ଏନଡିଆରଏଫ /ଓଡିଆରଏଫ/ ଅଗ୍ନିଶମ ସେବାର ୧୩ ଜଣ ବି ଆକ୍ରାନ୍ତ. ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯୦୯କୁ ବୃଦ୍ଧି
ଭୁବନେଶ୍ୱର : ଆଜି ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧୮୬ କରୋନା ଆକ୍ରାନ୍ତ | ସେମାନଙ୍କ ମଧ୍ୟରୁ ୧୭୧ ଜଣ ସଂଗ ରୋଧକେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୫ ଜଣ ସ୍ଥାନୀୟ ଅଂଚଳରୁ | ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯୦୯କୁ ବୃଦ୍ଧି ପାଇଛି | ଆଜି ଜଣକର ବି ପ୍ରାଣହାନୀ ହୋଇଛି | ମୋଟ ମୃତକଙ୍କ ସଂଖ୍ୟା ପହଂଚିଛି ୧୧ରେ | ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୦୧ ରେ ପହଁଚିଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ୨୫୯୪ ରହିଥିବା କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦ ରହିଛି | ଆଜି ଆକ୍ରାନ୍ତଙ୍କ ମଧ୍ୟରେ କନ୍ଧମାଳରେ ୨୨ ଜଣ, ଖୋର୍ଦ୍ଧାରେ ୨୧ ଜଣ, କଳାହାଣ୍ଡି ଓ ବରଗଡରେ ୧୬ ଜଣ, ଗଜପତିରେ ୧୫ଜଣ, ମୟୁରଭଞ୍ଜରେ ୧୩ଜଣ, ବଲାଙ୍ଗୀର ଓ ଝାରସୁଗୁଡ଼ାରେ ୨ଜଣ, କେନ୍ଦୁଝର ଓ ଜଗତସିଂପୁରରେ ୧୧ଜଣ, କଟକ ଓ ଯାଜପୁରରେ ୧୨ ଜଣ , ପୁରୀରେ ୭, ଗଞ୍ଜାମରେ ୪, ସୁନ୍ଦରଗଡରେ ୩, ମାଲକାନଗିରି, କେନ୍ଦ୍ରାପଡା, ଭଦ୍ରକ, ଅନୁଗୋଳରେ ଜଣେ ଆକ୍ରାନ୍ତ ସାମିଲ ଥିବା ବେଳେ ଅମ୍ପାନ ଡ୍ୟୁଟିରୁ କଲିକତାରୁ ଫେରିଥିବା ଏନଡିଆରଏଫ /ଓଡିଆରଏଫ/ ଅଗ୍ନିଶମ ସେବାର ୧୩ ଜଣ ଆକ୍ରାନ୍ତ ହୋଇଥିବା ଜଣ ପଡିଛି |