ସୁନ୍ଦରଗଡ଼ / ହୋରାଚାନ୍ଦ ଦେଉରିଆ- କୋଟି କୋଟି ଓଡ଼ିଆଙ୍କ ପ୍ରାଣର ଠାକୁର ଶ୍ରୀ ଜଗନ୍ନାଥ ରଥଯାତ୍ରାକୁ ବନ୍ଦ କରାନଯାଉ ବୋଲି ଦାବୀ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ପଶ୍ଚିମ ଓଡିଶା ଧର୍ମପ୍ରସାର ସମ୍ପାଦକ ଶାନ୍ତନୁ କୁସୁମ ! ତାସହିତ ସମୀକ୍ଷା ଆବେଦନ ଜରିଆରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ପ୍ରକୃତ ବସ୍ତୁସ୍ଥିତି ବିଷୟରେ ଅବଗତ କରାଇ ରଥଯାତ୍ରା ଆୟୋଜନର ମାର୍ଗକୁ ପ୍ରଶସ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ! ଏହି ପରିପ୍ରେକ୍ଷୀରେ ଭିଏଚପି ନେତା ଶ୍ରୀ କୁସୁମ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରାକୁ ଏ ବର୍ଷ କରୋନା ଭୟରେ ବନ୍ଦ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ଯେଉଁ ରାୟ ଦେଇଛନ୍ତି ତାହା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଆସ୍ଥା ଓ ଭାବାବେଗ ପ୍ରତି ଶକ୍ତ ଆଘାତ ଅଟେ ! ତେଣୁ ନ୍ୟାୟାଳୟଙ୍କ ଆଦେଶକୁ ସମ୍ମାନ ଜଣାଇ ପ୍ରକୃତ ବସ୍ତୁସ୍ଥିତି ବିଷୟରେ ପୁଣି ଥରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପାଖରେ ସମୀକ୍ଷା ଆବେଦନ କରି ରଥଯାତ୍ରା ସମ୍ପନ୍ନ କରାଇବା ପାଇଁ ରାଜ୍ୟ ସରକାର ଆଗଭର ହେବା ଉଚିତ ! ଶ୍ରୀ କୁସୁମ ଆହୁରି କହିଛନ୍ତି ଯେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଜନଗହଳିର ଯେଉଁ କାରଣ ଦର୍ଶାଇଛନ୍ତି, ତାହା ଶ୍ରୀ ଜଗନ୍ନାଥଙ୍କ ସ୍ନାନଯାତ୍ରା ସମୟରେ ଆଦୌ ହୋଇନଥିଲା ! ପୁରୀର ସ୍ଥାନୀୟ ଜନସାଧାରଣ ମଧ୍ୟ ସ୍ନାନଯାତ୍ରା ଦିନ ହାତୀବେଶ ଦର୍ଶନ କରିବାକୁ ଯାଇନଥିଲେ ! ଯଦି ପୁରୀକୁ ଯିବା ପାଇଁ ସମସ୍ତ ସାଧନକୁ ବନ୍ଦ ରଖି ଓଡିଶାର ଜନତାକୁ ପୁରୀ ନଯିବାକୁ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଏ ତେବେ ଯେଉଁ ଭଳି ନିରାଡ଼ମ୍ବର ଭାବରେ ସ୍ନାନଯାତ୍ରା ସମ୍ପନ୍ନ ହୋଇଥିଲା ସେଭଳି ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାକୁ ମଧ୍ୟ ସୁରୁଖୁରୁରେ ସମ୍ପନ୍ନ କରାଯାଇପାରିବ ! ଭକ୍ତ ମାନଙ୍କ ଦ୍ଵାରା ନହେଲେ ନାଇଁ ହାତୀ, ସେବାୟତ କିମ୍ବା ପୋଲିସ ଅଧିକାରୀଙ୍କ ଦ୍ଵାରା ରଥ ଟଣା ଯାଇପାରିବ ! ତେଣୁ ବିକଳ୍ପ ବ୍ୟବସ୍ଥାର ବନ୍ଦୋବସ୍ତ କରି ସର୍ବୋଚ୍ଚ ନ୍ୟାୟାଳୟଙ୍କ ସନ୍ଦେହ ମୋଚନ କରାଯାଇ ରଥଯାତ୍ରାକୁ କିଭଳି ଭାବରେ କରାଯାଇପାରିବ ସେ ଦିଗରେ ରାଜ୍ୟ ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସେ ଦାବୀ କରିଛନ୍ତି ! ଶ୍ରୀ କୁସୁମ ଆହୁରି ଦର୍ଶାଇଛନ୍ତି ଯେ ଯେତେବେଳେ ତିନି ଠାକୁରଙ୍କୁ ପହଣ୍ଡି ବିଜେ କରିବା ପାଇଁ ଦଇତାପତି ମାନଙ୍କର ପରୀକ୍ଷା ସରିଛି, ଚତୁର୍ଦ୍ଧା ମୂରତିଙ୍କୁ ଗୁଣ୍ଡିଚା ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ତିନି ରଥ ପ୍ରସ୍ତୁତ ହୋଇସାରିଛି ସେଭଳି ଏକ ଆବେଗପୂର୍ଣ୍ଣ ମୁହୂର୍ତ୍ତରେ ରଥଯାତ୍ରାକୁ ବନ୍ଦ କରିଦେବା ଜଗନ୍ନାଥଙ୍କୁ ତଥା ଭକ୍ତ ମାନଙ୍କୁ ଅପମାନିତ କରିବା ଛଡା କିଛି ନୁହେଁ ! ତେଣୁ ରଥଯାତ୍ରା କରାଇବା ପାଇଁ ଯେଉଁ ଯେଉଁ ପ୍ରତିଷେଧକ ବ୍ୟବସ୍ଥା କରିବା ପାଇଁ ମାନ୍ୟବର ନ୍ୟାୟାଳୟ ଆଦେଶ କରିବେ ସେହି ଆଦେଶକୁ ନିସର୍ତ୍ତ ମାନିନେବାକୁ ସତ୍ୟପାଠ କରି ପୁନଃ ଆବେଦନ ପୂର୍ବକ ରଥଯାତ୍ରା ଆୟୋଜନ ପାଇଁ ରାଜ୍ୟ ସରକାର ପ୍ରାଣପଣେ ଉଦ୍ୟମ କରିବା ଦରକାର ବୋଲି ଭିଏଚପି ନେତା ଶ୍ରୀ କୁସୁମ ଦାବୀ କରିଛନ୍ତି ! ତାଛଡା ରଥଯାତ୍ରା ଆୟୋଜନ ହେଲେ ଜଗନ୍ନାଥଙ୍କ ଆଶୀର୍ବାଦ ଓଡିଶାବାସୀଙ୍କ ପାଇଁ ଅତ୍ୟନ୍ତ ମଙ୍ଗଳକାରକ ହେବ, ଯାହାଦ୍ୱାରା ରାଜ୍ୟବାସୀ ଏ ମହାବିପତ୍ତିରୁ ରକ୍ଷା ପାଇଯିବା ବୋଲି ଶ୍ରୀ କୁସୁମ ଦୃଢୋକ୍ତି ପ୍ରକାଶ କରିଛନ୍ତି !
ରାଜ୍ୟ
ସମୀକ୍ଷା ଆବେଦନ କରି ରଥଯାତ୍ରାର ମାର୍ଗକୁ ପ୍ରଶସ୍ତ କରାଯାଉ - ଭିଏଚପି
- Hits: 599