ହେଡଲାଇନସ୍:

ଶୁକ୍ରବାର ମଧ୍ୟପ୍ରଦେଶ ରାଜ୍ୟସଭା ନିର୍ବାଚନ : ଭୋପାଲରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ  ବୈଜୟନ୍ତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୋପାଲ /ଭୁବନେଶ୍ୱର(ଏସପିବି) : ଶୁକ୍ରବାର ବହୁ ପ୍ରତିକ୍ଷିତ ମଧ୍ୟପ୍ରଦେଶ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ  ହେବାକୁ ଥିବା ବେଳେ ବିଜେପିର ବରିଷ୍ଠ  ନେତା ତଥା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ସହ ବୁଧବାର ଭୋପାଳରେ ପହଞ୍ଚିଛନ୍ତି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ବିଜୟକୁ ନିଶ୍ଚିତ କରିବା ପାଇଁ ଜୋରସୋରରେ ବୈଠକ  ବିଚାରବିମର୍ଶ ଚାଲିଛି  । 

ଚଳିତ ଥର ମଧ୍ୟପ୍ରଦେଶର ୩ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ପ୍ରଫେସର ସୁମେର ସିଂ ସୋଲାଙ୍କିଙ୍କୁ ବିଜେପି ପ୍ରାର୍ଥୀ କରିଛି  । ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ପଣ୍ଡା କେନ୍ଦ୍ରମନ୍ତ୍ରୀ ଶ୍ରୀ ଜାଭଡେକରଙ୍କ ସହ ବୁଧବାର ଭୋପାଳରେ ପହଞ୍ଚିବା ପରେ ବରିଷ୍ଠ ବିଜେପି ନେତା ତଥା କୃଷି କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ରାଜ୍ୟ ବିଜେପିର ବରିଷ୍ଠ ପଦାଧିକାରୀ ଓ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ  । ଏହି ବୈଠକରେ ବରିଷ୍ଠ  ନେତା ତଥା ସାଂସଦ ବିନୟ ସହସ୍ରବୂଦେ୍ଧ ଯୋଗ ଦେଇଥିଲେ  । ଗୁରୁବାର ଶ୍ରୀ ପଣ୍ଡା ମଧ୍ୟପ୍ରଦେଶର ଯାୱଦ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ଓମ୍ପ୍ରକାଶ ସଖଲେଚାଙ୍କୁ ଦେଖା କରିଛନ୍ତି ସେହିପରି ଅନ୍ୟ ବିଧାୟକଙ୍କ ସହ ଆଲୋଚନା ମଧ୍ୟ ହୋଇଥିବା ଜଣାପଡିଛି । ଅନ୍ୟପଟେ ଏସପି, ବିଏସପି, ସ୍ୱାଧୀନ ବିଧାୟକମାନେ ଆଜି ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିବା ବେଳେ ସେମାନେ ବିଜେପିକୁ ସମର୍ଥନ କରିବେ ବୋଲତ କହିଥିବା ଜଣାପଡିଛି  ।  

 

0
0
0
s2sdefault