ହେଡଲାଇନସ୍:

କେଡେ କାଢ଼ୁଆ  ୱେସ୍କୋ , ଖୁନ୍ତାମାଲରେ ୮ ଦିନରେ ୮ ଘଣ୍ଟା ବି ରହୁନି ଲାଇନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଝାରସୁଗୁଡ଼ା  :- ( ସୁବାଷ ସାହାରେ ) ଝାରସୁଗୁଡା ଜିଲ୍ଲା ଲଇକେରା ଗ୍ରୀଡ଼ ଅଞ୍ଚଳରେ ଦୀର୍ଘଦିନ ହେଲା ବିଦ୍ୟୁତର ଲୁଚକାଳି ଯୋଗୁଁ ଜନସାଧାରଣ ହନ୍ତସନ୍ତ ହେଉଛନ୍ତି । ବିଶେଷକରି ଖୁନ୍ତାମାଲ ଗ୍ରାମର ବିଦ୍ୟୁତ ସେବା କଥା ନ କହିବା ଭଲ । ଖୁନ୍ତାମାଲ ଅଞ୍ଚଳରେ ପ୍ରତେକ ଦିନ ତାର ଛିଣ୍ଡୁଛି । ଗାଈ ଗୋରୁ ମଧ୍ୟ ମରୁଛନ୍ତି । ବାରମ୍ବାର ଟ୍ରିପ ହେଉଛି । ତଥାପି ନିନ୍ଦ ଭାଙ୍ଗୁନାହିଁ ବିଦ୍ୟୁତ ବିଭାଗର । ୱେସ୍କୋର ମନମାନିରେ ଲୋକେ ଅତିଷ୍ଠ । ପ୍ରବଳ ଖରାରେ ଲୋକେ ସିଝୁଥିବା ବେଳେ ବର୍ତମାନ ମୌସୁମୀ ବର୍ଷା ଆସିଥିବାରୁ ଲୋକେ ଆନନ୍ଦ ପ୍ରକାଶ କରିଛନ୍ତି । ବର୍ଷା ବି ଏମିତି ୫ ମିନିଟ ବର୍ଷି ଛାଡ଼ୁଛି । ପୁଣି ୧୦ ମିନିଟ ବର୍ଷୁଛି, ପୁଣି ଛାଡ଼ୁଛି । ଠିକ ସେହିପରି ବିଦ୍ୟୁତ ବିଭାଗ ମଧ୍ୟ ଲୋକଙ୍କ ସହ ଲୁଚକାଳି ଖେଳୁଛି । ବିଦ୍ୟୁତ ଆସିବାର ୨ ମିନିଟ ନ ରହୁଣୁ ପୁଣି ବିଦ୍ୟୁତ ଚାଲିଯାଉଛି । ପୁଣି ଘଣ୍ଟାଏ ପରେ ଆସୁଛି ପୁଣି ଦୁଇ ମିନିଟ ଭିତରେ ଚାଲିଯାଉଛି । କରୋନା ଯୋଗୁଁ ଲୋକେ ବାହାରେ ନ ବୁଲି ଘରେ ରହିବାକୁ ଠିକ ମନେ କରୁଛନ୍ତି । କିନ୍ତୁ ଘନଘନ ବିଦ୍ୟୁତ କାଟ ଲୋକଙ୍କୁ ଅସୁବିଧାରେ ପକାଉଛି । ଅନେକ ସମୟରେ ବିଦ୍ୟୁତ ତାର ଛିଣ୍ଡୁଛି । ବିଦ୍ୟୁତ ଖୁଣ୍ଟ ମଧ୍ୟ ଉପୁଡ଼ି ପଡୁଛି । କର୍ମଚାରୀ ମଧ୍ୟ ହତାଶ । ପୁରୁଣା ଖୁଣ୍ଟ ସାଙ୍ଗକୁ ପୁରୁଣା ତାର ସମସ୍ତଙ୍କୁ ବିପଦରେ ପକାଉଛି । କର୍ମଚାରୀଙ୍କୁ ହତାଶ ନ କରି ସେମାନଙ୍କ ମନୋବଳ ବଢାଇବା କଥା ବିଦ୍ୟୁତ ବିଭାଗ । ହେଲେ କର୍ମଚାରୀ ମାନେ ପୁରୁଣା ତାର ଓ ପୁରୁଣା ଖମ୍ବ ପାଇଁ ହଇରାଣ ହେଉଛନ୍ତି । ଖୁନ୍ତାମାଲ ଗାଁରେ ପ୍ରତେକ ଦିନ ଏହି ବିଭ୍ରାଟ ଲାଗି ରହୁଛି । ଆଗକୁ ଏକ ବଡ଼ ଧରଣର ଆନ୍ଦୋଳନ ପାଇଁ ମଧ୍ୟ ଲୋକେ ସଜବାଜ ହେଉଥିବା ଚର୍ଚ୍ଚା ହେଉଛି । ବିଦ୍ୟୁତ ବିଭାଗ ଓ ସରକାର ଏଥିପ୍ରତି ଦୃଷ୍ଟି ଦେଇ ପୁରୁଣା ଖୁଣ୍ଟ ଓ ପୁରୁଣା ତାର ସ୍ଥାନରେ ନୂତନ ଖୁଣ୍ଟ ଓ ତାର ଦେଇ, ଲଇକେରା ଗ୍ରୀଡ଼ରେ ଆସୁଥିବା ଅଞ୍ଚଳବାସୀଙ୍କୁ ବିଦ୍ୟୁତ ସରବରାହ ନିରନ୍ତର ଦେବାକୁ ଦାବି ହେଉଛି ।, 

0
0
0
s2sdefault