ଏନଡିଆରଏଫ / ଓଡିଆରଏଫ / ଅଗ୍ନିସମ ସେବାରୁ ୨୧
ଭୁବନେଶ୍ୱର (ଶାସକ ପ୍ରଶାସକ) : ରାଜ୍ୟରେ ଆଜିପୁଣି ଚିହ୍ନଟ ହୋଇଛନ୍ତି ୧୧୨ ଜଣ କୋବିଦ ଆକ୍ରାନ୍ତ | ସେମାନଙ୍କ ମଧ୍ୟରୁ ୧୦୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୫ ଜଣ ସ୍ଥାନୀୟ ଅଂଚଳରୁ | ଜଣେ କୋବିଦ ରୋଗୀଙ୍କ ମୃତ୍ୟୁ ଘଟିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି | ତାଙ୍କୁ ୫୫ ବର୍ଷ ହୋଇଥିଲା |
ଆଜି ଆକ୍ରାନ୍ତଙ୍କ ମଧ୍ୟରେ ପୁରୀରୁ ୧୫ଜଣ, କଟକ, ବୌଦ୍ଧ, ଯାଜପୁର, ମାଲକାନଗିରିରୁ ୩ଜଣ ଲେଖାଏ, ଖୋର୍ଦ୍ଧାରୁ ୮, ମୟୁରଭଞ୍ଜରୁ ୭ ଜଣ, ଅନୁଗୁଳ ଓ ଗଂଜାମ ରୁ ୬ ଜଣ ଲେଖାଏ, କେନ୍ଦୁଝର, ଗଜପତି, ସମ୍ବଲପୁର, ବଲାଙ୍ଗୀର, ବାଲେଶ୍ୱର ରୁ ୫ ଜଣ ଲେଖାଏ, ନୟାଗଡ ଓ ସୁନ୍ଦରଗଡରୁ ୪ ଜଣ ଲେଖାଏ , ଦେଓଗଡ, ଝାରସୁଗୁଡା ୨ ଜଣ ଲେଖାଏ, ଓ ଏନଡିଆରଏଫ / ଓଡିଆରଏଫ / ଅଗ୍ନିସମ ସେବାରୁ ୨୧ ସାମିଲ |
ଆଜିର ଏହି ୧୧୨ ଜଣଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୪୯୮ରେ ପହଁଚିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୧କୁ ବୃଦ୍ଧି ପାଇଛି | ଗତକାଲି ସୁସ୍ଥ ହୋଇଥିବା ୭୨ ଜଣଙ୍କୁ ମିଶାଇ ମୋଟ ସୁସ୍ଥଙ୍କ ସଂଖ୍ୟା ୨୩୫୪ରେ ପହଂଚିଛି | ଆଜି ଜଣଙ୍କ ମୃତୁ ଫଳରେ ମୃତ୍ୟୁ ସଂଖ୍ୟା ଡବଲ ଡିଜିଟରେ ପାଦ ଦେଇଛି |