଲାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ଧୀରେ ଧୀରେ ବୃଦ୍ଧି ପାଉଛି। ତାକୁ ଧରିକରି ଆମେ ସାମାଜିକ ଦୂରତା ଓ ନିୟମକୁ ମାନିବାକୁ ପଡିବ। ଆମେ ଯଦି ସମସ୍ତେ ସାବଧାନତା ମାନିବା ଏବଂ ସମସ୍ତେ ନିଜେ ନିଜର ସତର୍କତା ରହିବା ତାହା ହେଲେ ଆମେ ନିଜକୁ ବଞ୍ଚାଇବା , ସାରା ସମାଜକୁ ବଞ୍ଚାଇ ପାରିବା । ତାହା ହେଲେ କରୋନା ଠାରୁ ଦୂରେଇ ପାରିବା ବୋଲି ସାଂସଦ ଶ୍ରୀ ସାହୁ କହିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପମ ସାହା , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା , ବିଜୁ ଜନତା ଦଳର ଜିଲ୍ଲା ସଭାପତି ପ୍ରଦୀପ ନାୟକ , ରାଜଜେମା କଲ୍ୟାଣୀ ଦେବୀ ଗଜପତି , ବିଜେଡି ଜିଲ୍ଲା ମହିଳା କାର୍ଯ୍ୟକାରୀ ସଭା ନେତ୍ରୀ ସଂଜୁକ୍ତା ବେହେରା , ବସନ୍ତ ଦାସ , ରାମନାଥ ମିଶ୍ର , ଅନ୍ତର୍ଯ୍ୟାମୀ ଗମାଙ୍ଗ, ନଗର ସଭାପତି ସୂର୍ଯ୍ୟ ନାରାୟଣ ରାଜଗୁରୁ , ବିଜେଡି ଜିଲ୍ଲା ଯୁବ ସଭାପତି ଏସ୍ . ଲିଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ।