ହେଡଲାଇନସ୍:

ବୁଗୁଡ଼ାରେ ସମୂହ ସ୍ୱାସ୍ଥ୍ୟ ପରୀକ୍ଷା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୁଗୁଡା/ ଡ଼ଃ କୁମୁଦ ଚନ୍ଦ୍ର ବେହେରା-ବୁଗୁଡା ପୌର ପରିଷଦ ଅନ୍ତର୍ଗତ ହରିଜନ ସାହି, ନୂଆ ସାହି ଓ ନେଳିଆ ବନ୍ଧ ସାହିରେ ଶିକ୍ଷୟିତ୍ରୀ କାଦମ୍ବିନୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ସମୂହ କୋବିଡ଼ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।8 ନ ୱାର୍ଡ ଅନ୍ତର୍ଗତ 87 ଟି ଗୃହର ସର୍ବମୋଟ 463 ଜଣଙ୍କର ପରୀକ୍ଷା କରାଯାଇଥିଲା।ଏଥିରୁ ପୁରୁଷ 171 ଓ ମହିଳା 196 ହୋଇଥିବା ବେଳେ 97 ଜଣ ଶିଶୁ ମଧ୍ୟ ରହିଛନ୍ତି।ସୌଭାଗ୍ୟର ବିଷୟ ଯେ ଏହି ପରୀକ୍ଷାରେ କୌଣସି ସନ୍ଦିଗ୍ଧ ରୋଗୀ ମଧ୍ୟ। ଜଣା ପଡିନାହାନ୍ତି।ଏଥିରେ ସ୍ୱାସ୍ଥ୍ୟ କର୍ମୀ ଗୀତାଞ୍ଜଳି ପାତ୍ର, ଅଙ୍ଗନବାଡି କର୍ମୀ କଳ୍ପନା ସାହୁ ପ୍ରମୁଖ ସହଯୋଗ କରିଥିଲେ।

0
0
0
s2sdefault