ହେଡଲାଇନସ୍:

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରାଜ୍ୟବ୍ୟାପୀ କାର୍ଯ୍ୟକାରୀ କରିବାକୁ କ୍ୟାବିନେଟ ନିଷ୍ପତ୍ତି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

"ସବୁ ସେଇ ଲୀଳାମୟଙ୍କ ଇଛା, ତାଙ୍କ ଇଛାକୁ ସମ୍ମାନ ଦେବା ହିଁ ପ୍ରକୃତ ଭକ୍ତି "

 ଭୁବନେଶ୍ୱର : ସବୁ କାଳିଆ ଠାକୁରଙ୍କ ଇଛା | ସେ ବିଶ୍ୱ ନିୟନ୍ତା | ତାଙ୍କରି ଇଛାରେ ସବୁ ଚାଲିଛି | ଆମେ ନିମିତ୍ତ ମାତ୍ର ବୋଲି ଉଲ୍ଲେଖ କରି ଆଣି କ୍ୟାବିନେଟ ସଂକଳ୍ପ ଗୃହୀତ ହେବା ସହ ମାନ୍ୟବର ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ରାଜ୍ୟବ୍ୟାପୀ କରିବା ପାଇଁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି |  ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପୁରୀରେ ରଥଯାତ୍ରା ହେବନାହିଁ | ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ ଯଥାରୀତି ନୀତି ନିୟମ ପାଳନ କରାଯିବ | ଏହି ନିଷ୍ପତ୍ତି ନିଆଯାଇଛି ଆଜି ଅନୁଷ୍ଠିତ ବରାଦି କ୍ୟାବିନେଟ ବୈଠକରେ |  

ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର  ଷଷ୍ଠଦଶ ବୈଠକ ଅନୁଷ୍ଠିତ ହୋଇଥିଲା  | ପ୍ରାରମ୍ଭରେ ଲଦାଖ  ଗଲୱାନ ଉପତ୍ୟକାରେ ସହିଦ ହୋଇଥିବା  ଓଡ଼ିଶାର ଦୁଇଜଣ ଜବାନଙ୍କ ସମେତ କୋଡିଏ ଜଣ ବୀର  ସୈନିକଙ୍କ ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟରେ  ୨ ମିନିଟ ନିରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା |  

ଏହି ବୈଠକରେ ରାଜ୍ୟ ଆଡଭୋକେଟ ଜେନେରାଲ ଯୋଗ ଦେଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ଯାତ୍ରା ସମ୍ପର୍କରେ  ସୁପ୍ରିମକୋର୍ଟ  ନିର୍ଦ୍ଦେଶ କ୍ୟାବିନେଟକୁ ଅବଗତ କରାଇଥିଲେ | ସୁପ୍ରିମକୋର୍ଟ  ନିର୍ଦ୍ଦେଶ ସମ୍ପର୍କରେ କ୍ୟାବିନେଟରେ ବିସ୍ତୃତ ଆଲୋଚନା କରାଯାଇ ନିମ୍ନୋକ୍ତ  ନିଷ୍ପତ୍ତି ଗ୍ରହଣ କରାଯାଇଛି | "ସୁପ୍ରିମକୋର୍ଟ  ନିର୍ଦ୍ଦେଶ ଅନୁଯାୟୀ ଶ୍ରୀମନ୍ଦିର ପରିସର ମଧ୍ୟରେ ସମସ୍ତ ପ୍ରକାର ନିର୍ଦ୍ଦେଶାବଳୀ ପାଳନ ମୁତାବକ  ରୀତିନୀତି ପାଳନ କରିବା ପାଇଁ ପଦକ୍ଷେପ ନେବାକୁ  ଜଗନ୍ନାଥ ମନ୍ଦିର  ପରିଚାଳନା କମିଟିକୁ ସୂଚିତ କରାଗଲା | 

