ହେଡଲାଇନସ୍:

ଶହୀଦଙ୍କ ସ୍ମୃତିରେ କ୍ୟାଣ୍ଡେଲ ଶୋଭାଯାତ୍ରା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର)  : ସୋମବାର ରାତିରେ ପୂର୍ବ ଲଦାଖରେ ଚିନ ସେନାଙ୍କ ସହ ଘଟିଥିବା ସଂଘର୍ଷରେ  ଶହୀଦ୍ ହୋଇଥିବା ୨୦ଜଣ ଭାରତୀୟ ଜବାନଙ୍କ ସ୍ମୃତି ଉଦେଶ୍ୟରେ ହିନ୍ଦୁସେନା ଓଡ଼ଗାଁ ଶାଖା ତରଫରୁ ସୁଶାନ୍ତ ସାହୁଙ୍କ ନେତୃତ୍ୱରେ ଆଜି ସନ୍ଧ୍ୟାରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ  ହୋଇଥିଲା । ଗାନ୍ଧି ସ୍ମୃତି ପୀଠ ଠାରୁ ବାହାରି ଶ୍ରୀରଘୁନାଥ ଜିଉଙ୍କ ମନ୍ଦିର ବଞ୍ଜମଣ୍ଡପରେ ପହଂଚିଥିଲେ । ସ୍ୱର୍ଗତ ସହୀଦ ମାନଙ୍କ ପାଇଁ କ୍ୟାଣ୍ଡେଲ ଜାଳି ସାମୁହିକ ଗାୟତ୍ରୀ ମନ୍ତ୍ର ଓ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିଥିଲେ । ଓଡ଼ିଶାର କନ୍ଧମାଳ ଜିଲ୍ଲା ରାଇକିୟା ଅଂଚଳର ଚନ୍ଦ୍ରକାନ୍ତ ପ୍ରଧାନ ଓ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଂଚଳର ବିର ଜବାନ ନନ୍ଦୁରାମ ସୋରେନ୍ ୨ଜଣଙ୍କ ସହିତ ୨୦ଜଣ ବୀର ସହୀଦ ଜବାନଙ୍କ ପରିବାରକୁ ଅସୀମ ଧୈର୍ୟ  ଓ ସାହସ ପ୍ରଦାନ ପାଇଁ ପ୍ରଭୁ ରଘୁନାଥଙ୍କୁ ପ୍ରାର୍ଥନା କରିଥିଲେ । 

 

 

 

 

 

 

 

0
0
0
s2sdefault