ହେଡଲାଇନସ୍:

ପୂର୍ବ ତଟ ରେଳପଥ ୫୫୮ଟିରୁ ଉର୍ଦ୍ଧ୍ବ  ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିଛି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

• ବିଭିନ୍ନ ରାଜ୍ୟରୁ ଓଡ଼ିଶାକୁ ଆସିଛି ୨୩୫ଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ।

• ପୂର୍ବ ତଟ ରେଳପଥ ପକ୍ଷରୁ ବିଭିନ୍ନ ରାଜ୍ୟକୁ ୧୪ଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ପଠାଯାଇଛି ।

• ୩୦୬ଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ପୂର୍ବ ତଟ ରେଳପଥ ପରିସୀମା ମଧ୍ୟଦେଇ ଚଳାଚଳ କରିଛି ।

• ୨ ଲକ୍ଷ ୫୦ ହଜାରରୁ ଉଦ୍ଧ୍ୱର୍ ଯାତ୍ରୀ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ରେ ଓଡ଼ିଶାକୁ ଫେରିଛନ୍ତି ।

• ଆଇ.ଆର୍.ସି.ଟି.ସି. ସାହାଯ୍ୟରେ ପୂର୍ବ ତଟ ରେଳପଥ ସବୁ ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ  ଖାଦ୍ୟ ପ୍ୟାକେଟ୍ ବ୍ୟବସ୍ଥା କରିଛି ।

• ପୂର୍ବତଟ ରେଳପଥ ଓ ଆଇ.ଆର୍.ସି.ଟି.ସି. ଦ୍ୱାରା ହାରାହାରି ୧୦ ଲକ୍ଷରୁ ଉର୍ଦ୍ଧ୍ବ ଖାଦ୍ୟ ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ  ପ୍ରଦାନ କରାଯାଇଛି ।

• ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଆସୁଥିବା ଷ୍ଟେସନଗୁଡିକରେ ଯାତ୍ରୀମାନଙ୍କ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ କଡ଼ାକଡ଼ି ବ୍ୟବସ୍ଥା କରିଥିବା ବେଳେ ଷ୍ଟେସନ୍ ଓ ଟ୍ରେନ ସଂପୂର୍ଣ୍ଣଭାବେ ସାନିଟାଇଜ୍ କରାଯାଇଛି ।

• ସ୍ଥାନୀୟ ପ୍ରଶାସନ ସାହାଯ୍ୟରେ ରେଲୱେର ଡାକ୍ତର ଓ ପାରା ମେଡିକାଲ୍ କର୍ମଚାରୀମାନେ ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଦେଖିବାକୁ ସଜାଗ

•       ବିଶେଷକରି ଗର୍ଭବତୀ ମହିଳାମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ତାଙ୍କ ସ୍ୱାସ୍ଥ୍ୟ ସଂପର୍କୀୟ ସମସ୍ତ ବ୍ୟବସ୍ଥା କରାଯାଇଛି ।

ଭୁବନେଶ୍ୱର (ଶାସକ ପ୍ରଶାସକ) : ଲକ ଡାଉନ ସମୟରେ ଯାତ୍ରା କରିପାରୁନଥିବା ଦେଶର ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀମାନଙ୍କୁ ନିଜ ନିଜର ଗନ୍ତବ୍ୟସ୍ଥଳକୁ ପହଞ୍ଚାଇବା ପାଇଁ ରେଳ ପ୍ରଶାସନ ଏକ ଆହ୍ୱାନଭାବେ ଗ୍ରହଣକରି ଦେଶର ବିଭିନ୍ନ କୋଣକୁ "ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍' ଚଳାଚଳ ଆରମ୍ଭ କରି ସଫଳତା ହାସଲ କରିଛି ।

