ହେଡଲାଇନସ୍:

ଭାରତ-ଚାଇନାର ଗଲ୍‌ଓ୍ଵାନ ଠାରେ ଶହୀଦ ଯବାନଙ୍କ ଉଦ୍ଦେଶ୍ୟରେ ଏଓବିଏସ୍ଓ ଛାତ୍ର ସଂଘ ତରଫରୁ ଶ୍ରଦ୍ଧାଞ୍ଜଳି ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଭୁବନେଶ୍ୱର : ଭାରତ ଚାଇନାର ଗଲ୍‌ଓ୍ଵାନ ସୀମାରେ  ଦୁଇ ଓଡ଼ିଆ ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଓ ନନ୍ଦୁରାମ ସୋରେନଙ୍କ ସହ ଭାରତର ୨୦ଜଣ ଯବାନ ସହିଦ ହେବା ଖବର ପ୍ରତ୍ୟେକ ଭାରତୀୟ ତଥା ଓଡ଼ିଆ ମାନଙ୍କ ମନକୁ ବ୍ୟଥିତ କରିଛି। ଦେଶମାତୃକାର ସୁରକ୍ଷା ପାଇଁ ନିୟୋଜିତ ଏହି ମନହନ ସପୁତମାନେ ସେମାନଙ୍କ ଏ ସର୍ବଶ୍ରେଷ୍ଠ  ବଳିଦାନ ଦ୍ୱାରା ଦେଶର ଏକତା, ଅଖଣ୍ଡତା ଓ ସାର୍ବଭୌମତ୍ୱ ପ୍ରତି ସେମାନଙ୍କ ପ୍ରତିବଦ୍ଧତା ପ୍ରତିପାଦିତ କରିବା ସହ ଦେଶଭକ୍ତିର ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଯାଇଛନ୍ତି । ଏହି ମହାନ ବୀର ମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ପୂର୍ବକ ଏଓବିଏସ୍ଓ ଛାତ୍ର ସଂଘ ତରଫରୁ ଭୁବନେଶ୍ୱର ସ୍ଥିତ ମାଷ୍ଟରକ୍ୟାଣ୍ଟିନ ଛକଠାରେ ଏକା ସ୍ମୃତିଚାରଣ କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଯାଇଛି |  ଏଓବିଏସ୍ଓ ଛାତ୍ରସଂଘ ପକ୍ଷରୁ ବୀରଯବାନଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ତାଙ୍କ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା | 

ଏହି କ୍ୟାଣ୍ଡେଲ ଶୋଭାଯାତ୍ରାରେ ଏଓବିଏସ୍ଓ ଛାତ୍ର ସଂଘର ଉପଦେଷ୍ଟା ତଥା ରାଜ୍ୟ ଯୁବ ବିଜେଡି  ସାଧାରଣ ସମ୍ପାଦକ ଧୃତି ମାର୍ଥା, ରାଜ୍ୟ ପରିଷଦ ସଦସ୍ୟ ତଥା ରାଜ୍ୟ ଯୁବ ବିଜେଡି ସଂଘଠନ ସମ୍ପାଦକ ପୂର୍ଣ୍ଣେନ୍ଦୁ ପୂଜାପଣ୍ଡା ଓ ରାଜ୍ୟ ପରିଷଦ ସଦସ୍ୟ ପ୍ରସନ୍ନ ପାଣି ଙ୍କ ଉପସ୍ଥିତିରେ ମୁଖ୍ୟ ସଂଘଠନ ପବନ କୁମାର ସ୍ୱାଇଁ ଓ ଏଓଡିଏସ୍ଓ ଛାତ୍ର ସଂଘର ମୁଖ୍ୟ ସଂଘଠନ ଅନନ୍ତ ନାରାୟଣ ଜେନା ନେତୃତ୍ୱରେ ରାଜ୍ୟ ପରିଷଦ ସଦସ୍ୟ ସ୍ମୃତିରାଜ ମହାନ୍ତି, ଶ୍ରୀତମ ପଟ୍ଟନାୟକ, ଶୁଭନାରାୟଣ ନାୟକ, ସୌମ୍ୟ ସାମଲ ,ସାଇକୃପା ବିଷୋୟୀ , ସ୍ୱାଗତ ମହାପାତ୍ର ଆଦି ସଦସ୍ୟମାନେ ଉପସ୍ଥିତି ଥିଲେ।

0
0
0
s2sdefault