ହେଡଲାଇନସ୍:

ଝାରବନ୍ଧ ପଂଚାୟତରେ ୨ ପଜିଟିଭ : ୩ ପଂଚାୟତ ସଟଡାଉନ କଲେ ସରପଂଚ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକର ଝାରବନ୍ଧ ପଂଚାୟତ ଓ କନ୍ଦାଡଙ୍ଗର ପଂଚାୟତରେ ଜଣେ ଲେଖାଏଁ କୋରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଆଜି ଝାରବନ୍ଧ ପଞ୍ଚାୟତକୁ ସରପଞ୍ଚ ସଟଡାଉନ କରିଦେଇଛନ୍ତି । କନ୍ଦାଡଙ୍ଗରର ସରଗୁଳ ଗାଁରୁ ଚିହ୍ନଟ ହୋଇଥିବା ପଜିଟିଭ ଜଣକ ସ୍ଥାନୀୟ ଅଂଚଳରୁ ହୋଇଥିବା ବେଳେ ଝାରବନ୍ଧରୁ ଚିହ୍ନଟ ହୋଇଥିବା ପଜିଟିଭ ଜଣକ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି | ଏପଟେ ପ୍ରଶାସନ ତରଫରୁ କନ୍ଦାଡଙ୍ଗର ଗ୍ରାମପଞ୍ଚାୟତର ସରଗୁଲ ଗ୍ରାମକୁ ଓ ଝାରବନ୍ଧ TMC ର 100ମିଟର ପରିଧିକୁ କଣ୍ଟେନମେଣ୍ଟ ଯୋନ ଭାବରେ ଘୋଷଣା କରାଯାଇଛି | ଏପଟେ ସଂକ୍ରମଣ କୁ ରୋକିବା  ପାଇଁ ଅଗ୍ନିଶମ ବିଭାଗ ତରଫରୁ ବ୍ୟାପକ ଭାବରେ ରାସାୟନିକ ସ୍ପ୍ରେ କରାଯାଉଛି । ଅନ୍ୟପଟେ କନ୍ଦାଡଙ୍ଗର ସରପଞ୍ଚଙ୍କର କହିବା ମୁତାବକ କଣ୍ଟେନମେଣ୍ଟ ଜୋନ ପାଇଁ ରହିଥିବା ସରକାରଙ୍କର ସମସ୍ତ ନିୟମକୁ ବ୍ଲକ ପ୍ରଶାସନର ସହଯୋଗ ରେ କଠୋରତାର ସହିତ ପାଳନ କରାଯିବ ।  ଝାରବନ୍ଧରେ କେବଳ କିଛି ଔଷଧ ଦୋକାନ ବ୍ୟତୀତ ଅନ୍ୟ ସବୁ ଦୋକାନ ବଜାରକୁ ବନ୍ଦ କରିଦିଆଯାଇଛି । ନିଜ ଅଂଚଳକୁ ସୁରକ୍ଷିତ କରିବା ପାଇଁ ଆଜି ଲାଉଡିଦରହା ଓ ଭଇସାଦରହା ସରପଞ୍ଚ ମଧ୍ୟ ନିଜ ନିଜ ପଂଚାୟତ କୁ ଆଗାମୀ 17 ତାରିଖ ପର୍ଯନ୍ତ ସଟଡାଉନ ଘୋଷଣା କରିଛନ୍ତି । କୋବିଡ଼ 19ର ନିୟମ ମୁତାବକ ଲୋକଙ୍କର ସୁରକ୍ଷା ନିମନ୍ତେ ବ୍ଲକ ପ୍ରଶାସନ ସମସ୍ତ ପଦକ୍ଷେପ ଗ୍ରହଣ କରିବ ବୋଲି  ଝାରବନ୍ଧ BDO ଶ୍ରୀ ରୁନୁ ଲାକ୍ରା ଜଣାଇଛନ୍ତି ।

0
0
0
s2sdefault