ହେଡଲାଇନସ୍:

ବାଗଜାନ ତୈଳକୂପ ଅଗ୍ନିକାଣ୍ଡ ଘଟଣାସ୍ଥଳ ପରିଦର୍ଶନ ସହ ସ୍ଥିତି ଅନୁଧ୍ୟାନ କଲେ ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆସାମ ଗସ୍ତର ଦ୍ୱିତୀୟ ଦିନରେ କେନ୍ଦ୍ରମନ୍ତ୍ରୀ

• ପ୍ରଭାବିତ ପରିବାରକୁ ଭେଟି ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି

• ଆସାମର ମୁଖ୍ୟମନ୍ତ୍ରୀ ଏବଂ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀଙ୍କ ସହ କଲେ ଅନୁଧ୍ୟାନ

ଆସାମ(ଶାସକ ପ୍ରଶାସକ)  – ଆସାମ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି ରାଜ୍ୟର ବାଗଜାନରେ ହୋଇଥିବା ତୈଳକୂପ ଅଗ୍ନିକାଣ୍ଡ ଘଟଣାର ସମୀକ୍ଷା କରିବା ପରେ ଆଜି ଘଟଣାସ୍ଥଳକୁ ଯାଇ ସ୍ଥିତିର ଅନୁଧ୍ୟାନ କରିବା ସହ ସମୀକ୍ଷା ମଧ୍ୟ କରିଛନ୍ତି । ସେହିପରି ଅଗ୍ନିକାଣ୍ଡ ଘଟଣାରେ ପ୍ରଭାବିତ ପରିବାରକୁ ଭେଟି ସମସ୍ତ ସମ୍ଭାବ୍ୟ ସହାୟତା ଯୋଗଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ଶ୍ରୀ ପ୍ରଧାନ ।

ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ଗ୍ରାଉଣ୍ଡରେ ସ୍ଥିତି ସମୀକ୍ଷା କରିବା ପାଇଁ ବାଗଜାନ ଅଗ୍ନିକାଣ୍ଡ ଘଟଣାସ୍ଥଳକୁ ପରିଦର୍ଶନ କଲି । ଏହି ଗସ୍ତରେ ଆସାମର ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୱାଲ ଏବଂ ରାଜ୍ୟର ପରିବହନ, ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଚନ୍ଦ୍ର ମୋହନ ପଟୋୱାରୀ ସାମିଲ ହୋଇଥିଲେ । ନିଆଁକୁ ଆୟତ କରିବା ଏବଂ ତୈଳକୂପକୁ ବନ୍ଦ କରିବା ପାଇଁ ଚାଲିଥିବା ପରିଚାଳନା କାର୍ଯ୍ୟକୁ ମଧ୍ୟ ଅନୁଧ୍ୟାନ କରିଥିବା ଶ୍ରୀ ପ୍ରଧାନ ଟ୍ୱିଟ୍ ଜରିଆରେ କହିଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ ଅଏଲ ଇଣ୍ଡିଆ ପକ୍ଷରୁ ପ୍ରତିଷ୍ଠା  ହୋଇଥିବା ରିଲିଫ କ୍ୟାମ୍ପରେ ଥିବା ବାଗଜାନ ତୈଳକୂପ ଅଗ୍ନିକାଣ୍ଡ ଘଟଣାର ପ୍ରଭାବିତ ପରିବାର ଲୋକଙ୍କୁ ଭେଟିଥିଲେ । ଆସାମ ମୁଖ୍ୟମନ୍ତ୍ରୀଙ୍କ ସହ ଶ୍ରୀ ପ୍ରଧାନ ସେମାନଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ଏବଂ ସେମାନଙ୍କ ଜୀବନଜୀବିକାକୁ ପୁନଃସ୍ଥାପିତ କରିବା ପାଇଁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବା ନେଇ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । ଏହବ୍ୟତିତ ଶ୍ରୀ ପ୍ରଧାନ ବାଗଜାନ ଗାଁ ମିଲନଜ୍ୟୋତି ଯୁବ ସଂଘକୁ ଭେଟି ସେମାନଙ୍କ ସହ ବିଚାରବିମର୍ଷ କରିବା ପରେ ପ୍ରଭାବିତ ଲୋକଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଦେବା ନେଇ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ।

ଉଲ୍ଲେଖନୀୟ ଯେ, ଗତକାଲି ଶ୍ରୀ ପ୍ରଧାନ ଆସାମ ରାଜ୍ୟକୁ ଗସ୍ତ କରିବା ସହ ସେଠାକାର ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୱାଲ ଏବଂ ମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସହ ଏହି ତୈଳକୂପ ଅଗ୍ନିକାଣ୍ଡ ଘଟଣାର ବର୍ତମାନ ସ୍ଥିତି ଉପରେ ସମୀକ୍ଷା କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ ସେଠାରେ ସ୍ଥିତିକୁ ନିୟନ୍ତ୍ରଣ କରିବା ତଥା କ୍ଷତି ଅଧିକ ନହେବା ପାଇଁ ବିଶେଷଜ୍ଞଙ୍କ ପକ୍ଷରୁ ପରିଚାଳନା କାର୍ଯ୍ୟ ଯୋରସୋରରେ ଚାଲିଛି । କମ୍ପାନୀର ଅଧିକାରୀମାନେ ୨୪ ଘଂଟା କାର୍ଯ୍ୟ କରୁଛନ୍ତି । ଲୋକଙ୍କ ସୁରକ୍ଷା ଏବଂ କଲ୍ୟାଣ ପାଇଁ ପେଟ୍ରୋଲିୟମ ମନ୍ତ୍ରଣାଳୟ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ ।

0
0
0
s2sdefault