ହେଡଲାଇନସ୍:

ସରପଞ୍ଚଙ୍କ  ଜିଲ୍ଲାପାଳ କ୍ଷମତା ପ୍ରୟୋଗ: ତିନି ପଞ୍ଚାୟତ ସଟଡାଉନ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଝାରବନ୍ଧ- ( ମନୋହର ଦାଶ ): ବରଗଡ଼ ଜିଲ୍ଲ ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଲଉଡିଦରହା ,ଭଇଁସାଦରହ।,ଝାରବନ୍ଧ ଗ୍ରାମ ପଞ୍ଚାୟତ ରେ ସରପଞ୍ଚ ନିଜ ଅଞ୍ଚଳର ଲୋକଙ୍କୁ ଏହି ମହାମାରୀ ରୁ ରକ୍ଷା କରିବା ପାଇଁ ୩ ଦିନ ପାଇଁ ସଟଡାଉନ ଘୋଷଣା କରି ଜିଲ୍ଲାପାଳଙ୍କ କ୍ଷମତା ର ବ୍ୟବହାର କରିଛନ୍ତି । ସଂକ୍ରମଣରୁ ନିଜ ଅଞ୍ଚଳ ର ବାସିନ୍ଦା ଙ୍କୁ ରକ୍ଷା କରିବା ପାଇଁ ତିନି ସରପଞ୍ଚ ବଳରାମ ଖମାରି,ଯଶୋବନ୍ତି ନାୟକ ,ଧନମତି ପାଣ୍ଡେ ତିନିଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି । ଏହା ସହ ଗ୍ରାମକୁ ସଂଯୋଗ ଥିବା ସମସ୍ତ ପ୍ରବେଶ ପଥ କୁ ମଧ୍ୟ ସିଲ କରାଯାଇଛି ।  ଗ୍ରାମର କୌଣସି ଲୋକ ବହାରକୁ ନଯିବା ପାଇଁ ସେମାନେ କହିଛନ୍ତି ।ଏହା ସହ ପଞ୍ଚାୟତ ମାନଙ୍କ ର ସମସ୍ତ ଗ୍ରାମ କୁ ଧେଣ୍ଡୁରା ମାରି ସଚେତନ କରିବା ସହ ସମସ୍ତେ ସୁରକ୍ଷିତ ରହିବା ନିମନ୍ତେ ସରପଞ୍ଚ ଶ୍ରୀ ଖମାରୀ,ଶ୍ରୀମତୀ ପାଣ୍ଡେ କହିଛନ୍ତି । 

ସୂଚନା ଯୋଗ୍ୟ ଯେ ଝାରବନ୍ଧ ବ୍ଲକ ୨ କରୋନା ରୋଗୀ ଚିହ୍ନଟ ହେବାପରେ ନେଇ ଗତକାଲି ବିଳମ୍ବିତ ରାତି ରେ ପ୍ରସାଶନ ପକ୍ଷ ରୁ ଲଉଡିଦରହା,ଭଇଁସାଦରହା,ଝାରବନ୍ଧ,ଗ୍ରାମକୁ ସମ୍ପୂର୍ଣ୍ଣ ଭାବରେ ସିଲ କରାଯାଇଛି । ଅନ୍ୟପଟେ ବ୍ଲକ ପ୍ରଶାସନ ତରଫରୁ ଏହି ଗ୍ରାମପଞ୍ଚାୟତ ର ବିଭିନ୍ନ ଗ୍ରାମ ଓ ଆଖପାଖ ଅଞ୍ଚଳରେ ଡ଼ାକବାଜି ଯନ୍ତ୍ର ଦ୍ୱାରା ସବୁ ବେଳେ ଲୋକଙ୍କୁ ବାହାରକୁ ନ ବାହାରିବା ନିମନ୍ତେ ପ୍ରସାଶନ  ତରଫରୁ ଅନୁରୋଧ କରାଯାଉଛି ।  ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ ଦରୱାନ ଙ୍କର ପ୍ରତକ୍ଷ ତତ୍ୱବାଧାନ ରେ  ଝାରବନ୍ଧ ତହସିଲଦାର ଅନିଲ ହୋତା ବିଡ଼ିଓ ରୁନୁ ଲାକ୍ରା ଝାରବନ୍ଧ ଥାନା ଅଧିକାରି ଠାକୁରପ୍ରସାଦ ମୁର୍ମୁ ସି.ଡ଼ି.ପି.ଓ ସନ୍ଧ୍ୟାରାଣୀ ନେପାକ ପ୍ରମୂଖ ବାରମ୍ବାର ବିଭିନ୍ନ ଗ୍ରାମ୍ୟ କୁ ଗସ୍ତ କରି ଲୋକଙ୍କୁ ସତର୍କ କରାଇବା ସହିତ ସଟଡାଉନର ପ୍ରତକ୍ଷ ଭାବରେ ନିରୀକ୍ଷଣ ମଧ୍ୟ କରୁଛନ୍ତି । ବର୍ତ୍ତମାନ ସମୟରେ ଲୋକଙ୍କର ସୁରକ୍ଷା କୁ ବ୍ଲକ ପ୍ରଶାସନ ତରଫରୁ ଖୁବ ଗୁରୁତ୍ୱ ଦିଆଯାଇଛି ।  ବିଡ଼ିଓ ଶ୍ରୀ ଲାକ୍ରା ନିଜେ ଦିନରାତି ଅଂଚଳରେ ଘଟୁଥିବା ପ୍ରତ୍ୟେକ ଘଟଣା ଉପରେ ତୀକ୍ଷ୍ଣ ନଜର ରଖିବା ସହିତ ଏହି ସଟଡାଉନ ସମୟରେ ସାଧାରଣ ଲୋକଙ୍କୁ ଯେମିତି ଅତ୍ୟାବଶ୍ୟକୀୟ ସେବା କିମ୍ବା ସାମଗ୍ରୀ ପାଇବା ପାଇଁ କୋଣସି ଅସୁବିଧା ନ ହୁଏ ସେଥିପ୍ରତି  ନଜର ରଖିବାକୁ ବ୍ଲକର ସମସ୍ତ କର୍ମଚାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି । ସେହିଭଳି ଉପଜିଲ୍ଲାପାଳ ଶ୍ରୀ ଦରୁଆନ କ୍ରମାଗତ ଭାବରେ ବିଭିନ୍ନ ଗ୍ରାମକୁ ଯାଇ ସେଠାକାର ସ୍ଥିତି ଅନୁଧ୍ୟାନ କରିବା ସହିତ ଅଧିକାରୀ ମାନଙ୍କୁ ଆବଶ୍ୟକୀୟ ନିର୍ଦେଶ ମଧ୍ୟ ଦେଉଛନ୍ତି ।

      ଅନ୍ୟପଟେ ଉକ୍ତ ଅଞ୍ଚଳର ସରପଞ୍ଚ ମାନେ ଘରକୁ ଘର ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦରକାର ପଡ଼ିଲେ ପହଞ୍ଚାଇ ଦିଆଯିବ ବୋଲି କହିଛନ୍ତି ।

 

0
0
0
s2sdefault