ହେଡଲାଇନସ୍:

ଦୁଇ ଶହୀଦ ଓଡିଆ ଯବାନଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆଦିଲ୍ଲୀ (ଏସପିବି) :ଭାରତ ଓ ଚୀନ ସୀମାରେ ସଂଘର୍ଷ ଯୋଗୁଁ ଶହୀଦ ହୋଇଥିବା ଓଡିଶାର କନ୍ଧମାଳ ଓ ରାଇରଙ୍ଗପୁରର 2 ଓଡିଆ ବୀର ଯବାନଙ୍କୁ ସାମାଜକି ଗଣମାଧ୍ୟମରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଟ୍ଵିଟ କରି କହିଛନ୍ତି ଯେ, ଭାରତ ଓ ଚୀନ ସୀମାରେ ସଂଘର୍ଷ ଯୋଗୁଁ ଓଡିଶାର  କନ୍ଧମାଳ ଓ ରାଇରଙ୍ଗପୁରର 2 ଓଡିଆ ବୀର ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଓ ନନ୍ଦୁରାମ ସୋରେନ ଶହୀଦ ହେବା ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ । ଉଭୟଙ୍କୁ ମୋର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସାନ୍ତ୍ଵନା ଜଣାଉଛି । ଦେଶ ମାତୃକା ପାଇଁ ସେମାନଙ୍କ ବଳଦିାନ ବ୍ୟର୍ଥ ଯିବ ନାହିଁ, ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

0
0
0
s2sdefault