ହେଡଲାଇନସ୍:

ରାଜ୍ୟ ଗାନକୁ କୋଶଲ ସମନ୍ୱୟ ସମିତିର ବିରୋଧ: ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତଲିକା ଦାହ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାଟଣାଗଡ (ବିମଲ କୁମାର ବାଗ)  : ବନ୍ଦେ  ଉତ୍କଳ  ଜନନୀ ଗୀତକୁ ଓଡିଶା ସରକାର ରାଜ୍ୟଗାନର ମାନ୍ୟତା ପ୍ରଦାନ କରିବା ପରେ କୋଶଲ ରାଜ୍ୟ ସମନ୍ୱୟ ସମିତି ସମେତ ପଶ୍ଚିମ ଓଡିଶାର ବିଭିନ୍ନ ସଙ୍ଗଠନ ପକ୍ଷରୁ ଏହାକୁ ବିରୋଧ କରାଯାଇଛି । ସେହି କ୍ରମରେ କୋଶଲ ଯୁବ ସମନ୍ୱୟ ସମିତି ପାଟଣାଗଡ ପକ୍ଷରୁ ମଧ୍ୟ ବିରୋଧ କରାଯାଇଛି । ଆଜି ପାଟଣାଗଡ ଉପଜିଲ୍ଲାପାଳଙ୍କ ଅଫିସ ସମ୍ପୁକରେ ଥିବା କିଚେରି ଛକ ଠାରେ  ମୁଖ୍ୟମନ୍ତ୍ରୀଙ୍କ କୁଶପୁତଲିକା ଦାହ କରି ବିକ୍ଷୋପ ପ୍ରଦର୍ଶନ କରାଯାଇଛି । କୋଶଲ ଯୁବ ସମନ୍ୱୟ ସମିତି ତରଫରୁ ରାଜ୍ୟଗାନକୁ ଅସାମ୍ବିଧାନିକ ବୋଲି ଅଭିଯୋଗ କରିଛି । କୈାଣସି ଗୋଟିଏ ପ୍ରାନ୍ତର ଗୀତ ଗାଇବାକୁ ଓଡିଶା ସରକାର ରାଜ୍ୟବାସୀକୁ ବାଧ୍ୟ କରିପାରିବେ ନାହିଁ ବୋଲି ପାଟଣାଗଡ କୋଶଲ ଯୁବ ସମନ୍ୱୟ ସମିତି ତରଫରୁ କୁହାଯାଇଛି । ଓଡିଶା ସରକାର ଏଭଲି ନିଷ୍ପତିରୁ ନଓହରିଲେ ଆଗକୁ ଆନେ୍ଦାଳନ ଆହାରି ତୀବ୍ରତର କାରାଯିବ ବୋଲି କୋଶଲ ଯୁବ ରାଜ୍ୟ ସମନ୍ୱୟ ସମିତି ପାଟଣାଗଡର ଗୀରିଧାରୀ ଭୋଇ, ବନମାଲି ନାଏକ, ସିପୁନ ଖମାରୀ, ବରୁଣ ବଶି, ଶ୍ରୀମତୀ ଚନ୍ଦ୍ରକାନ୍ତି ସେଠ, ସୈ÷ାରେନ୍ଦ୍ରି କଠାର, ପ୍ରୀଦୀପ ଭୋଇ, ବୁଲୁ ତାଣ୍ଡି, ଲଲିତ ଦିପ, ପ୍ରଦିପ ଭୋଇ, ପିଣ୍ଟୁ ପୁଟେଲ ଓ ବସନ୍ତ ବୁଡେକ ସମେତ ଉପସ୍ଥିତ ଅନ୍ୟମାନେ ସ୍ୱର ମିଲାଇ ଦାବି ଦୋହରାଇଥିଲେ । ଏହି ପରିପେକ୍ଷିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ପାଟଣାଗଡ ଉପଜିଲ୍ଲାପାଳଙ୍କ ଜରିଆରେ ଏକ ଦାବୀ ପତ୍ର ଦିଆଯାଇଥିବା ଜଣାପଡିଛି ।

0
0
0
s2sdefault