ହେଡଲାଇନସ୍:

ନବୀନଙ୍କ ସହ କଥା ହେଲେ ଲକ୍ଷ୍ମୀନିଵାସ : ଓଡ଼ିଶାରେ କରିବେ ୨୦୦୦କୋଟି ପୁଞ୍ଜିନିବେଶ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କୋବିଦ ୧୯ ପରିଚାଳନା କ୍ଷେତ୍ରରେ ପାରଦର୍ଶିତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ମିତ୍ତଲ  

ଭୁବନେଶ୍ୱର : ବିଶ୍ୱର ଷ୍ଟିଲ ଜିଆଣ୍ଟ ଭାବେଜଣାଶୁଣା  ଆର୍ସେଲର ମିତ୍ତଲ ଗ୍ରୁପର ଅଧ୍ୟକ୍ଷ ଲକ୍ଷ୍ମୀନିବାସ ମିତ୍ତଲ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟଙ୍କ ସହିତ ଆଲୋଚନା କରିଛନ୍ତି | ବେଳେ କୋଭିଡ-19 ପରିପ୍ରେକ୍ଷୀରେ ଓଡିଶା ସରକାରଙ୍କ କରୋନା ମୁକାବିଲା ପରିଚାଳନା ସହିତ ଶିଳ୍ପ ଜଗତର ଅଭିବୃଦ୍ଧି ନିମନ୍ତେ ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଛନ୍ତି l ପ୍ରଥମ ପର୍ଯ୍ୟାୟରେ ଆର୍ସେଲର ମିତ୍ତଲ ଓ ନିପନ ଷ୍ଟିଲ ଓଡିଶାରେ ୨୦୦୦ କୋଟି ଟଙ୍କା ପୁଞ୍ଜି ବିନିଯୋଗ ଲକ୍ଷ୍ୟ ରଖିଥିବା ଶ୍ରୀ ମିତ୍ତଲ ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ଦେଇଛନ୍ତି |  ଏହା ମାଧ୍ୟମରେ ପାରାଦୀପରେ ଥିବା ପେଲେଟ ପ୍ଲାଣ୍ଟର କ୍ଷମତା ୬ ନିୟୁତ ଟନରୁ ୧୨ ନିୟୁତ ଟନ ଓ କେନ୍ଦୁଝରର ଥିବା ବେନିଫିସିଏସନ ପ୍ଲାଣ୍ଟର କ୍ଷମତା ୫ ନିୟୁତ ଟନରୁ ୧୬ ନିୟୁତ ଟନକୁ ବୃଦ୍ଧି କରାଯିବ । ସୂଚନାଯୋଗ୍ୟ, ଆର୍ସେଲର ମିତ୍ତଲ ଓ ନିପନ୍ ଷ୍ଟିଲ୍ ଗତ ଡିସେମ୍ବର ମାସରୁ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୫୦ ହଜାର କୋଟିରୁ ଉଦ୍ଧ୍ୱର୍ ଟଙ୍କାର ପ୍ରକଳ୍ପ, ଏସାର ଷ୍ଟିଲ୍ କୁ ଅଧିଗ୍ରହଣ କରିଛନ୍ତି । ଏହାଦ୍ୱାରା ଭାରତରେ ୭ ମିଲିୟନ୍ ଆମେରିକୀୟ ଡଲାରର ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ ହୋଇଛି । ଯାହାକି ଭାରତରେ ଅନ୍ୟତମ ବୃହତ୍ତମ ବିଦେଶୀ ପୁଞ୍ଜି ବିନିଯୋଗ । ଆର୍ସେଲର ମିତ୍ତଲ ଓ ନିପନ୍ ଷ୍ଟିଲ୍ ପାରାଦ୍ୱୀପରେ ପେଲେଟ୍ ପ୍ଲାଣ୍ଟ ଓ ଡାବୁନିରେ ବେନିଫିକେସନ୍ ପ୍ଲାଣ୍ଟ ସହ ସାଗାଶାହି ଓ ଠାକୁରାଣୀ ଖଣିର ପରିଚାଳନା କରୁଛନ୍ତି । ସେହିପରି ଗତ ଫେବ୍ରୁଆରି ମାସରେ ଅନୁଷ୍ଠିତ ଖଣି ନିଲାମରେ ଆର୍ସେଲର ମିତ୍ତଲ କେନ୍ଦୁଝର ଜିଲ୍ଲାରେ ଥିବା ଠାକୁରାଣୀ ଓ ସାଗାସାହି ଲୁହାପଥର ଖଣିକୁ ହାତେଇଥିଲା । ଏଥିରେ ଯେଉଁଭଳି ଭାବେ ସ୍ୱଚ୍ଛତା ରକ୍ଷା କରାଗଲା ତାହା ବିଶ୍ୱସ୍ତରରେ ଏକ ବେଞ୍ଚ ମାର୍କ ପ୍ରତିଷ୍ଠା କରିଛି ବୋଲି ଶ୍ରୀ ମିତ୍ତଲ କହିଥିଲେ |  ଓଡ଼ିଶାରୁ ଉତ୍ପାଦିତ ଖଣିଜ ଦ୍ରବ୍ୟକୁ ଓଡ଼ିଶାରେ ହିଁ ମୂଲ୍ୟଯୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକୁ ଶ୍ରୀ ମିତ୍ତଲ ଗ୍ରହଣ କରିଛନ୍ତି । ଏହାଦ୍ୱାରା ଅଧିକ ନିଯୁକ୍ତି ସୃଷ୍ଟି ହେବା ସହିତ ରାଜ୍ୟ ଅର୍ଥନୀତିର ଅଭିବୃଦ୍ଧିରେ ସହାୟକ ହେବ । ଏ ଦିଗରେ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

ଆଜିର ଆଲୋଚନା ବେଳେ ଶ୍ରୀ ମିତ୍ତଲ ଓଡ଼ିଶା ସରକାରଙ୍କ କୋଭିଡ୍-୧୯ ପରିଚାଳନାକୁ ଭୂୟସୀ ପ୍ରଶଂସା ଚରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । କୋଭିଡ୍-୧୯ ଯୋଗୁଁ ସାରା ବିଶ୍ୱର ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହୋଇଥିବା ବେଳେ ଶିଳ୍ପ ଜଗତକୁ ସହଯୋଗ ଯୋଗାଇ ଦେବାକୁ ଓଡ଼ିଶା ସରକାରଙ୍କ ଉଦ୍ୟମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ ମିତ୍ତଲ ।

 

 

0
0
0
s2sdefault