ହେଡଲାଇନସ୍:

ସର୍ଭେ ଚାଲିଛି, ପ୍ରତି ବ୍ଲକରେ ହେବ ୩୦ କିମି ଗ୍ରାମ୍ୟ ସଡକ : ସୁଶାନ୍ତ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର (ଶାସକ ପ୍ରଶାସକ) :ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅଧୀନରେ ଖୁବ ଶୀଘ୍ର ଆରମ୍ଭ କରାଯିବ କାମ । ବର୍ଷା ପରେ ପରେ ଏହି କାର୍ଯ୍ୟ ଆରମ୍ଭ ହେବ |  ଓଡ଼ିଶାରେ ପ୍ରତି ବ୍ଲକରେ ୩୦ କିଲୋମିଟର ରାସ୍ତା କାମ କରିବ ଗ୍ରାମ୍ୟଉନ୍ନୟନ  ବିଭାଗ । ଏ ନେଇ ସର୍ଭେ ଜାରି ରହିଥିବା ବେଳେ ଏଯାବତ  ୧୪ ଟି ଜିଲ୍ଲାରେ ଏ କାର୍ଯ୍ୟ ସମ୍ପନ୍ନ ହୋଇଛି । ଅବଶିଷ୍ଟ ୧୬ ଜିଲ୍ଲାରେ ଜୁନ ୩୦ ତାରିଖ ସୁଦ୍ଧା ସାରିବାର ଲକ୍ଷ ଧାର୍ଯ୍ୟ ହୋଇଛି | ସର୍ଭେ ରିପୋର୍ଟ କେନ୍ଦ୍ର ସରକାରଙ୍କ ପାଖକୁ ପଠାଯିବା। ବର୍ଷାଋତୁ ସରିବା ପରେ ଟେଣ୍ଡର କରାଯାଇ କାମ ଆରମ୍ଭ ହେବାର ଲକ୍ଷ୍ୟ ରହିଛି ବୋଲି ରାଜ୍ୟ  ଗ୍ରାମ୍ୟ ଉନ୍ନୟନ ତଥା ଶ୍ରମ ମନ୍ତ୍ରୀ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି ।

0
0
0
s2sdefault