ହେଡଲାଇନସ୍:

ରଥ ଚିନ୍ତା : ସନ୍ଧ୍ୟାରେ କ୍ୟାବିନେଟ ବୈଠକ ବସି ବଛାଯିବ ପରବର୍ତ୍ତୀ ପନ୍ଥା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ) ଆଜି ସନ୍ଧ୍ୟା ୭. ୪୫ରେ ଗୁରୁତ୍ୱପୂର୍ଣ ତଥା ବରାଦି କ୍ୟାବିନେଟ କମିଟି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି | ଏହି ବୈଠକରେ ଆଡ଼ଭୋକେଟ ଜେନେରାଲ,  ପୁରୀ ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ଉନ୍ନୟନ କମିଶନର, ବିଧି ବିଭାଗର ପ୍ରମୁଖ ଶାସନ ସଚିବ, ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ପ୍ରମୁଖ ମଧ୍ୟ ଯୋଗଦେବେ | ଆପାତତଃ ରଥ ଯାତ୍ରା ପ୍ରସଙ୍ଗରେ ଏହି ବୈଠକରେ ଆଲୋଚନା ହେବ | ରଥଯାତ୍ରା ନକରିବା ପାଇଁ ସୁପ୍ରିମକୋର୍ଟଙ୍କ ଆଦେଶ ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ବା ମାଧ୍ୟମ ପନ୍ଥା ନିର୍ଦ୍ଧାରଣ କରିବା ପାଇଁ ଏହି ବୈଠକ ବାସୁଥିବା ଅନୁମାନ କରାଯାଉଛି | ଆବଶ୍ୟକ ସ୍ଥଳେ ସୁପ୍ରିମ କୋର୍ଟରେ ରାଜ୍ୟ ସରକାର ରିଭ୍ୟୁ ପିଟିସନ ଦାଏର କରିବାର ସମ୍ଭାବନାକୁ ଏଡାଇଦିଆଯାଇ ନପାରେ |  

0
0
0
s2sdefault