ହେଡଲାଇନସ୍:

କରୋନା :  ଆଜି ଏଣ୍ଟ୍ରି ଯେତିକି ଏକଜିଟ ସେତିକି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ରାଜ୍ୟରେ ଯେତିକି କରୋନା ରୋଗୀ ଚିହ୍ନଟ ହୋଇଛନ୍ତି . ସେତକି ସଂଖ୍ୟାର ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ଆଜି  ରାଜ୍ୟରେ ୧୪୬ ଜଣ  ପଜିଟିଭ ଚିହ୍ନଟ ହୋଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୪,୦୫୫ରେ ପହଁଚିଥିବା ବେଳେ ୧୪୬ ଜଣ ସୁସ୍ଥ ହୋଇ ସୁସ୍ଥଙ୍କ ସଂଖ୍ୟା ୨,୮୫୪ରେ ପହଂଚିଛି | ସକ୍ରିୟଙ୍କ ସଂଖ୍ୟା ହୋଇଛି ୧,୧୮୭ |ଆଜି ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଭଦ୍ରକ ରୁ ୧୧ଜଣ, ବଲାଙ୍ଗିର ୧୧ଜଣ, କଟକ ୨୬ ଜଣ, ଢେଙ୍କାନାଳ ୨ଜଣ, ଗଜପତି ୧୨ ଜଣ,  ଗଞ୍ଜାମ ୧୮ ଜଣ, ଝାରସୁଗୁଡ଼ା ଓ ଜଗତସିହଂପୁରରୁ  ଜଣେ, ଯାଜପୁର ୩ଜଣ, କଳାହାଣ୍ଡି ୪ଜଣ, କନ୍ଧମାଳ ୫ଜଣ, ଖୋର୍ଦ୍ଧା ୨୩, କୋରାପୁଟ ୫ଜଣ, ମୟୂରଭଞ୍ଜ  ୧୩ଜଣ, ନୟାଗଡ ୩ ଜଣ, ନୂଆପଡା ୨ ଜଣ, ପୁରୀ ୨ କଣ, ରାୟଗଡା ୫ ଜଣ ଅନ୍ତର୍ଭୁକ୍ତ | 

0
0
0
s2sdefault