ହେଡଲାଇନସ୍:

ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଅବହେଳା: ପ୍ରତିବାଦ କଲା  ବଲାଙ୍ଗୀର ମହିଳା ସଚେତନ ମଞ୍ଚ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗୀର :  ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲ ରେ ଦୀର୍ଘ ଦିନରୁ ଅବହେଳା ହୋଇ ଆସୁଛି। ଯାହାକୁ ନେଇ ଆଜି ବଲାଙ୍ଗୀର ମହିଳା ସଚେତନ ମଞ୍ଚ ଲିଖିତ ଅଭିଯୋଗ ଆଣିଛନ୍ତି। ଏବଂ ଭୀମଭୋଇ ମେଡ଼ିକାଲ କଲେଜର ସୁପ୍ରିଣ୍ଟଟେଣ୍ଡ ଶ୍ରୀ ମହେନ୍ଦ୍ର ନାଏକ ଙ୍କୁ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି।ଯେଉଁଥିରେ ଏହି ମହିଳା ମଞ୍ଚ ଦୀର୍ଘ ଦିନରୁ ହସ୍ପିଟାଲ ପରିସରରେ ରୋଗୀ ତଥା ତାଙ୍କ ସମ୍ପର୍କୀୟ ଙ୍କୁ ଖାଦ୍ୟ ଯୋଗାଇ ଆସୁଛନ୍ତି।ତେବେ ଏହି ସମୟରେ ଏହି ମହିଳାମାନେ ଅନେକ ସମସ୍ୟା ଦେଇ ଗତି କରୁଥିବା ରୋଗୀ ମାନଙ୍କ ପରିସ୍ଥିତି ଦେଖି ଆସୁଥିଲେ। ଯାହା ଆଜି ସୁପ୍ରିଟେଣ୍ଡ ଙ୍କୁ ସିଧାସଳଖ ସମସ୍ୟା ର ସମାଧାନ ପାଇଁ ନିବେଦନ କରିଛନ୍ତି। ଏବଂ ଆଗାମୀ ଦିନରେ ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ କୁ ମଧ୍ୟ ଅଭିଯୋଗ ଜଣେଇବେ ବୋଲି ନିଜ ମତ ବ୍ୟକ୍ତ କରିଛନ୍ତି। ସେପଟେ ଶ୍ରୀ ନାଏକ ଯଥାଶୀଘ୍ର ଏହାର ସାମାଧାନ ହେବ ବୋଲି ମତ ବ୍ୟକ୍ତ ରଖିଛନ୍ତି।

0
0
0
s2sdefault