ହେଡଲାଇନସ୍:

ସ୍ୱଚ୍ଛତାର ସହ ଚାଲିଛି ଏଠି ମନରେଗା ଦୁର୍ନୀତି : ଭୁତ ବି ପାଇଛନ୍ତି ଭତ୍ତା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପ୍ରବାସୀ, ବୃଦ୍ଧ ଓ ମୃତ ବ୍ୟକ୍ତି ଙ୍କୁ ମଜୁରୀ ପ୍ରଦାନ, ବିନା କାମରେ ଲୁଟି ନେଲେ ଲକ୍ଷାଧିକ ଟଙ୍କା

ହାଟଡିହି(ମକରଧ୍ବଜ ଜେନା) : କରୋନା ମହାମାରୀ ରେ ଶ୍ରମିକ ଶ୍ରେଣୀର ଲୋକ ମାନଙ୍କୁ କାର୍ଯ୍ୟ ଯୋଗାଇ ଦେଇ ସେମାନଙ୍କ ଆର୍ଥିକସ୍ଥିତି କୁ ମଜବୁତ କରିବା ପାଇଁ ସରକାରୀ ଯୋଜନା କୁ ଅଧିକ ରୁ ଅଧିକ କ୍ରିୟାଶିଳ କରାଯାଉଛି | କିନ୍ତୁ ତାହା ଏବେ ଦିଗହରା ହୋଇଛି |  ଦୁର୍ନୀତିର ଟ୍ରେଲର ଆଗେଇବାରେ ଲାଗିଛି | କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ମନରେଗା ଯୋଜନାରେ ସାଙ୍ଘାତିକ ଏବଂ ମହାଦୁର୍ନୀତି ଏବେ ଧରା ପଡିଛି |  ସରକାରଙ୍କ ମନରେଗା ଯୋଜନାର ସରକାରୀ ନୀତି ନିୟମ ଏଠି ଫୁ ହୋଇଛି |   ପ୍ରବାସୀ, ବୃଦ୍ଧ,ମୃତ ବ୍ୟକ୍ତି ଓ ଚାକିରୀ କରିଥିବା ବ୍ୟକ୍ତିଙ୍କୁ  ମନରେଗା ଯୋଜନାରେ କାର୍ଯ୍ୟ ଯୋଗାଇ ଦିଆଯାଇ ସେମାନଙ୍କୁ  ମଜୁରୀ ଟଙ୍କା ପ୍ରଦାନ କରାଯାଇଛି |  ଭିନ୍ନ ଭିନ୍ନ ଆର୍ଥିକ ବର୍ଷରେ ବାପ ପୁଅ ଗୋଟିଏ ଏବଂ ସମାନ  ପ୍ରକଳ୍ପକୁ ଅନୁମୋଦନ କରି ବିନା କାର୍ଯ୍ୟରେ ମିଥ୍ୟା  ବିଲ କରି  ଲକ୍ଷାଧିକ ଟଙ୍କା ଲୁଟି ନିଆଯାଇଛି | ଅଭିଯୋଗରୁ ଜଣାଯାଇଛି ଯେ ଶାଳନିଆ ପଞ୍ଚାୟତ ସୋଲପଟା ଗ୍ରାମର 70 ବର୍ଷୀୟ ବୃଦ୍ଧ ଅଧିକାରୀ ନାୟକ ଙ୍କ ନାମରେ ଚଳିତ 2020-2021 ଆର୍ଥିକ ବର୍ଷରେ  ଦେଢ଼  ଲକ୍ଷ ଟଙ୍କା ଅଟକଳ ମୂଲ୍ୟ ଏବଂ ପିଏସ ଶେୟାରରେ ଏକ  ଫାର୍ମ ପଣ୍ଡ ପ୍ରକଳ୍ପ ଅନୁମୋଦନ ହୋଇଥିଲା | ବ୍ଲକ ତରଫରୁ କାର୍ଯ୍ୟାଦେଶ ବାହାରିଥିବା ବେଳେ ୱାର୍କ କୋଡ଼ ନମ୍ବର 2403009/ଆଇଏଫ/10518773 ରହିଛି |  ମେ ମାସ 27 ତାରିଖ ରୁ 2 ତାରିଖ ଏବଂ ଜୁନ 3 ତାରିଖ ରୁ 9 ତାରିଖ ଦୁଇ ସପ୍ତାହ ପାଇଁ 95 ଜଣ ଲୋକଙ୍କ ନାମ ରେ ଲେବର ଡିମାଣ୍ଡ ଦିଆହୋଇ ମଷ୍ଟର ରୋଲ ବାହାରି ସାରିଛି |.