ହେଡଲାଇନସ୍:

ଲିଙ୍କ ଫେଲ ଆଳରେ ୩ମାସ ହେଲା ପୋଷ୍ଟ ଅଫିସ କାର୍ଯ୍ୟବନ୍ଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ହିତାଧିକାରୀ ସରକାରୀ ସାହାଯ୍ୟ ପାଇବାରୁ ବଂଚିତ  

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର)  : ଲିଙ୍କ ଫେଲର ଆଳ ଦେଖାଇ ଓଡ଼ଗାଁ ତହସିଲ କୁରାଳ ସବ-ପୋଷ୍ଟ ଅଫିସ ୩ମାସରୁ ଉର୍ଦ୍ଧକାଳ କାର୍ଯ୍ୟବନ୍ଦ ରହିଥିବାରୁ ସରକାରୀ ସାହାର୍ଯ୍ୟ ପ୍ରାପ୍ତ ହିତାଧିକାରୀ ଏବଂ ଗ୍ରାହକ ମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ଏନେଇ ପୋଷ୍ଟାଲ ଇନସପେକ୍ଟର ନୟାଗଡ଼ଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ସମସ୍ୟାର କୈାଣସି ସମାଧାନ ହୋଇନାହିଁ । ଲକଡାଉନ ସମୟରେ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଯୋଗାଇ ଦେଉଥିବା ସହଯୋଗ ଏବଂ ସହାୟତା ନପାଇ ହିତାଧିକାରୀ ମାନେ ବହୁ ଅସୁବିଧାର ସମୁଖୀନ ହୋଇଥିବା ଅଭିଯୋଗ ହୋଇଛି । ସାଧାରଣତଃ ମନରେଗା ଜବକାର୍ଡଧାରୀ, କୁଶଳି କାରିଗର ସହିତ ଅନ୍ୟମାନଙ୍କର ଜମାଖାତାକୁ ଆସିଥିବା ସହାୟତା ରାଶି ଉଠାଣ ହୋଇପାରୁନାହିଁ । ଅନ୍ୟ ପକ୍ଷରେ ଲିଙ୍କ ଫେଲ  କାରଣ ଦର୍ଶାଇ ନିୟମିତ ଧାର୍ଯ୍ୟ ସମୟରେ କର୍ମଚାରୀ ଅଫିସକୁ ଆସୁନଥିବା ବେଳେ ବେଳେ ୧୦ରୁ ୪ଟା ପରିବର୍ତେ ୨ଟାବେଳେ ଅଫିସ ବନ୍ଦକରି ପୋଷ୍ଟମାଷ୍ଟର ପଳାଇ ଯାଉଥିବା ଅଭିଯୋଗ ହୋଇଛି । ଟେକ୍ନୋଲୋଜିର ଦୃତ ବିକାଶ ଘଟୁଥିବା ବେଳେ ସାମୟିକ ଭାବେ ଅନଲାଇନର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇ ହିତାଧିକାରୀ ତଥା ଗ୍ରାହକ ମାନଙ୍କୁ ସୁବିଧା ଯୋଗାଇ ଦିଆଯାଇ ପାରନ୍ତା । ହେଲେ ଉଚ୍ଚକର୍ତୁପକ୍ଷଙ୍କ ଅନାଗ୍ରହ କାରଣରୁ ଏହା କାର୍ଯ୍ୟକାରୀ ହୋଇପାରୁନାହିଁ । ଖୁବଶିଘ୍ର ଏହାର ସମାଧାନ ନହେଲେ ଅସନ୍ତୋଷ ବୃଦ୍ଧିପାଇବା ଫଳରେ ଯେକୈାଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇ ପାରେ ବୋଲି ଗ୍ରାମବାସୀ ସେମାନଙ୍କର ପ୍ରତିକ୍ରିୟାରେ କହିଛନ୍ତି ।    

 

0
0
0
s2sdefault