ହେଡଲାଇନସ୍:

ଏସଏଜଜି ମହିଳାଙ୍କ ତରଫରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପାଟଣାଗଡ (ବିମଲ କୁମାର ବାଗ):  ବିଭିନ୍ନ ମାଇକୋ୍ରଫାଇନାସ କମ୍ପାନିରୁ ରୁଣ ନେଇଥିବା ଏସଏଚଜି ମହିଲା ମାନଙ୍କୁ କମ୍ପାନିର କର୍ମଚାରୀ ମାନେ କିସ୍ତି ପ୍ରଦାନ ଓ ରୁଣ ପରିଷୋଧ ପାଇଁ ଜୋର ଜବରଦସ୍ତ କରୁଥିବା ନେଇ ବଲାଙ୍ଗିର ଜିଲ୍ଲାର ପାଟଣାଗଡ ଉପଖଣ୍ଡ ବେଳପଡା ଓ ପାଟଣାଗଡ ବ୍ଲକର ଏସଏଚଜି ମହିଲା ମାନେ ଆଜି ପାଟଣାଗଡ ଉପଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି । ଯଦି ଉକ୍ତ କମ୍ପାନୀ ଠାରୁ ନେଇଥିବା ରୁଣ ଟଙ୍କା ନଦେବେ ତାହା ହେଲେ ସେମାନଙ୍କ ଠାରୁ ଦୁଇଗୁଣ ସୁଧ ଦେବାକୁ ପଡିବ । ଏଥିସହ ସହ ରୁଣ ନେଇଥିବା ସଏଚଜି ମାନଙ୍କୁ କଳା ତଲିକା ଭୁକ୍ତ କରାଯିବ ବୋଲି କର୍ମଚାରୀମାନେ ଧମକ ମଧ୍ୟ ଦେଉଛନ୍ତି । ହେଲେ କରୋନା ପାଇଁ ହୋଇଥିବା ଲକ୍ ଡାଉନ ଯୋଗୁଁ ବର୍ତମାନ କାମ ଧନ୍ଦା ମିଲୁ ନ ଥିବା ଏବଂ ଅନେକ ଲୋକ ବେସରକାରୀ ଚାକିରୀରିରୁ ମଧ୍ୟ ଛଟେଇ ହୋଇଛନ୍ତି । ସେହିପରି ଅନେକ ଲୋକଙ୍କ ପାନ ଦୋକାନ, ଚାହା ଦୋକାନ, ସେଲୁନ ଦୋକାନ ଏପରିକି ଆହୁରି କିଛି ଦୋକାନ ଦିର୍ଘଦିନରୁ ବନ୍ଦଥିବା ବେଲେ ଶ୍ରମିକ ମାନେ ମଧ୍ୟ କାମଧନ୍ଦା ନ ପାଇବାରୁ ସେମାନଙ୍କ ପକ୍ଷେ ପରିବାର ଚଲାଇବା କଷ୍ଟକର ହୋଇପଡିଛି । ଏପରି ସ୍ଥତିରେ ଟଙ୍କା ପରିଶୋଧ କରିବା ସେମାନଙ୍କ ପାଇଁ ଅସମ୍ଭବ ହୋଇ ପଡିଛି । ତେଣୁ ଉପଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରି ରୁଣଛାଡ କରିବା କିମ୍ବା ଲାକଡାଉନ କୋହଳ ପର୍ଯ୍ୟନ୍ତ ସେମାନଙ୍କ ଠାରୁ ବିନା ଶୁଦ୍ଧରେ କିସ୍ତି ପରିଷୋଧର ସମୟ ସୀମା ବୃଦ୍ଧି କରିବାକୁ ଦାବୀ କରାଯାଇଛି । ଏହା ନ ହେଲେ ଅଗାମି ଦିନରେ ଏହି ଏସଏଚଜି ମହିଲାମାନେ ଆନ୍ଦୋଳନକୁ ଉଲ୍ଲାଇବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

0
0
0
s2sdefault