ହେଡଲାଇନସ୍:

ସୁନ୍ଦରଗଡ଼ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ସହକାରୀ ଅଧିକାରୀଙ୍କ ଦେହାନ୍ତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ଼(ହୋରାଚାନ୍ଦ ଦେଉରିଆ)  : ଗତକାଲି ବିଳମ୍ୱିତ ରାତି ରେ ସୁନ୍ଦରଗଡ଼ ସହକାରୀ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ସହକାରୀ ଅଧିକାରୀ  ଗୋପୀନାଥ ସାହୁଙ୍କ ତାଙ୍କ ବାସଭବନରେ ଦେହାନ୍ତ ହୋଇଯାଇଛି।   ନୟାଗଡ଼ ଜିଲ୍ଲା ଦଶପଲ୍ଲା ସାତ ପାଟନା ଅଞ୍ଚଳର ନିବାସୀ ଥିଲେ  | ଗତ ଶୁକ୍ରବାର ଦିନସେ ନିଜଘରକୁ ରଜଉସବ ପାଳନ ପାଇଁ ଛୁଟିରେ ନିଜ ଗାଁକୁ ଯାଇଥିଲେ ବୋଲି ଶୁଣିବା ପାଇଁ ମିଳୁଛି  | ବିଳମ୍ବିତ ରାତିରେ ତାଙ୍କର ଛାତିରେ ଯନ୍ତ୍ରଣା ଅନୁଭବ କରିବା ଯୋଗୁଁ  ପ୍ରଥମେ ଦଶପଲ୍ଲା ଡାକ୍ତରଖାାନାରେ ଚିକିତ୍ସା  ପାଇଁ ନିଆଯାଇଥିଲା ତାପରେ ତାଙ୍କୁ  ନୟାଗଡ଼ ମୁଖ୍ୟ ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଉଥିବା ସମୟରେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ସମୟରେ ତାଙ୍କୁ ୫୭ବର୍ଷ ହୋଇଥିଲା |  ପରେ ତାଙ୍କ ମୃତସରୀରକୁ ଗ୍ରାମକୁ ଅଣାଯାଇ ଗ୍ରାମ ସ୍ମଶାନରେ ଶବଦାହ କରାଯାଇଥିଲା ।ପୁଅ ଶୁଭ୍ର ସାଗର ସାହୁ (ବାପି )ମୁଖାଗ୍ନି ଦେଇଥିଲେ।  ନିଜ ଗାଁରେ ସେଜଣେ ମେଧାବୀ ଛାତ୍ର ଓ ଟିଉସନ ଶିକ୍ଷକ ଭାବରେ ପ୍ରତିଷ୍ଠିତ ଥିଲେ ଓ ଏହାକୁ ନେଇ ତାଙ୍କ ଗାଁରେ ଶୋକର ଛାୟା ଖେଳି ଯାଇଛି  | ଶ୍ରୀ ସାହୁ  ୨୦୧୨ ମସିହାରୁ ସୁନ୍ଦରଗଡ ଜିଲ୍ଲା ସହକାରୀ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭବରେ କାର୍ଯ୍ୟ ତୁଲାଇ ଆସୁଥିଲେ । ସେ ମିଷ୍ଟଭାଷୀ ଓ ପରୋପକାରୀ ଥିବାରୁ ସମସ୍ତ ହୃଦୟକୁ ଜିତି ପାରୁଥିଲେ  । ଆଜି ସୁନ୍ଦରଗଡ଼ ରେ ତାଙ୍କର ବିୟୋଗ ଖବର ଶୁଣିବାପରେ ଶୋକର ବାତାବରଣ ଖେଳିଯାଇଛି ।ସୁନ୍ଦରଗଡ ଜିଲ୍ଲାପାଳ ଶ୍ରୀ ନିଖିଳ ପବନ କଲ୍ୟାଣ,ଜ଼ୀଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅନିଲ କେରକେଟା ସମେତ ସମସ୍ତ ଅଫିସ ଷ୍ଟାଫ ଏବଂ ଜିଲ୍ଲାର୍  ସମସ୍ତ ସାମ୍ବାଦିକ ମାନଙ୍କ ମଧ୍ୟରେ  ସ୍ୱର୍ଗତ ସାହୁ ଙ୍କ ଅମର ଆତ୍ମା ର ସତଗତି ନିମନ୍ତେ ଭଗବାନଙ୍କ ଠାରେ ପ୍ରାାର୍ଥନା କରିବା ସହିତ ଶୋକ ସନ୍ତପ ପରିବାର ବର୍ଗ ଙ୍କୁ ସାହସ ଦେବା ପାଇଁ ପ୍ରାାର୍ଥନା କରିଛନ୍ତି  |

0
0
0
s2sdefault