ଭୁବନେଶ୍ୱର : ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍ଓ), ସ୍ପେଶାଲିଷ୍ଟ ଏବଂ ଅନ୍ୟାନ୍ୟ ପଦପଦବୀରେ ବଡ ଧରଣର ଅଦଳବଦଳ କରାଯାଇଛି । ଏ ନେଇ ଗୁରୁବାର ସରକାରଙ୍କ ପକ୍ଷରୁ ଏ ସମ୍ପର୍କିତ ନିର୍ଦ୍ଦେଶନାମା ପ୍ରକାଶ ପାଇଛି । ବୌଦ୍ଧ ସିଡିଏମ୍ଓ ଥିବା ଡା. ଲକ୍ଷ୍ମୀଧର ସାହୁଙ୍କୁ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଏବଂ ପୁରୀ ସିଡିଏମ୍ଓ ଥିବା ଡା.ନୀଳକଣ୍ଠ ମିଶ୍ରଙ୍କୁ ରାଉରକେଲା ଜେନେରାଲ ହସ୍ପିଟାଲର ନିର୍ଦ୍ଦେଶକ ଭାବେ ପଦୋନ୍ନତି ସହ ବଦଳି କରାଯାଇଛି । କେନ୍ଦ୍ରାପଡା ସିଡିଏମ୍ଓ ଡା.ଉର୍ମିଳା ମିଶ୍ର ଏବଂ ଗଜପତି ସିଡିଏମ୍ଓ ଡା.ଗୁନୁରାଣୀ ପଟ୍ଟନାୟକଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଭାବେ ପଦୋନ୍ନତି ଦିଆଯାଇଛି । ଢେଙ୍କାନାଳ ସିଡିଏମ୍ଓ ଡା. ନିରଞ୍ଜନ ମିଶ୍ରଙ୍କୁ ଜନସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ, ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଭେଷଜ ବିଶେଷଜ୍ଞ ଡା. ବି ଏନ ବାରିକଙ୍କୁ କ୍ୟାପିଟାଲ ହସ୍ପିଟାଲ ଅଧୀକ୍ଷକ ଭାବେ ପଦୋନ୍ନତି ଦିଆଯାଇଛି । ବାଲେଶ୍ୱର ସିଡିଏମ୍ଓ ଡା. ବାନାର୍ଜୀ ପ୍ରସାଦ ଛୋଟରାୟଙ୍କୁ ଯାଜପୁର ସିଡିଏମ୍ଓ ଭାବେ ବଦଳି କରାଯାଇଛି । ସିଟି ହସ୍ପିଟାଲର ଡା. ଶକ୍ତି ପ୍ରକାଶ ମିଶ୍ରଙ୍କୁ ମାଲକାନାଗିରି ସିଡିଏମ୍ଓ, ଡା. ଅରୁଣ କୁମାର ପାତ୍ର ବଡଗଡ ସିଡିଏମ୍ଓ ଏବଂ ଜନସ୍ବାସ୍ଥ୍ୟ ଅଧିକାରୀ, ଡା. ପ୍ରଦୀପ କୁମାର ପାତ୍ର ଗଜପତି ସିଡିଏମ୍ଓ , ଡା. ଉମାଶଙ୍କର ମିଶ୍ର ଗଞ୍ଜାମ ସିଡିଏମ୍ଓ, ଡା.ସରୋଜ କୁମାର ମିଶ୍ର ସୁନ୍ଦରଗଡ ସିଡିଏମ୍ଓ , ରୂପଭାନୁ ମିଶ୍ରଙ୍କୁ ମୟୂରଭଞ୍ଜ ସିଡିଏମ୍ଓ ଭାବେ ବଦଳି କରାଯାଇଛି । ଡା. ଲାଲମୋହନ ରାଉତରାୟ ରାଉରକେଲା ଜେନେରାଲ ହସ୍ପିଟାଲ ଅଧୀକ୍ଷକ, ଡା.ରଞ୍ଜିତା ବିଶ୍ୱାଳ ନୟାଗଡ଼ ସିଡିଏମ୍ଓ , ଡା.ଦୁଲାଶେନ ଜଗତ ଦେଓ ବାଲେଶ୍ୱର ସିଡିଏମ୍ଓ , ଡା.ଅଭୟ କୁମାର ଦାସ ଅନୁଗୋଳ ସିଡିଏମ୍ଓ , ଡା.ସନ୍ତୋଷ କୁମାର ପାତ୍ର ଭଦ୍ରକ ସିଡିଏମ୍ଓ , ଡା. ଭୀମ ସାହୁ ବଲାଙ୍ଗୀର ସିଡିଏମ୍ଓ , ଡା.ପ୍ରତାପ କୁମାର ବେହେରା କଳାହାଣ୍ଡି ସିଡିଏମ୍ଓ , ଡା.ସୁଜାତା ରାଣୀ ମିଶ୍ର ଢେଙ୍କାନାଳ ସିଡିଏମ୍ଓ , ଡା.ମକରନ୍ଦ ବେଉରା କୋରାପୁଟ ସିଡିଏମ୍ଓ , ଡା.ଅନୀତା ପଟ୍ଟନାୟକ କେନ୍ଦ୍ରାପଡା ସିଡିଏମ୍ଓ ଭାବେ ବଦଳି ହୋଇଛି । ଖୋର୍ଦ୍ଧା ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ସୁଜାତା ମିଶ୍ରଙ୍କୁ ଡ଼ ନୀଳକଣ୍ଠ ମିଶ୍ରଙ୍କ ସ୍ଥାନରେ ପୁରୀ ସିଡିଏମ୍ଓ ଏବଂ ଭଦ୍ରକ ଜିଲାର ଡା. ପ୍ରଫୁଲ କୁମାର ନନ୍ଦଙ୍କୁ କ୍ୟାପିଟାଲ ହସ୍ପିଟାଲରେ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଭାଗ ବିଶେଷଜ୍ଞ ଭାବେ ବଦଳି କରାଯାଇଛି ।
ରାଜ୍ୟ
ସିଡ଼ିଏମଓ ସ୍ତରରେ ବ୍ୟାପକ ଅଦଳବଦଳ : ଡ଼ଃ ଏଲ ଡ଼ି ସାହୁ କ୍ୟାପିଟାଲ ଓ ଡ଼ଃ ନୀଳକଣ୍ଠ ମିଶ୍ର ଆରଜିଏଚ ନିର୍ଦ୍ଦେଶକ
- Hits: 875