ହେଡଲାଇନସ୍:

ସମ୍ବଲପୁର ରେ ପୁଣି ଜଣେ  କରୋନା ପଜିଟିଭ୍‌ ଚିହ୍ନଟ, ୨୪ ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର  (ରମାକାନ୍ତ ବିଶ୍ବାଳ ) ଆଜି ସମ୍ବଲପୁର ରେ ପୁଣି ଜଣେ   କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି l ଆଜି କରୋନା ପଜିଟିଭ ଚି଼ହ୍ନଟ ହୋଇଥିବା ବ୍ୟକ୍ତି ଜଣକ ୩୨ ବର୍ଷ ବୟସ ପୁରୁଷ ବୋଲି ଜଣାଯାଇଛି l ଦିଲ୍ଲୀ ରୁ ଫେରି ସେ ସରକାରୀ ସଂଘରୋଧ କେନ୍ଦ୍ର ରେ ଥିଲେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l ମାତ୍ର, ସେ କେବେ ଦିଲ୍ଲୀ ରୁ ଫେରି ଥିଲେ, କେଉଁ ଅଂଚଳର ବ୍ୟକ୍ତି, ଏବଂ କେଉଁ ସରକାରୀ ସଂଘରୋଧ କେନ୍ଦ୍ର ରେ ଥିଲେ ଏହାର ସୂଚନା ଦିଆ ଯାଇ ନାହିଁ l କରୋନା ଆକ୍ରାନ୍ତ ଚି଼ହ୍ନଟ ପରେ ସମ୍ପୃକ୍ତ ବ୍ୟକ୍ତି ଙ୍କୁ କୋଭିଡ ଡାକ୍ତରଖାନା କୁ ଆଜି  ପଠାଇ ଦିଆଯାଇଛି l  ତେବେ ବ୍ୟକ୍ତି ଙ୍କ ସସ୍ପର୍ଶରେ ଆସିଥିବା ଲୋକଙ୍କୁ ଚି଼ହ୍ନଟ କରାଯାଉଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l ତେବେ ପୂର୍ବରୁ ସମ୍ବଲପୁର ଜ଼ିଲ୍ଲାରେ  ୨୩  ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଥିବା ବେଳେ ଏବେ ଏହା ୨୪ ରେ ପହଁଚିଛି l ସେମାନଙ୍କ ମଧ୍ୟରେ ୧୯  ଜଣ ପୁରୁଷ ଓ ୫  ଜଣ ମହିଳା ଅଛନ୍ତି l

0
0
0
s2sdefault