ନିୟମ ଅନୁସାରେ ଜବକାର୍ଡଧାରୀ ଶ୍ରମିକ ଗୋଟିଏ ସପ୍ତାହର ସାତ ଦିନ ମଧ୍ୟରୁ 6 ଦିନ କାର୍ଯ୍ୟ କରିବେ | ମଜୁରୀ ବାବଦରେ ଦିନକୁ 207 ଟଙ୍କା ହିସାବ ରେ 6 ଦିନ ପାଇଁ ପ୍ରତି ଜବକାର୍ଡଧାରୀ ଙ୍କୁ 1242 ଟଙ୍କା ପାଉଣା ମିଳିଥାଏ |  ମାତ୍ର ଏଠି ପ୍ରଥମ ସପ୍ତାହରେ ଦୁଇ ଦିନ ପ୍ରବଳ ବର୍ଷା ହୋଇଥିଲା |  ଫଳରେ ଜବକାର୍ଡଧାରୀ ମାଟି କାର୍ଯ୍ୟ କରିବା ଅସମ୍ଭବ ଅଟେ | କିନ୍ତୁ 6 ଦିନ ବାବଦରେ ଜବକାର୍ଡଧାରୀ ପିଛା 1242 ଟଙ୍କା ବିଲ ହୋଇଛି | ସେହିପରି ଦ୍ଵିତୀୟ ସପ୍ତାହ ରେ 6 ଦିନ ପରିବର୍ତ୍ତେ 7 ଦିନର କାର୍ଯ୍ୟ ଦର୍ଶାଇ  ଜବକାର୍ଡଧାରୀ ପିଛା 1449 ଟଙ୍କା ବିଲ ହୋଇଛି |   ଏମବି ନମ୍ବର, ପେମେଣ୍ଟ ପକାଯାଇ ୱେଜ ଲିଷ୍ଟ ହୋଇସାରିଛି |  ୱେଜ ଲିଷ୍ଟ ନମ୍ବର 16341 ଓ 19018 ଅଟେ | ଏମବି ନଂ 44/2018-19 ଓ ପୃଷ୍ଠା 112 ରେ 3953, 3954, 3955, 3956, 3957, 3958, 3959, 3960, 3961, 3962 ପ୍ରମୁଖ ମଷ୍ଟର ରୋଲ ନମ୍ବର ଦର୍ଶାଯାଇଛି . 3956 ନମ୍ବର ମଷ୍ଟର ରୋଲ ରେ ମୃତ ଭାବଗ୍ରାହୀ ଙ୍କ ନାମରେ ଜବକାର୍ଡ ମଜୁରୀ ଟଙ୍କା ପ୍ରଦାନ ହୋଇଛି | 3953,3954,3958 ଏବଂ 3959 ଜବକାର୍ଡ  ନମ୍ବରରେ ଏକ ଶିଶୁ ମନ୍ଦିରରେ ଶିକ୍ଷକତା କରୁଥିବା ସତ୍ୟବ୍ରତ ବାରିକ, ବୃଦ୍ଧ ଅଧିକାରୀ ନାୟକ,ଅଇଣ୍ଠୁ ଯେନା, କାର୍ତ୍ତିକେଶ୍ୱର ଯେନା ଙ୍କ ନାମରେ ଜବକାର୍ଡ ମଜୁରୀ ଟଙ୍କା ପ୍ରଦାନ ହୋଇଛି |  ଏହି ବୃଦ୍ଧ ମାନେ ଏବେ ଭତ୍ତା ପାଉଥିବା ବେଳେ ପରିଶ୍ରମ କାର୍ଯ୍ୟ କରିବାକୁ ଅସମର୍ଥ ଅଟନ୍ତି |  3955, 