ହେଡଲାଇନସ୍:

ମଣିଷ ପ୍ରେମୀ ମନ୍ତ୍ରୀ ସୁଶାନ୍ତଙ୍କୁ ଜନ୍ମଦିନରେ ଉପହାର : କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କଲା ବିଙ୍ଗ ହ୍ୟୁମାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୋହେଲା :- ସମସ୍ତେ ଜାଣିଛନ୍ତି ଯେ  ମନ୍ତ୍ରୀ ସୁଶାନ୍ତ ସିଂ ଜଣେ ପରୋପକାରୀ ନେତା । ଲୋକଙ୍କ ସେବା ବା ଲୋକଙ୍କୁ ଉପକାର ପାଇଁ ଅବା ଅସହାୟ ଲୋକଙ୍କ ସହାୟତା ପାଇଁ ସବୁବେଳେ ଆଗୁସାର ମନ୍ତ୍ରୀ ସୁଶାନ୍ତ |  ଅସୁବିଧା ରେ ପଡିଥିବା କୋଣସି ଲୋକଙ୍କୁ ମଧ୍ୟ ରାତ୍ରିରେ ବି ସାହାଯ୍ୟ କରିବାକୁ ବାହାରି ପଡନ୍ତି । ବର୍ତ୍ତମାନ ର ଏହି ଘଡିସନ୍ଧି ମୁହୂର୍ତ୍ତରେ ମାନ୍ୟବର ମନ୍ତ୍ରୀ ନିଜର ଶାରୀରିକ ଅସୁସ୍ଥତା ସତ୍ୱେ କ୍ରମାଗତ ଭାବରେ ସିଧା ସଳଖ ଲୋକଙ୍କର ପାଖକୁ ପହଂଛି ସେବା କରି ଆସିଛନ୍ତି । ଲକଡାଉନ ଆରମ୍ଭ ହେବା ପରଠାରୁ ମନ୍ତ୍ରୀ ସଦା ସର୍ବଦା ଲୋକଙ୍କର ଗହଣରେ ।  ମନ୍ତ୍ରୀ ଶ୍ରୀ ସିଂଙ୍କର ଏହି ସେବା କାର୍ଯ୍ୟ ପାଇଁ ଆଜି ସୋହେଲାର ବିଙ୍ଗ  ହିଉମାନ ଅନୁଷ୍ଠାନ ତରଫରୁ ମନ୍ତ୍ରୀଙ୍କୁ ସମ୍ମାନିତ କରିଥିଲେ ଅନୁଷ୍ଠାନର ସଦସ୍ୟମାନେ । ଆଜି ଏକ ନିରାଡ଼ମ୍ବର ମାହୋଲରେ ଅନୁଷ୍ଠାନର ରାହୁଲ ସାହୁ , ସଂଜୀବ ପାତ୍ର, ଉତ୍ସବ ମହାଳିକ , ମନୋରଞ୍ଜନ ସାହୁ , ପପୁ ମହାଳିକ , ସଲମାନ ଖାନ , କେଶବ ମାଝୀ , ସମୀର ସେନାପତି , ଚିନୁ ଖମାରି , ଲବ ମହାରଣା , ପିଣ୍ଟୁ ଦାସ , ଅକ୍ରମ ମିର୍ଜା ପ୍ରମୁଖ ଉପସ୍ଥିତ ରହି ମାନ୍ୟବର ମନ୍ତ୍ରୀ ଙ୍କୁ ସମ୍ମାନିତ କରିଥିଲେ ।  ଆଜି ମନ୍ତ୍ରୀ ଙ୍କର ଜନ୍ମଦିନରେ ଉତ୍ସାହୀ ଯୁବ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କର ଦ୍ୱାରା ସମ୍ମାନିତ ହୋଇ  ମନ୍ତ୍ରୀ ମଧ୍ୟ ଅନେକ ଖୁସି ଅନୁଭବ କରିଥିଲେ ।

ସୂଚନାଯୋଗ୍ୟ ଯେ , କେତେବେଳ ଶ୍ରମିକ ମାନଙ୍କର ପାଖକୁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଭତ୍ତା ପହଞ୍ଚାଇବା ହେଉ ବା କେତେବେଳେ ପ୍ରବାସୀ ଶ୍ରମିକ ମାନଙ୍କର ଡ୍ରାଇଭର ସାଜି ସେମାନଙ୍କୁ ଗନ୍ତବ୍ୟ ସ୍ଥଳ ପର୍ଯନ୍ତ ପହଞ୍ଚାଇବା ହେଉ , କେତେବେଳେ କୋରୋନା ସଂକ୍ରମଣ ବାବଦରେ  ଜନସଚେତନତା ହେଉ ବା ଅଧିକାରୀ ମାନଙ୍କର ସହିତ ଆଲୋଚନା , କେତେବେଳେ ଅଂଚଳ ବାସୀଙ୍କୁ ମହାମାରୀ ଦାଉରୁ ରକ୍ଷା କରିବା ପାଇଁ ମାକ୍ସ ବଣ୍ଟନ ହେଉ ବା ଗରିବ ଲୋକଙ୍କୁ ରିଲିଫ ବଣ୍ଟନ , ଲକଡାଉନ କୋହଳ ହେବା ପରେ ରାଜ୍ୟକୁ ଫେରୁଥିବା ଶ୍ରମିକ ମାନଙ୍କୁ ସୁରକ୍ଷିତ ଭାବରେ ଘରକୁ ପଠେଇବା  , ଅନ୍ୟ ରାଜ୍ୟର ଶ୍ରମିକ ମାନଙ୍କୁ ତାଙ୍କର ଗୃହରାଜ୍ୟକୁ ପଠେଇବା , ଲୁହୁରାଚଟି ସୀମାନ୍ତରେ ଶ୍ରମିକ ମାନଙ୍କର ଖାଇବା ବ୍ୟବସ୍ଥା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସବୁ ସୁବିଧା କରାଇବା ସହିତ ବାଦାନ୍ୟ ବ୍ୟକ୍ତି ବିଶେଷ ମାନଙ୍କୁ ଉତ୍ସାହିତ କରି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ପାଇଁ ଦାନ ସଂଗ୍ରହ ପର୍ଯନ୍ତ ସବୁ କାର୍ଯରେ ନିଜକୁ ପ୍ରତ୍ୟକ୍ଷ ଭାବରେ ଅନବରତ ସାମିଲ କରି ଆଜି ସେ ସମସ୍ତ ଙ୍କର ଆହୁରି ପ୍ରିୟ ହୋଇପାରିଛନ୍ତି ।

0
0
0
s2sdefault