ହେଡଲାଇନସ୍:

ହାତୀକୁ ସ୍ୱାଗତ, ମେସିନକୁ ବିରୋଧ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପୁରୀ(ଅନିମେଶ ପଟ୍ଟନାୟକ) : ଭକ୍ତ  ଶୂନ୍ୟ ରଥଯାତ୍ରାକୁ ନେଇ ଚାଲିଛି ମାନସ ମନ୍ଥନ । ତିନି ରଥକୁ ହାତୀ କିମ୍ବା  ମେସିନ ଲଗାଇ ଟାଣିବାକୁ ସେବାୟତ ଓ ପ୍ରଶାସନ ମଧ୍ୟରେ ଆଲୋଚନା ହୋଇଛି । ହେଲେ ଚୁଡାନ୍ତ ହୋଇ ପାରୁନି ନିଷ୍ପତ୍ତି। ସେପଟେ ରଥକୁ ହାତୀ ଲଗାଇ ଟାଣିବା କଥାକୁ ସ୍ୱାଗତ କରିଛନ୍ତି ସେବାୟତମାନେ। 

ହାତୀ ରଥ ଟାଣିବା ପୁରୁଣା ପରମ୍ପରା । କାଳକ୍ରମେ ଏହାକୁ ବନ୍ଦ କରାଯାଇଛି । ଏଥର ଯଦି ହାତୀ ଲଗାଇ ଟଣାଯାଏ ତେବେ ଏହାକୁ ଆମେ ସ୍ୱାଗତ କରିବୁ । ହେଲେ ମେସିନ ଲଗାଇ ଟାଣିବାକୁ ଆମେ ବିରୋଧ କରୁଛୁ ବୋଲି ବରିଷ୍ଠ  ସେବାୟତ ପ୍ରେମାନନ୍ଦ ଦାସମହାପାତ୍ର କହିଛନ୍ତି। ସେପଟେ ରଥ କାମ ଚୁଡାନ୍ତ ପର୍ଯ୍ୟାୟରେ । ରଥ ଟଣା ଓ ମହାପ୍ରଭୁ ମାନଙ୍କ ନୀତି କାନ୍ତି ଉପରେ ଆଲୋଚନା ମଧ୍ୟ ସରିଛି । କେତେ ସେବାୟତ ରଥ ଟଣାରେ ରହିବେ । ସେ ନେଇ ଏକ ତାଲିକା ମଧ୍ୟ ଶ୍ରୀମନ୍ଦିର ପ୍ରଶାସନକୁ ଦିଆଯାଇଛି।  ୬୦ ବର୍ଷରୁ ଉର୍ଦ୍ଧ ସେବାୟତଙ୍କୁ ବାଦ୍ ଦିଆଯାଇଥିବା କହିଛନ୍ତି ବରିଷ୍ଠ ସେବାୟତ ତଥା ବିଶ୍ୱାବଶୁ ବିନାୟକ ଦାସମହାପାତ୍ର ।

0
0
0
s2sdefault