ହେଡଲାଇନସ୍:

ପଦାକୁ ବାହାରିଲେ ରାଜକୁମାର : ପ୍ରବାସୀଙ୍କୁ କରିବେ ଆତ୍ମନିର୍ଭର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବଲାଙ୍ଗୀର/ ନିରୋଜ ମିଶ୍ର  :କିଛି ଦିନ ହେବ ନିରବ ଥିଲେ | କରୋନା ସମୟରେ ଏତେ ହୋ ହାଲ୍ଲା ଭିତରେ କୁଆଡେ ନିରବ ହୋଇଯାଇଥିଲେ | ହେଲେ ଏବେ ବାହାରକୁ ବାହାରିଛନ୍ତି ପୂର୍ବତନ ସଂସଦ କଳିକେଶ ନାରାୟଣ ସିଂଦେଓ | ଆଉ ଉଠାଇଛନ୍ତି  ପ୍ରବାସୀ ଶ ଓଡ଼ିଆଙ୍କୁ ଆତ୍ମନିର୍ଭରଶୀଳ କରିବାର ବିଡ଼ା |  ପ୍ରଥମ ପର୍ଯ୍ୟାୟରେ ୫୦୦ ପରିବାରଙ୍କୁ ସିଲେଇ ମେସିନ ହଗାଈ ଦେବାର ଦେଇଛନ୍ତି ପ୍ରତିଶ୍ରୁତି | 

 ଦାଦନ ଶ୍ରମିକଙ୍କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛି ପଶ୍ଚିମ ଓଡ଼ିଶାର ବଲାଙ୍ଗୀର । ଲକ୍ଷାଧିକ ଶ୍ରମିକ ଏହି ଜିଲ୍ଲାରୁ ଦାଦନ ଖଟିବା ପାଇଁ ଅନ୍ୟ ରାଜ୍ୟକୁ ଯାଇଥାନ୍ତି । ଆଉ ବର୍ତ୍ତମାନ ଯେତେବେଳେ ଦେଶ କୋରୋନା ମୁକାବିଲା କରୁଛି, ସେତେବେଳେ ଏହି ଦାଦନମାନେ ନିଜ ଗୃହରାଜ୍ୟକୁ ଫେରିଆସିଛନ୍ତି । ଏମାନଙ୍କୁ ରୋଜଗାର ଯୋଗାଇବା ଏବେ ବଡ଼ ଆହ୍ୱାନ ପାଲଟିଛି । ୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ ବଲାଙ୍ଗୀରର ସାଂସଦ ରହିଥିବା କଲିକେଶ ଏକଥାକୁ ଭଲ ଭାବେ ବୁଝିଛନ୍ତି । ଯେଉଁଥିପାଇଁ ତ କୋରୋନା ଭଳି ସଙ୍କଟ ସମୟରେ ଦାଦନ ଶ୍ରମିକଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଉଦ୍ୟମଟିଏ କରୁଛନ୍ତି । ଯେଉଁ ଦାଦନ ଶ୍ରମିକମାନେ ସିଲେଇ ଜାଣିଛନ୍ତି, ସେମାନଙ୍କୁ ଚିହ୍ନଟ କରି ଖୁବଶୀଘ୍ର ମେସିନ ଦେବେ ପୂର୍ବତନ ସାଂସଦ । ତେବେ ଯଦି ଆବଶ୍ୟକ ପଡ଼େ, ଅଧିକ ସଂଖ୍ୟକ ସିଲେଇ ମେସିନ କିଣାଯାଇ ଏପରି ବ୍ୟକ୍ତିବିଶେଷଙ୍କୁ ଦିଆଯିବ ବୋଲି କହିଛନ୍ତି କଲିକେଶ ।

 ପ୍ରବାସୀ ଶ୍ରମିକଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ କଲିକେଶଙ୍କ ଅଭିନବ ଉଦ୍ୟମ । ରାଜ୍ୟ ବାହାର ଲୁଗା କାରଖାନାରେ କାମ କରୁଥିବା ବଲାଙ୍ଗୀରର ପ୍ରବାସୀ ଶ୍ରମିକଙ୍କୁ ସିଲେଇ ମେସିନ ଯୋଗାଇ ଦେବେ ଏହି ପୂର୍ବତନ ସାଂସଦ । ଫଳରେ କୋରୋନା ଯୋଗୁ ଗୃହରାଜ୍ୟକୁ ଫେରିଆସିଥିବା ଏହି ଶ୍ରମିକମାନେ ରୋଜଗାରକ୍ଷମ ହୋଇପାରିବେ । ସମୁଦାୟ ୫ ଶହ ସିଲେଇ ମେସିନ ଯୋଗାଇ ଦେବାକୁ ସେ ନିଷ୍ପତ୍ତି ନେଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନିଜସ୍ୱ ପାଣ୍ଠିରୁ ଏଭଳି କିଛି କରିବାକୁ ଯାଉଛନ୍ତି ବିଜେଡି ନେତା କଲିକେଶ ନାରାୟଣ ସିଂହଦେଓ । 

 

0
0
0
s2sdefault