ହେଡଲାଇନସ୍:

ତାଲାବନ୍ଦ ଗ୍ରାମରୁ ୧୦୦ ଲିଟର ମଦ ସହ ଦୁଇ ଗିରଫ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗିର: (ସ୍ୱତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର )  ବର୍ତମାନ ସରକାର ରାଜ୍ୟବାସିଙ୍କୁ କରୋନା ଭୁତାଣୁ ରୁ ରକ୍ଷା କରିବା ପାଇଁ ଲକଡାଉନ ଘୋଷଣା ସହ ରାଜ୍ୟରେ ଦେଶି ମଦ ବିକ୍ରି ବନ୍ଦ ଘୋଷଣା କରିଛନ୍ତି । ଏହାରି ସୁଯୋଗ ନେଇ କିଛି ଅସାମାଜିକ ବ୍ୟକ୍ତି ବିଶେଷ ଲୁଚା ଛପାରେ ବେଆଇନ ମଦ ପ୍ରସ୍ତୁତ କରି ଚଢା ଦରରେ ବିକ୍ରି କରି ଅପର୍ଯ୍ୟାପ୍ତ ଅର୍ଥ ଆଦାୟରେ ଲାଗି ପଡିଛନ୍ତି ।  ତୁଷୁରା  ପୁଲିସ  ଚଢାଉ କରି ଏକ ବଡ ଧରଣର ମଦ ବେପାରିକୁ କାବୁ କରିବାରେ ସଫଳ ହୋଇଛି । ମଦ ବେପାରି ପାଖରୁ ୧୦୦ ଲିଟରରୁ ଉର୍ଦ୍ଧ୍ବ ପରିମାଣର ମଦ ଜବତ କରିବା ସହ ଅଭିଯୁକ୍ତ ଦୁଇ ଜଣ କୁ ଗିରଫ କରିଛି । ଘଟଣାଟି ଅଂଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି ।

ପୁଲିସ ସୁତ୍ରରୁ ପ୍ରାପ୍ତ ସୂଚନା ଅନୂଯାଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ତୁଷୁରା ଥାନା ଭାରପ୍ରାପ୍ତ ଅଧିକାରୀ ଜଶୋବନ୍ତ ନାରାୟଣ ପଧାନୀ  ସଦଳବଳ ସହ ଥାଲବନ୍ଦ ଗ୍ରାମର ଚିତ୍ରସେନ୍ ବାରିକ ପିତା ଲାଲମନ ବାରିକ ଓ ଲମ୍ବୋଦର ବାରିକ ପିତା ସ୍ୱର୍ଗତ ହୀରାଲାଲ୍ ବାରିକ ଙ୍କ ଘରେ ଚଢାଉ କରିଥିଲେ । ଘର ପଛପଟୁ ମଟର ଟିଉବରେ ଥିବା ୧୦୦ ଲିଟର ଦେଶି ରନ୍ଧା ମଦ ଠାବ କରିବା ସହ ବିଭିନ୍ନ ପ୍ରକାର ରନ୍ଧା ସାମଗ୍ରୀ ଜବତ କରିଥିଲେ । ମଦ ବ୍ୟବସାୟରେ ଜଡିତ ଥିବା ଦୁଇ ଜଣଙ୍କୁ  ଘଟଣାସ୍ଥଳରେ କାବୁ କରି ଥାନାକୁ ମଦ ସହ ନେଇ ଆସିଥିଲେ । ଏ ନେଇ ତୁଷୁରା ଥାନା କେସ ନଂ ୮୨/୨୦ ଦଫା ୫୨(ଓ)ରେ ମାମଲା ରୁଜୁ କରି ଲାଲମନ ବାରିକ ଓ ଲମ୍ବୋଦର ବାରିକ କୁ ଗିରଫ କରି ଥିଲେ ସଟଡାଉନ ଯୋଗୁଁ କୋଟ ଚାଲାଣ ହୋଇପାରି ନାହିଁ । ତଦନ୍ତକାରୀ ଅଫିସର ଉକ୍ତ ଘଟଣାରେ ତଦନ୍ତ ଜାରୀ ରଖିଛନ୍ତି |

0
0
0
s2sdefault