ହେଡଲାଇନସ୍:

ତିବ୍ବତର ସ୍ୱାଧୀନତା ହିଁ ସମାଧାନର ଏକମାତ୍ର ବିକଳ୍ପ - ଭିଏଚପି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ  - ପୂର୍ବ ଲଦାଖର ବାସ୍ତବିକ ନିୟନ୍ତ୍ରଣ ରେଖାରେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ଏଥିରେ ଜଣେ କର୍ନେଲଙ୍କ ସମେତ 20 ଜଣ ଭାରତୀୟ ସେନା ମୃତ୍ୟବରଣ କରିଛନ୍ତି | ଚୀନର ଏଭଳି ଅନଧିକୃତ ପ୍ରବେଶ ଉଦ୍ୟମକୁ ନେଇ ସାରା ଦେଶବାସୀ ଚିନ୍ତିତ ଥିବା ବେଳେ ତିବ୍ବତର ସ୍ୱାଧୀନତା ହିଁ ଭାରତ-ଚୀନ ସୀମା ବିବାଦ ସମାଧାନର ଏକମାତ୍ର ବିକଳ୍ପ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ପଶ୍ଚିମ ଓଡିଶା ଧର୍ମପ୍ରସାର ସମ୍ପାଦକ ଶାନ୍ତନୁ କୁସୁମ | ଯେତେଦିନ ଯାଏ ତିବ୍ବତକୁ ଚିନ କବଳରୁ ସ୍ୱାଧୀନ କରାନଯିବ ସେତେଦିନ ପର୍ଯ୍ୟନ୍ତ ଭାରତ-ଚୀନ ସୀମା ବିବାଦର ସ୍ଥାୟୀ ସମାଧାନ କେବେ ସମ୍ଭବ ନୁହେଁ ବୋଲି ଶ୍ରୀ କୁସୁମ କହିଥିବା ବେଳେ ତିବ୍ବତର ସ୍ୱାଧୀନତା ହିଁ ଦୀର୍ଘ ଦିନ ଧରି ଲାଗି ରହିଥିବା ସୀମା ବିବାଦକୁ ପ୍ରଶମିତ କରିପାରିବ ବୋଲି ସେ ପ୍ରକାଶ କରିଛନ୍ତି | ଏହି ପରିପ୍ରେକ୍ଷୀରେ ଭିଏଚପି ନେତା ଶ୍ରୀ କୁସୁମ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ ତିବ୍ବତକୁ ସ୍ୱାଧୀନତା ପ୍ରଦାନ କରାଇବା ଆଜି ଭାରତ ପାଇଁ ବହୁ ଆବଶ୍ୟକପୂର୍ଣ୍ଣ ଅଟେ । କାରଣ ତିବ୍ବତ ପରାଧୀନ ହେବା କାରଣରୁ ହିଁ ଭାରତର ଉତ୍ତର ସୀମାନ୍ତରେ ଆଜି ଏଭଳି ସଙ୍କଟ ଦେଖାଦେଇଛି । ତିବ୍ବତ ଯେତେବେଳେ ସ୍ୱାଧୀନ ଥିଲା ସେତେବେଳେ ଭାରତର ସୀମା ଚୀନର ସୀମା ସହ ସଂଲଗ୍ନ ହେଉନଥିଲା । ତିବ୍ବତକୁ ଚୀନ ଗ୍ରାସ କରିସାରିଲା ପରେ ହିଁ ଚୀନର ସୀମା ଭାରତର ସୀମା ସହିତ ସଂଲଗ୍ନ ହେଲା ଏବଂ ତା'ପରେ ହିଁ ବିସ୍ତାରବାଦୀ ଚୀନ ଭାରତର ସୀମାକୁ ପ୍ରବେଶ କରିବାର ଷଡଯନ୍ତ୍ର ଆରମ୍ଭ କରିଥିଲା | ଯାହାର ପରିଣାମ ସ୍ୱରୂପ ଆଜି ହଜାର ହଜାର ବର୍ଗ ମାଇଲ ଭାରତୀୟ ଅଞ୍ଚଳ ଚୀନର କବଳରେ ଅଛି । କେବଳ ସେତିକି ନୁହେଁ,ଏବେ ମଧ୍ୟ ଚୀନ ସବୁବେଳେ ସୀମାରେ ଉତ୍ତେଜନା ସୃଷ୍ଟି କରିବାରେ ଲାଗିଛି । ଯାହାର ପରିଣାମ ସ୍ୱରୂପ ଗତକାଲି 20 ଜଣ ଭାରତୀୟ ସୈନିକ ସହୀଦ ହୋଇଛନ୍ତି | ତେଣୁ ଭାରତର ସୀମା ସୁରକ୍ଷା ପାଇଁ ତିବ୍ବତର ସ୍ୱାଧୀନତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ବୋଲି ଶ୍ରୀ କୁସୁମ କହିଥିବା ବେଳେ ଏହାହିଁ ସ୍ଥାୟୀ ସମାଧାନର ଏକମାତ୍ର ବିକଳ୍ପ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି | ତାସହିତ ସହୀଦ 20 ସୈନିକଙ୍କୁ ସେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସଙ୍ଗେ ସଙ୍ଗେ ତାଙ୍କ ବଳିଦାନ ଦେଶ ପାଇଁ ଅପୂରଣୀୟ କ୍ଷତି ବୋଲି ପ୍ରକାଶ ଭିଏଚପି ନେତା ଶ୍ରୀ କୁସୁମ ପ୍ରକାଶ କରିଛନ୍ତି |

 

 

0
0
0
s2sdefault