୧୨ ଜୁନ୍ ୨୦୨୦ ପର୍ଯ୍ୟନ୍ତ ଓଡ଼ିଶାକୁ ୨ଲକ୍ଷ ୫୦ ହଜାରରୁ ଉଦ୍ଧ୍ୱର୍ ପ୍ରବାସୀଙ୍କୁ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ରେ ପୂର୍ବ ତଟ ରେଳପଥ ପରିବହନ କରିସାରିଛି । ପୂର୍ବ ତଟ ରେଳପଥ ମଇ ପହିଲା ୨୦୨୦ ଠାରୁ ଆଜିଯାଏଁ ୫୫୮ଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଏହାର ପରିସୀମା ମଧ୍ୟରେ ଚଳାଚଳ କରିଛି । ଏଥି ମଧ୍ୟରୁ ପୂର୍ବ ତଟ ରେଳପଥ ଦ୍ୱାରା ୨୩୫ଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଗ୍ରହଣ କରାଯାଇଛି ଓ ୧୪ଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ବିଭିନ୍ନ ସ୍ଥାନକୁ ପଠାଯାଇଛି । ସେଥିମଧ୍ୟରୁ ସମ୍ବଲପୁରରୁ ଗୋଟିଏ, ଭୁବନେଶ୍ୱରରୁ ଦୁଇଟି ଏବଂ ଅନ୍ୟଗୁଡ଼ିକ ବିଶାଖାପାଟଣାରୁ ଅନ୍ତର୍ଭୁକ୍ତ । ଓଡ଼ିଶାକୁ ଆସିଥିବା ସମୁଦାୟ ୨୩୫ଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ମଧ୍ୟରେ ଅଧାଅଧି ଗୁଜୁରାଟ୍ରୁ ଆସିଛି । ଅନ୍ୟ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଗୁଡିକ  ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, କେରଳ, ଦିଲ୍ଲୀ ଓ ମହାରାଷ୍ଟ୍ରରୁ ଆସିଛି । ହାରାହାରି ୩୦୬ଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ସୁରକ୍ଷିତ ସହ ଯାତ୍ରା କରିଛି ଯେଉଁଥିରେ ଖାଦ୍ୟ ପ୍ୟାକେଟ୍, ପାଣି ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସେବା ବିଭିନ୍ନ ଷ୍ଟେସନରେ  ପ୍ରଦାନ କରାଯାଇଛି ।

ସାମାଜିକ ଦୂରତ୍ୱ ରକ୍ଷା :

  ପୂର୍ବ ତଟ ରେଳପଥ ଅଧିନରେ ଥିବା ଷ୍ଟେସନଗୁଡ଼ିକରେ ସମଗ୍ର ପ୍ଲାଟଫର୍ମ ବୃତ୍ତ ଚିହ୍ନ କରାଯାଇ ଓ ଧାଡ଼ିରେ ରଖାଯାଇ ଯାତ୍ରୀମାନଙ୍କର ଆଗମନ ଓ ପ୍ରସ୍ଥାନ ସମୟରେ ସାମାଜିକ ଦୂରତ୍ୱ ରକ୍ଷା କରିବାର ନୀତିନିୟମକୁ ପାଳନ କରାଯାଉଛି । ଏହା ରାଜ୍ୟ ସରକାରଙ୍କ ସହିତ ଉତ୍ତମ ସମନ୍ୱୟ ରକ୍ଷାକରି ସମ୍ପନ୍ନ କରାଯାଉଛି ।

ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ  ଯାତ୍ରୀମାନଙ୍କ ପାଇଁ ନିଶୁଳ୍କ ଖାଦ୍ୟ ଓ ପାନୀୟଜଳ ବ୍ୟବସ୍ଥା :

ପୂର୍ବ ତଟ ରେଳପଥ ଅଧିନରେ ବିଭିନ୍ନ ରାଜ୍ୟକୁ ଯାଉଥିବା ସମସ୍ତ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ମାନଙ୍କରେ ଆଇ.ଆର୍.ସି.ଟି.ସି. ସହଯୋଗରେ ପୂର୍ବ ତଟ ରେଳପଥ ପକ୍ଷରୁ ଯାତ୍ରୀମାନଙ୍କୁ ନିଶୁଳ୍କ ଖାଦ୍ୟ ପୁଡ଼ିଆ ଓ ପାଣି ବୋତଲ ଯୋଗାଇ ଦିଆଯାଉଛି । ୬ ଜୁନ୍ ୨୦୨୦ ସୁଦ୍ଧା ପାଣିବୋତଲ ସହିତ ପ୍ରାୟ ୧୦ ଲକ୍ଷ ଖାଦ୍ୟ ପୁଡ଼ିଆ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ଗୁଡ଼ିକର ଯାତ୍ରୀମାନଙ୍କୁ ଯୋଗାଇ ଦିଆଯାଇଛି ।

ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଗୁଡ଼ିକର ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟର ଯତ୍ନ :

ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ଗୁଡ଼ିକର ପରିଚାଳନା ସମୟରେ ପୂର୍ବ ତଟ ରେଳପଥ ପକ୍ଷରୁ ବିଭିନ୍ନ ଷ୍ଟେସନ୍ରେ କୋଭିଡ଼୍-୧୯ ରୋଗର ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟରକ୍ଷା ଆଚାରସଂହିତା ପାଳନ କରାଯାଉଛି । ଯାତ୍ରୀମାନଙ୍କ ଆଗମନ ସମୟରେ ତଥା ଗନ୍ତବ୍ୟ ସ୍ଥାନକୁ ପଠାଇବା ସମୟରେ ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟାବସ୍ଥାର ପରୀକ୍ଷା ନିମନ୍ତେ ସମସ୍ତ ଷ୍ଟେସନଗୁଡିକରେ  ବ୍ୟବସ୍ଥା କରାଯାଇଛି । ସମସ୍ତ ଯାତ୍ରୀମାନଙ୍କ ତାପମାତ୍ରାର ଯାଞ୍ଚ କରାଯାଉଛି । ପେଡାଲ୍ ପରିଚାଳିତ ପଦ୍ଧତି ଦ୍ୱାରା ଯାତ୍ରୀମାନେ ହାତ ସାନିଟାଇଜେସନ୍ର ସୁବିଧା ପାଇପାରୁଛନ୍ତି । ଏହା ବ୍ୟତୀତ କେତେକ ସ୍ଥାନରେ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଆଗମନ ପୂର୍ବରୁ ଓ ପ୍ରସ୍ଥାନ ପରେ ସ୍ଥାନୀୟ ପ୍ରଶାସନ ସହାୟତାରେ ସମଗ୍ର ଷ୍ଟେସନ୍ ପରିସରକୁ ସାନିଟାଇଜ୍ କରାଯାଉଛି । ଯଦି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ରୁ ସ୍ୱସ୍ଥ୍ୟରକ୍ଷା ସେବା ସମ୍ବନ୍ଧୀୟ କୌଣସି ଅଭିଯୋଗ ଆସୁଛି, ତେବେ କିଛିକ୍ଷଣ ମଧ୍ୟରେ ତାହା ପୂର୍ବ ତଟ ରେଳପଥ ପକ୍ଷରୁ ଯୋଗାଇ ଦିଆଯାଉଛି ।

ନବଜାତ ଶିଶୁଙ୍କୁ ପୂର୍ବ ତଟ ରେଳପଥ ପକ୍ଷରୁ ସ୍ୱାଗତ :

ସମଗ୍ର ଭାରତୀୟ ରେଳରେ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ଗୁଡ଼ିକରେ ଗର୍ଭବତୀ ମହିଳାମାନଙ୍କର ପ୍ରସବ ହୋଇଯାଇଥିବାର ସୁସମ୍ବାଦମାନ ଆସିଛି । ପୂର୍ବ ତଟ ରେଳପଥ ଅଧିକାର କ୍ଷେତ୍ରରେ ମଧ୍ୟ ଏପରି ତିନୋଟି ଘଟଣା ଘଟିଛି ଏବଂ ଉଭୟ ମା' ଓ ନବଜାତ ଶିଶୁମାନଙ୍କୁ ଉପଯୁକ୍ତ ଯତ୍ନ ସହକାରେ ସରକାରୀ ଚିକିତ୍ସାଳୟମାନଙ୍କୁ ସ୍ଥାନାନ୍ତରିତ କରାଯାଇଛି । ତିନିଜଣଙ୍କ ମଧ୍ୟରୁ ୨ଜଣ ଟିଟଲାଗଡ଼ ଠାରେ ଓ ଜଣେ ବଲାଙ୍ଗୀର ଠାରେ ଜନ୍ମ ହୋଇଛନ୍ତି । ଏହାର ଅର୍ଥ ସମସ୍ତ ୩ ଜଣ ଓଡ଼ିଶାର ବଲାଙ୍ଗୀର ଜିଲ୍ଲା ବାସୀନ୍ଦା । ଏହି ଆନନ୍ଦର ମୂହୁର୍ତ୍ତକୁ ପରିବାରକୁ ଉତ୍ସାହ ଦେବା ନିମନ୍ତେ ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ  ଜନ୍ମ ହୋଇଥିବା ଏହି ନବଜାତକମାନଙ୍କ ନିମନ୍ତେ ପୂର୍ବ ତଟ ରେଳପଥ ପକ୍ଷରୁ ଉପହାର ଦେବାର ଘୋଷଣା କରାଯାଇଛି ।

ପ୍ରବାସୀମାନଙ୍କୁ ଭୟଭିତ ନହେବା ପାଇଁ ପୂର୍ବ ତଟ ରେଳପଥ ପକ୍ଷରୁ ନିବେଦନ କରାଯାଇଛି । ସମସ୍ତ ପ୍ରବାସୀମାନଙ୍କୁ ଯଥାଶୀଘ୍ର ସେମାନଙ୍କର ନିଜ ରାଜ୍ୟକୁ ପଠାଇବାର ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ସ୍ଥାନୀୟ ଜିଲ୍ଲା ପ୍ରଶାସନର ସହଯୋଗରେ ଉଦ୍ୟମ କରାଯାଉଛି ।

 

0
0
0
s2sdefault