ଏହା  ସହିତ ବିଭିନ୍ନ ଜିଲ୍ଲାରେ ଥିବା  ପରିଚଳନ କମିଟି ଏବଂ ଅନୁଷ୍ଠାନ ଗୁଡିକ  ଯେପରି ସୁପ୍ରିମକୋର୍ଟ  ନିର୍ଦ୍ଦେଶକୁ  ଉପରୋକ୍ତ ମତେ ପାଳନ କରିବେ ତାହା ସୁନିଶ୍ଚିତ କରିବା ପାଇଁ ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଭାବରତ ସରକାରଙ୍କ ନିର୍ଦ୍ଦେଶ ସଂଖ୍ୟା . 40-3/2020-DM-I(A) ତା.୩୦.୦୫.୨୦୨୦ ଏବଂ ଓଡିଶା ସରକାରଙ୍କ  ନିର୍ଦ୍ଦେଶ  ନଂ. 3057/R&M(DM) ତା.୦୧.୦୬.୨୦୨୦ ଏବଂ କୋବିଦ ୧୯ ପରିଚାଳନା ପାଇଁ  ପାଇଁ ଉଦ୍ଦିଷ୍ଟ ରାଷ୍ଟ୍ରୀୟ ସ୍ତରର ସମସ୍ତ  ନିର୍ଦ୍ଦେଶାବଳୀର ଦୃଢ ଅନୁପାଳନ  କରାଯାଇ କାର୍ଯ୍ୟକାରୀ କରାଯିବ ।" 

" ଏ ନିଷ୍ପତ୍ତି ସବୁ  ଓଡିଆ ଓ ଜଗନ୍ନାଥ ପ୍ରେମୀଙ୍କୁ ନିଶ୍ଚୟ ଦୁୁଃଖ୍ ଦେବ | ହେଲେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡିଆ ଜାତିର ଆତ୍ମା |  ଏ ଜାତିର ସର୍ବଶ୍ରେଷ୍ଠ ପରିଚୟ । ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ସୁଖ ଦୁଃଖର ପଥପ୍ରଦର୍ଶକ । ସମଗ୍ର ମାନବ ସମାଜେ କଲ୍ୟାଣ ପାଇଁ ସେ ଦାରୁ ରୂପରେ ଲୀଳା କରୁଛନ୍ତି  । ସେ ଲୀଳାମୟ ହିଁ ସବୁର କର୍ତ୍ତା, ସବୁର ନିୟନ୍ତା | ଆମେ କେବଳ  ନିମିତ୍ତ ମାତ୍ର । ତାଙ୍କ ଇଚ୍ଛା ବିନା କିଛିବି ସମ୍ଭବ ନୁହେ"  ବୋଲି କ୍ୟାବିନେଟ ନିଷ୍ପତ୍ତିରେ କୁହାଯାଇଛି |  ମହାପ୍ରଭୁଙ୍କ ଇଚ୍ଛାକୁ ସମପିତ ଭାବେ ଗ୍ରହଣ କରି ଜୀବନ ଜୟଯାତ୍ରାକୁ ଆଗେଇ ନେବା ହିଁ ପ୍ରକୃତ ଭକ୍ତି |  ଆଜି ଏ କଠିନ ପରିସ୍ଥିତିରେ ଯେତେବେଳେ  ସମଗ୍ର ବିଶ୍ୱ କରୋନା ସହିତ ଲଢୁଛି, ଆମେ  ତାଙ୍କ ନିକର୍ରେ ନିଜକୁ ସମ୍ପୂର୍ଣ ସମର୍ପଣ କରିଦେଇଛୁ  ।  ମହାପ୍ରଭୁ  ଶ୍ରୀଜଗନ୍ନାଥ ଏ  ବିପଦରୁ ଆମ ସମସ୍ତଙ୍କୁ ରକ୍ଷା କରନ୍ତୁ" ବୋଲି କ୍ତବିନେଟ ସଂକଳ୍ପରେ କୁହାଯାଇଛି |

0
0
0
s2sdefault