3960 ଜବକାର୍ଡ ନମ୍ବର ରେ ପ୍ରବାସୀ ଓଡ଼ିଆ ଅବନୀ ନାୟକ ଙ୍କ ନାମରେ ବିଲ କରାଯାଇ ଜବକାର୍ଡ ବାବଦରେ ମଜୁରୀ ଟଙ୍କା ପ୍ରଦାନ ହୋଇଛି |   କିନ୍ତୁ ଏବେ ନୂତନ ଭାବେ ଅଧିକାରୀ ନାୟକଙ୍କ ନାମ ରେ ଥିବା ଏହି ଫାର୍ମ ପଣ୍ଡପ୍ରକଳ୍ପଟି ପଞ୍ଚାୟତ ସ୍ତରରେ ଗ୍ରାମସଭା କିମ୍ବା ପଲିସଭା ଦ୍ୱାରା ଅନୁମୋଦନ ହୋଇନାହିଁ |  ଏବେ ଏହା ପିଏସ ଶେୟାର ରେ ବ୍ଲକ ତରଫରୁ କାର୍ଯ୍ୟାଦେଶ ବାହାରି ବିନା କାର୍ଯ୍ୟ ରେ ପ୍ରାୟ ଏକ ଲକ୍ଷ  ଚଉଦ ହଜାର ଟଙ୍କା ମିଥ୍ୟା ବିଲ କରାସରିଛି | ସବୁଠାରୁ ମୁଖ୍ୟ କଥା ହେଉଛି ପୂର୍ବରୁ ଅଧିକାରୀଙ୍କ ପୁଅ ସରୋଜ ନାମରେ ଏହି ସମାନ ଫାର୍ମ ପଣ୍ଡ ପ୍ରକଳ୍ପ  ଦେଢ଼ ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ମନରେଗା ଯୋଜନାରେ ଅନୁମୋଦନ ହୋଇ କାର୍ଯ୍ୟ ହୋଇଥିଲା ,  ଯାହାର ୱାର୍କ କୋଡ଼ 2403009026/ଆଇଏଫ/10164258 ଥିଲା | ପୁନଶ୍ଚ ସେହି ପୁରୁଣା ସମାନ କାମକୁ ଦେଖାଇ ଲକ୍ଷାଧିକ ଟଙ୍କା ବିଲ ହୋଇଛି |  ଏହି ପଞ୍ଚାୟତ ରେ ଏହିପରି ଅନେକ ପୁରୁଣା ପ୍ରକଳ୍ପ କୁ ଦର୍ଶାଇ ନୂତନ ଭାବେ ସମାନ ପ୍ରକଳ୍ପ ଅନୁମୋଦନ କରି ଏବେ ବିଲ କରାଯାଇଉଛି | ଯାହାର ଭିଜିଲାନ୍ସ ତଦନ୍ତ ଦାବି ହୋଇଛି |  ସହକାରୀ ଯନ୍ତ୍ରୀ ସୁକାନ୍ତ ନାୟକ କହିଛନ୍ତି ଯେ ନିୟମ ଅନୁସାରେ ପ୍ରବାସୀ,ବୃଦ୍ଧ,ମୃତ ବ୍ୟକ୍ତି ଙ୍କ ନାମରେ  ଲେବର ଡିମାଣ୍ଡ ଦିଆଯାଇ ପାରିବନି କି ବିଲ କରାଯାଇ ମଜୁରୀ ପ୍ରଦାନ ହୋଇ ପାରିବନି |  ଏଥିସହ ଜବକାର୍ଡଧାରୀଙ୍କୁ ଗୋଟିଏ ସପ୍ତାହ ରେ 6 ଦିନ କାର୍ଯ୍ୟ ଯୋଗାଇ ଦିଆଯିବା ର ନିୟମ ରହିଛି | କିନ୍ତୁ ଯାହା ବେନିୟମ ହୋଇଥିବ ସେଥି ପାଇଁ ଜିଆରଏସ ଓ ଜେଇ ଦାୟୀ ରହିବେ |  ଏପରି ପ୍ରସଙ୍ଗ ଦିଗରେ ଅନୁଧ୍ୟାନ କରାଯିବ |

0
0
0
s2sdefault